ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂଠାରେ ଥିବା କଳା ଟଙ୍କା ଜବତ କରିବା ଦାବିନେଇ ବିଜେପିର ବିକ୍ଷୋଭ

WhatsApp Image 2018-02-21 at 9.56.14 PM କଳା ଟଙ୍କା ଥିବା ତିନୋଟି ସୁଟକେଶ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂରେ ଥିବା ଦାବିକରି ଆଜି ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇବା ପରେ ସେହି କଳା ଟଙ୍କାକୁ ବିଜେପୁର ଉପ ନିର୍ବାଚନରେ ଭୋଟଟରଙ୍କୁ ପ୍ରଭାବିତ କରିବା ପାଇଁ ସେଠାରେ ରଖାଯାଇଛି ବୋଲି ବିଜେପି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂଠାରେ ଏକାଠି ହୋଇ ତୁରନ୍ତ ସେହି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋÂକୁ ଯାଂଚ କରି ଉକ୍ତ କଳା ଟଙ୍କାକୁ ଜବତ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହି ବିକ୍ଷୋଭ କାର୍ଯ୍ୟକର୍ମରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ପ୍ରବକ୍ତା ଦିଲ୍ଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ସାଧାରଣ ସମ୍ପାଦକ ବିଭାସ ସେନଗୁପ୍ତ, ସଂଗ୍ରାମ କେଶରୀ ନାୟକ, ସମ୍ପାଦକ ଅଚ୍ୟୁତାନନ୍ଦ ରଣଜିତ୍, ଅମରେନ୍ଦ୍ର ଗରାବଡୁ,ସଦାଶିବ ଜେନା ପ୍ରମୁଖ ସାମିଲ ହୋଇଥିବା ବେଳେ ପୋଲିସ ବିକ୍ଷୋଭ ସ୍ଥଳରେ ପହଂଚି ଅଭିଯୋଗକାରୀଙ୍କୁ ଗିରଫ କରିଥିଲା ।

Share in top social networks!
Powered By Indic IME