ବିଜେପୁର ଉପ ନିର୍ବାଚନ ପ୍ରସଙ୍ଗରେ ପୋଲିସ ଓ ପ୍ରଶାସନର ବେନିୟମ କାର୍ଯ୍ୟରେ ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ : ବିଜେପି

 ବାରମ୍ବାର ଅଭିଯୋଗ ସତ୍ୱେ ନିର୍ବାଚନ ଆୟୋଗ ନୀରବତା ଅବଲମ୍ବନ କରିବା ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି
 ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ କ୍ୟାଡରର ଅଧିକାରୀ, ମାତ୍ର ରାଜ୍ୟ ସରକାରଙ୍କ ଅଧିନସ୍ଥ କର୍ମଚାରୀ ନୁହନ୍ତି
CEO_21-02-2018 (1)
ବିଜେପୁର ଉପନିର୍ବାଚନରେ ରାଜ୍ୟ ପୋଲିସକୁ ଗୁଣ୍ଡା ଭଳି ବ୍ୟବହାର କରି ନିର୍ବାଚନ ଲଢୁଛି ଶାସକ ବିଜେଡି । ପୋଲିସର ବେନିୟମ କାମ ବେଳେ ଆପଣ କାହିଁକି ନୀରବ ରହୁଛନ୍ତି? ରାଜ୍ୟ ସରକାରଙ୍କ ହାତବାରେସି ନହୋଇ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବିଧାନିକ ଦାୟିତ୍ୱ ପାଳନ କରିବାକୁ ବିଜେପି ଆଜି ପୁଣି ଥରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛି ।
ବିଜେପୁର ଉପନିର୍ବାଚନରେ ସ୍ଥାନୀୟ ପୋଲିସ୍ ରାଜ୍ୟ ସରକାରଙ୍କ ନୁହେଁ ବରଂ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟନ୍ତ୍ରଣରେ ଅଛନ୍ତି । ଏପରି ସ୍ଥଳେ ଏହି ପୋଲିସ୍ ବାହିନୀ ଶାସକ ବିଜେଡିର ଗୁଣ୍ଡା ଭାବେ କାମ କରୁଥିବାର ଆଉ ଏକ ପ୍ରମାଣ ଆୟୋଗଙ୍କ ପାଖରେ ଉପସ୍ଥାପିତ କରିଛି ।
ରାଜ୍ୟ ସରକାରରେ ମନ୍ତ୍ରୀ ସୁଶାନ୍ତ ସିଂହ ନିଜ ସହଯୋଗୀ ମାନଙ୍କ ସହ ମିଶି ବିଜେପି କର୍ମୀ ମୁକେଶ କୁମାର ଆଚାର୍ଯ୍ୟ ଓ ତାଙ୍କ ସାଥୀ ଶ୍ରୀଲୋଚନ କଠାରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ଉଭୟ ଗୁରୁତର ଆହତ ହୋଇଛନ୍ତି ।ଏହି ଘଟଣା ବିଜେପୁର ଥାନା ସମ୍ମୁଖରେ ଘଟିଥିବା ବେଳେ ପୋଲିସ୍ ନୀରବଦ୍ରଷ୍ଟା ସାଜିଥିଲା । ଏସମ୍ପର୍କରେ ବିଜେପୁର ଥାନାରେ ଏତଲା ଦିଆଗଲେ ମଧ୍ୟ କୌଣସି କାର୍ଯ୍ୟାନୁÂାନ ନିଆଯାଇନାହିଁ । ଗତକାଲି ରାତି ୧୦ଟା ସମୟରେ ବିଜେପୁର ଥାନା ସମ୍ମୁଖରେ ମୁକେଶ ଓ ଶ୍ରୀଲୋଚନ ଠିଆ ହୋଇଥିବା ବେଳେ ମନ୍ତ୍ରୀ ଶ୍ରୀ ସିଂହ ଓ ତାଙ୍କର ୧୦ରୁ ୧୫ ଜଣ ସହଯୋଗୀ ଗାଡିରେ ଆସି ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଶାସକ ବିଜେଡି ଦଳର ଶ୍ରମମନ୍ତ୍ରୀ ଓ ସୋହେଲାରୁ ଆସିଥିବା ସହଯୋଗୀ ମାନେ ଉଭୟଙ୍କୁ ତଳେ ପକାଇ ନିସ୍ତୁକ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ସେମାନଙ୍କ ପର୍ସ ଓ ଟଙ୍କା ଛଡାଇ ନେଇଥିଲେ । ଆକ୍ରମଣରେ ମୁକେଶଙ୍କର ମୁଣ୍ଡ, ଛାତି, ଅଂଟା ଓ ଗୋଡରେ ଗୁରୁତର ଆଘାତ ଲାଗିଥିବାର ଆୟୋଗଙ୍କୁ ଅବଗତ କରାଯାଇଛି ।
ସେହିପରି ଆଜି ବରପାଲି ଥାନା ଅଂଚଳରେ ବିଜେପିର ଜଣେ ଦଳିତ ନେତା ବସନ୍ତ ନାଏକଙ୍କୁ ସ୍ଥାନୀୟ ପୋଲିସ୍ ବିନା କାରଣରେ ଗୋଡାଇ ଗୋଡାଇ ପିଟିବା ସହ ଥାନା ହାଜତରେ ବନ୍ଦ କରିଛି । ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିବା କାରଣରୁ ଶ୍ରୀ ନାଏକଙ୍କୁ ମାଡ ମରାଯାଇଛି ବୋଲି ଆୟୋଗଙ୍କୁ ଅବଗତ କରାଯାଇଛି ।

୪୦ ଲକ୍ଷ ଟଙ୍କା ଜବତ ବେଳେ ବିନା ତଦନ୍ତରେ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ବିଜେପିକୁ ଦୋଷାରୋପ କଲାବେଳେ ଆପଣ ନୀରବ; ଗାଇସିଲଟ ବ୍ଲକ୍ରେ ବିଜେପି ନିର୍ବାଚନ କାର୍ଯ୍ୟାଳୟ ଉପରେ ପୋଲିସ୍ ଆକ୍ରମଣ ମାମଲାରେ ଆପଣ ନୀରବ; ଶିରିଶ ବହିଦାରଙ୍କ ଘରେ ବିନା ସର୍ଚ୍ଚ ୱାରେଂଟରେ ଚଢାଉ କରି ଝିଅ ବୋହୂ ମାନଙ୍କୁ ର୍ଦୁବ୍ୟବହାର ସମୟରେ ଆପଣ ନୀରବ; ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ଉଦଭ୍ରାନ୍ତ ଯୁବକ ଯିଏ ମାନସିକ ସ୍ତରରେ ବିକୃତ ଚପଲ ପକାଇବା ପରେ ଏହା ବିଜେପି ଦ୍ୱାରା ପ୍ରାୟୋଜିତ ବୋଲି ସରକାରୀ ଦଳ ଭାଷାକୁ ପୋଲିସ୍ ଅଫିସର ଶୁଆ ପରି ଦୋହରାଇଲା ବେଳେ ଆପଣ ବି ନୀରବ । ଆପଣଙ୍କ ପାଖରେ ବାରମ୍ବାର ପୋଲିସ୍ର ର୍ଦୁବ୍ୟବହାର ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ବିଜେପି ଆୟୋଗଙ୍କୁ ଅଭିଯୋଗ କରିଛି ।
ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ କ୍ୟାଡରର ଅଧିକାରୀ, ମାତ୍ର ରାଜ୍ୟ ସରକାରଙ୍କ ଅଧିନସ୍ଥ କର୍ମଚାରୀ ନୁହନ୍ତି । ଦେଶର ନିର୍ବାଚନ କମିଶନଙ୍କ ପ୍ରତିନିଧି ଭାବରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧିକୁ କଡାକଡି ଲାଗୁ କରିବାର ସଂପୂର୍ଣ୍ଣ ସାମ୍ବିଧାନିକ ଅଧିକାର ରହିଛି । ତାଙ୍କ ଦାୟୀତ୍ୱକୁ ପୁଣି ଥରେ ମନେ ପକାଇବା ସହ ସେହି ଅନୁସାରେ କାର୍ଯ୍ୟ କରିବାକୁ ବିଜେପି ଆୟୋଗଙ୍କ ନିକଟରେ ପୁଣି ଥରେ ଦାବୀ ଜଣାଇଛି ।
ଏହି ପ୍ରତିନିଧି ଦଳରେ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଓ ଶ୍ରୀ ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ରାଜେଶ ପଟ୍ଟନାୟକ, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME