“ହନୁ ମଲା ବେଳକୁ ସତ କହିଲା” ଭଳି ମୁଖ୍ୟମନ୍ତ୍ରୀଙ୍କର ବିଜେପୁର ବିକାଶ କଥା ଏବେ ମନିପଡିଲା : ପିତାମ୍ବର ଆଚାର୍ଯ୍ୟ

 ଜନସାଧାରଣମାନେ ଏବେ ଦିନ ଗଣୁଛନ୍ତି କେବେ ଏ ସରକାର ଶାସନରୁ ଯିବ ଆଉ ଏତିକିବେଳେ ମୁଖ୍ୟମନ୍ତ୍ରୀଙ୍କର ବିଜେପୁର ବିକାଶ କଥା ମନେପଡୁଛି
 ଆତଙ୍କରାଜର ନେତୃତ୍ୱ ନେଉଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବରଗଡ ଜିଲ୍ଲା ପୋଲିସ ଏସପି ଜୟନାରାୟଣ ପଙ୍କଜ
 ମୁଖ୍ୟମନ୍ତ୍ରୀଙ୍କ ସଭାରେ ହୋଇଥିବା ଜୋତାମାଡ ଘଟଣାରେ ପୋଲିସ ନିଜର ବିଫଳତାକୁ ଲୁଚାଇବା ମିଛ ଡ୍ରାମା କରୁଛି
 ବିଜେପୁର ନିର୍ବାଚନରେ ବରଗଡ ଜିଲ୍ଲା ପୋଲିସ ବିଜୁ ଜନତା ଦଳର ପ୍ରଚାର ଦାୟିତ୍ୱ ନେଇଛନ୍ତି

ବିଜେପୁରରେ ପିଇବା ପାଣି ମିଳୁନି, ଚାଷ ଅବହେଳିତ, ଧାନର ଅଭାବି ବିକ୍ରି ହେଉଛି । ଜନସାଧାରଣମାନେ ଏବେ ଦିନ ଗଣୁଛନ୍ତି କେବେ ଏ ସରକାର ଶାସନରୁ ଯିବ ଆଉ ଏତିକିବେଳେ ମୁଖ୍ୟମନ୍ତ୍ରୀଙ୍କର ବିଜେପୁର ବିକାଶ କଥା ମନେପଡୁଛି । ହନୁ ମଲା ବେଳକୁ ସତ କହିଲା ଭଳି ବିଜେପୁର ବିକାଶ କଥା ମୁଖ୍ୟମନ୍ତ୍ରୀଙ୍କର ଏବେ ମନେପଡୁଛି ବୋଲି ବିଜେପି ମୁଖପାତ୍ର ଶ୍ରୀ ପିତାମ୍ବର ଆଚାର୍ଯ୍ୟ ବରଗଡଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ମିଛ କହିବାର ବେଳ ସରିଆସିଲାଣି । ପୋଲିସକୁ ନିରପେକ୍ଷ ଭାବରେ କାମ କରିବାକୁ ଦିଆଯାଉ । ବିଜେପୁର ନିର୍ବାଚନରେ ପୋଲିସକୁ ଲଗାଇ ଭାରତୀୟ ଜନତା ପାର୍ଟିକୁ ଅଡୁଆକୁ ଟାଣିବା ଏ ସରକାର ବନ୍ଦ କରୁ ।
ଆତଙ୍କରାଜର ନେତୃତ୍ୱ ନେଉଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବରଗଡ ଜିଲ୍ଲା ପୋଲିସ ଏସପି ଜୟନାରାୟଣ ପଙ୍କଜ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ହୋଇଥିବା ଜୋତାମାଡ ଘଟଣାରେ ପୋଲିସ ନିଜର ବିଫଳତାକୁ ଲୁଚାଇବା ମିଛ ଡ୍ରାମା କରୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ତାଙ୍କ ଦଳ ବିଜେପି ହିଂସାରେ ବିଶ୍ୱାସ କରେ ନାହିଁ । ଓଡିଶା ରାଜନୀତିରେ ଯଦି କିଏ ଅପସଂସ୍କୃତି , ହିଂସା କରିବାରେ ଆଗରେ ଥାଏ ସେ ହେଉଛି ବିଜୁ ଜନତା ଦଳ । କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗାଙ୍ଗଓାର ଯେତେବେଳେ କିଛି ଦିନ ତଳେ ବରଗଡ ଆସିଥିଲେ ସେତେବେଳେ ତାଙ୍କୁ ଏହି ଜିଲ୍ଲାର ବିଧାୟକ ଆକ୍ରମଣ କରିବା ପଛରେ ଥିଲେ । ସିଏ ଏବେ ସେହି ମାମଲାରେ ଜାମିନରେ ଅଛନ୍ତି । ଆଉ ଜଣେ ହେଉଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ସୁଶାନ୍ତ ସିଂ ଏବଂ ତାଙ୍କ ଭାଇଙ୍କ ନାଁରେ ଅନେକ ଗୁଡିଏ ଅପରାଧିକ ମାମଲା ଅଛି । ଦରପାଲି ଗ୍ରାମପଂଚାୟତର ଜଣେ ଲୋକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାକୁ ଆସିଥିଲେ ବୋଲି ବିଜୁ ଜନତା ଦଳର କର୍ମୀ ମାନେ ତାଙ୍କୁ ଆକ୍ରମଣ କରିଥିଲେ ହେଲେ ଏବେ ସୁଦ୍ଧା କିଏ ଗିରଫ ହୋଇନାହାନ୍ତି ।
ବିଜେପୁର ନିର୍ବାଚନରେ ବରଗଡ ଜିଲ୍ଲା ପୋଲିସ ବିଜୁ ଜନତା ଦଳର ପ୍ରଚାର ଦାୟିତ୍ୱ ନେଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସଭାରେ ଚପଲ ମାଡ କରିବାର ୫ ମିନିଟ ଭିତରେ ବିଜେଡିର ନେତାମାନେ କହିଲେ ସେ କୁଆଡେ ବିଜେପିର କର୍ମୀ । ପୋଲିସ ଏହାପରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଯାହା କହିଥିଲା ସେହି କଥାକୁ ଦୋହରାଇଲା । ଜଣେ ବ୍ୟବସାୟୀଙ୍କଠାରୁ ୪୦ ଲକ୍ଷ ଟଙ୍କା ଜବତ ହେଲା । ଆଉ ଜବତ ହେବାର ଅଳ୍ପ ସମୟ ପରେ ପୋଲିସ ଏସଡିପିଓ କହିଲେ ସେ କୁଆଡେ ବିଜେପିର ଟଙ୍କା । ପରବର୍ତୀ ସମୟରେ ଏ ସମସ୍ତ ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲା ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Share in top social networks!
Powered By Indic IME