ଅସହିଷ୍ଣୁତା, ଘୃଣା, ସାମାଜିକ ବିଦ୍ୱେଷ, ହିଂସା ଓ ଅପରାଧିକ କାର୍ଯ୍ୟକଳାପ ବିଜେପିର ଡିଏନ୍‍ଏରେ ଅଛି: ବିଜୟ ନାୟକ

ବିଜେପୁର ଉପ-ନିର୍ବାଚନରେ କେଉଁ ଦଳ ଜିତିବ ତାହା ସାଧାରଣରେ ସମସ୍ତେ ଅନୁଭବ
କଲେଣି । କିନ୍ତୁ ସେଠାରେ ରାଜନୀତିକୁ ବିଜେପି ଯେଭଳି ତଳସ୍ତରକୁ ନେଇଯାଇଛି ତାହା ଓଡ଼ିଶା ରାଜନୀତିରେ ଏକ କଳଙ୍କିତ
ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । ବିଜେପିର ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ ଇତିହାସ ତ କ୍ଷମା ଦେବନାହିଁ ବରଂ ଭବିଷ୍ୟତ ଏହାର ଉଚିତ୍‍
ଜବାବ ଦେବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଏକମାତ୍ର ଏଜେଣ୍ଡା ହେଉଛି ଲୋକଙ୍କର ସର୍ବାଙ୍ଗୀନ
ଉନ୍ନତି । ଏହାକୁ ଆଧାର କରି ବିଜେଡି ଓଡ଼ିଶାବାସୀଙ୍କର ଆସ୍ଥାଭାଜନ ହୋଇପାରିଛି । ବିଜେପୁର ଉପ-ନିର୍ବାଚନରେ ବିଜେଡି
ନିଶ୍ଚିତରୂପେ ବିଜୟଲାଭ କରିବ । ଏହି ନିଶ୍ଚିତ ବିଜୟ ଭୟରେ ବିଜେପି ପରାଜୟର ଗ୍ଲାନିକୁ ସହ୍ୟ କରିନପାରି ରାଜନୈତିକ
ପରିବେଶକୁ ପ୍ରଦୁ୍ୟଷିତ କରିବାରେ ଲାଗିଛି । ଅସହିଷ୍ଣୁତା, ଘୃଣା, ସାମାଜିକ ବିଦ୍ୱେଷ, ହିଂସା ଓ ଅପରାଧିକ କାର୍ଯ୍ୟକଳାପ ବିଜେପିର
ଡିଏନ୍‍ଏରେ ଅଛି । ବିଜେପିର ମୂଳ ତତ୍ତ୍ୱ ଓ ଦର୍ଶନ ହିଂସା ଉପରେ ଆଧାରିତ । ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ବିଜେପିର
କୌଣସି ମନ୍ତ୍ର କାଟୁ କରିବ ନାହିଁ, ଏହା ଜାଣି ବିଜେପି ହତାଶ ହୋଇପଡିଛି । ବିଜେପି ନେତାମାନଙ୍କ ଆଚରଣ ଓ ବୟାନବାଜିରୁ
ସେମାନେ ମାନସିକ ଭାରସାମ୍ୟ ହରାଇଥିବା ଜଣାପଡୁଛି । ବିଶେଷକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏହା ‘କର ବା
ମର’ରେ ପରିଣତ ହୋଇଛି । କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ମନ୍ତ୍ରୀତ୍ୱ ଓ ରାଜ୍ୟସଭାର ପୁନଃ ସଦସ୍ୟତା ବିଜେପୁର ନିର୍ବାଚନର ଫଳାଫଳ
ଉପରେ ନିର୍ଭର କରୁଥିବାରୁ ସେ କେନ୍ଦ୍ରରୁ ଗଣ୍ଡା ଗଣ୍ଡା ମନ୍ତ୍ରୀ ଆଣି ବୁଲାଇସାରିବା ପରେ ମଧ୍ୟ କୌଣସି ପ୍ରଭାବ ନଥିବା ଅନୁଭବ
କରି ଶେଷରେ ଅର୍ଥବଳ, ବାହୁବଳ ଓ ହିଂସାକୁ ପ୍ରୟୋଗ କରିବାକୁ ଆଗେଇ ଆସିଛନ୍ତି । ଏହା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ
ପ୍ରବଳ ଅସନ୍ତୋଷ ଓ ଘୃଣା ସୃଷ୍ଟି କରିଛି । ବିଜେପିର ଏଭଳି କାରନାମାର ଜବାବ ବିଜେପୁରବାସୀ ୨୪ ତାରିଖ ଦିନ ବାଲାଟ୍‍ରେ
ଦେବେ ବୋଲି ଶ୍ରୀ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

Share in top social networks!
Powered By Indic IME