ବାଲିମେଳା ଡ୍ୟାମ୍ରୁ ଜଳ ଅପଚୟ ରୋକିବା ପାଇଁ ମରାମତି କାର୍ଯ୍ୟ ଜାରି

ବାଲିମେଳା ଡ୍ୟାମରୁ ଜଳ ଅପଚୟ ରୋକିବା ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ବିଭିନ୍ନ ଯୋଜନା
ଜରିଆରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଡିଆର୍&ଆଇପି ଯୋଜନା ମାଧ୍ୟମରେ ଡ୍ୟାମ୍ରେ ଆବଶ୍ୟକ ପଡୁଥ#ବା ସମସ୍ତ
ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟ ସମ୍ପୁର୍ଣ୍ଣ ହେବାପରେ ଲିକେଜ୍ ଦ୍ୱାରା ହେଉଥ#ବା ଜଳ ଅପଚୟକୁ
ରୋକାଯିବା ସହିତ ଡ୍ୟାମ ନିଜର କ୍ଷମତା ଅନୁସାରେ ଜଳଧାରଣ କରିବାକୁ ସମର୍ଥ ହୋଇପାରିବ ।
ବାଲିମେଳା ଜଳ ବିଦୁ୍ୟତ ପ୍ରକଳ୍ପ ଏକ ଆନ୍ତରାଜ୍ୟ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପରେ ଉପଲବ୍ଧ ହେଉଥ#ବା ଜଳକୁ
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥ#ବା ଚୁକ୍ତି ଅନୁଯାଇ ପ୍ରତିବର୍ଷ ଆବଣ୍ଟନ କରାଯାଉଛି । ଉପଲବ୍ଧ ଜଳର ଆବଣ୍ଟନ
ପାଇଁ ପ୍ରତ୍ୟେକ ମାସରେ ଓଡ଼ିଶା ଜଳ ବିଦୁ୍ୟତ ନିଗମ(ଓଏଚ୍ପିସି), ଆନ୍ଧ୍ରପ୍ରଦେଶ ବିଦୁ୍ୟତ ନିଗମ(ଏପିଜିଇଏନ୍ସିଓ)
ଏବଂ ଓଡ଼ିଶା ଜଳସମ୍ପଦ ବିଭାଗ ଅଧ#କାରୀ ମାନଙ୍କ ଦ୍ୱାରା ଗଠିତ ଏକ କମିଟିର ସମନ୍ୱୟ ବୈଠକରେ ନିଷ୍ପତ୍ତି ନିଆଯାଇଥାଏ ।
ପରେ ଆନ୍ଧ୍ରପ୍ରଦେଶକୁ ସ୍ପିଲ୍ େଓ୍ୱ ରେ ଅବସ୍ଥିତ ୨ଟି ସ୍ଲ&ୁଇସ୍ ଗେଟ୍ ମାଧ୍ୟମରେ ଛଡାଯାଇଥାଏ ।
କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଏ.ଡି. ମୋହିଲିଙ୍କ ନେତୃତ୍ୱରେ ଆସିଥ#ବା ବନ୍ଧ ନିରାପତ୍ତା
ଅନୁଧ୍ୟାନକାରୀ ଦଳ, ବନ୍ଧର ସୁରକ୍ଷା ବ୍ୟବସ୍ଥା ଆଦି ସରଜମିନ୍ ତଦନ୍ତ କରି ଏହାର ମରାମତି ଓ ଉନ୍ନତିକରଣ ପାଇଁ
ପରାମର୍ଶ ଦେଇଥ#ଲେ । ଏହା ସହିତ ଡ୍ୟାମ୍ର ରାଡିଆଲ୍ ଗେଟ୍, ସ୍ଲ&ୁଇସ୍ ଗେଟ୍ ଏବଂ ଏ.ପି ଟନେଲ୍ ଗେଟ୍ରେ ହେଉଥ#ବା
ଅଯଥା ଲିକେଜ୍କୁ ରୋକିବା ପାଇଁ ପରାମର୍ଶ ଦେଇଥ#ଲେ । ଏହି ପରାର୍ମଶକୁ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବ୍ୟାଙ୍କ
ସହାୟତାରେ ଜାତୀୟ ସ୍ତରରେ ଆରମ୍ଭ ହୋଇଥ#ବା ଡିଆର୍ଆଇପି ଯୋଜନା ମାଧ୍ୟମରେ ବନ୍ଧରେ ଆବଶ୍ୟକ ପଡୁଥ#ବା
ମରାମତି ଓ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ବନ୍ଧର ସୁରକ୍ଷା ଦୃଷ୍ଟିରୁ ସ୍ପିଲ୍ େଓ୍ୱ ର ବାମ ପାଶ୍ୱର୍ରେ ଏକ ରିଟେନିଂ
ଓ୍ୱାଲ ନିର୍ମାଣ ପାଇଁ ସ୍ଲ&ୁଇସ୍ ଗେଟ୍କୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏଥ# ସହିତ ଆନ୍ଧ୍ରପ୍ରଦେଶକୁ ଜଳ ଯୋଗାଇ ଦେବା
ପାଇଁ ଏପି ଟନେଲ୍କୁ ଖୋଲାଯାଇଛି । ଏପି ଟନେଲର ମରାମତି କାର୍ଯ୍ୟ ସହିତ ଏହାର ଗେଟ୍ରେ ହେଉଥ#ବା ଲିକେଜ୍କୁ
ମଧ୍ୟ ଡିଆର୍&ଆଇପି ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ଏହାଦ୍ୱାରା ନଷ୍ଟ ହେଉଥ#ବା ଜଳକୁ ରୋକାଯାଇପାରିବ ।
ଏଠାରେ ସୂଚନାଯୋଗ୍ୟଯେ ପ୍ରତ୍ୟେକ ମାସରେ ଅନୁଷ୍ଠିତ ହେଉଥ#ବା ସମନ୍ୱୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଜଳ
ଆବଣ୍ଟନ କରାଯାଉଛି ଏବଂ ପ୍ରକଳ୍ପର ଆବଶ୍ୟକତା ଅନୁସାରେ ଏପି ଟନେଲ୍ ଖୋଲାଯାଇଅଛି । ବାଲିମେଳା ଜଳବିଦୁ୍ୟତ
କେନ୍ଦ୍ରରୁ ସମ୍ପୁର୍ଣ୍ଣ ବିଦୁ୍ୟତ ଉତ୍ପାଦନ ବନ୍ଦ, ପୋଟେରୁ ଜଳସେନଚ ପ୍ରକଳ୍ପ ଦ୍ୱାରା ହେଉଥ#ବା ଜଳସେଚନ, ଚିତ୍ରକୁଣ୍ଡା ଡ୍ୟାମରୁ
ପାନୀୟ ଜଳଯୋଗାଣ ବନ୍ଦ ହେବାର କୌଣସି ଆଶଙ୍କା ନାହିଁ । ଓଡ଼ିଶାରୁ ଆବଶ୍ୟକତା ଠାରୁ କୌଣସି ଅଧ#କ ଜଳରାଶି
ଆନ୍ଧ୍ରପ୍ରଦେଶକୁ ଛଡାଯାଉନାହିଁ ଏବଂ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ସଠିକ୍ ପଦକ୍ଷେପ ଗ୍ରହଣ କରୁଛି
ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଜଣାଯାଇଛି ।

Share in top social networks!
Powered By Indic IME