ସାତ ଦିନ ପରେ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଶେଷ

photograph by aditya ravi (6)
ଭୁବନେଶ୍ୱର: ସପ୍ତାହବ୍ୟାପୀ ଚାଲିଥିବା ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଶେଷ ହୋଇଛି । ଶେଷ ଦିନରେ ୬ଟି ସିନେମା ପ୍ରଦର୍ଶିତ ହୋଇଥିଲା । ସେଗୁଡ଼ିକ ହେଉଛି ଶଭଜିତ ଦାସଗୁପ୍ତାଙ୍କ ହିନ୍ଦୀ ସିନେମା ନିନ୍ଦ, ଅମର୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଓଡ଼ିଆ ସିନେମା କ୍ୟାପିଟାଲ୍ ଆଇ, ସତରୂପା ସାନ୍ୟାଲଙ୍କ ବେଙ୍ଗଲୀ ସିନେମା ଓନ୍ୟୋ ଓପାଲା, ହାଓବମ୍ ପୱନ କୁମାରଙ୍କ ମଣିପୁରୀ ସିନେମା ଲୋତକ ଲାଇରାମ୍ବି, ସବ୍ୟସାଚୀ ମହାପାତ୍ରଙ୍କ ଓଡ଼ିଆ ସିନେମା ପାହାଡ଼ର ଲୁହ ଏବଂ ଜି ଅରବିନ୍ଦନଙ୍କ ମାଲାୟାଲମ ସିନେମା ମରତମ୍ ।
ଶେଷ ଦିନର ପ୍ରଥମ ସିନେମା ଥିଲା ନିନ୍ଦ । ଏହି ୧୫ ମିନିଟ୍ର ସିନେମାରେ କାବ୍ୟକୁ ବ୍ୟବହାର କରାଯାଇଛି । ନିନ୍ଦ ପରେ କ୍ୟାପିଟାଲ୍ ଆଇ ପ୍ରଦର୍ଶିତ ହୋଇଥିଲା ଯାହା ଏକ ମନୋବିଜ୍ଞାନୀ ସିନେମା । ଏହା ପରେ ଓନୋ ଓପାଲା ପ୍ରଦର୍ଶିତ ହୋଇଥିଲା ଯାହା ଥିଲା ଏଭଳି ଜଣେ ଯୁବତୀଙ୍କ କାହାଣୀ ଯାହାଙ୍କୁ ବିବାହ ରାତିରେ ତାଙ୍କ ସ୍ୱାମୀ ଛାଡ଼ି ଦେଇଥିଲା । ସନ୍ଧ୍ୟାରେ ମଣିପୁରୀ ସିନେମା ଲୋତକ ଲାଇରାମ୍ବେ ପ୍ରଦର୍ଶିତ ହୋଇଥିଲା ଯାହା ବିଶାଦଗ୍ରସ୍ତ ମତ୍ସ୍ୟଜୀବୀଙ୍କ ଜୀବନ ଉପରେ ଆଧାରିତ ଥିଲା ।
ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ସବ୍ୟସାଚୀ ମହାପାତ୍ରଙ୍କ ପାହାଡ଼ର ଲୁହ ପ୍ରଦର୍ଶନ ସହିତ ଶେଷ ହୋଇଥିଲା । ଏହି ୧୧୦ ମିନିଟ୍ର ସିନେମାରେ ଶିଳ୍ପାୟନ ଯୋଗୁଁ ପ୍ରଭାବିତ ହୋଇଥିବା କୋରାପୁଟର ପରଜା ଆଦିବାସୀଙ୍କ କାହାଣୀକୁ ପ୍ରଦର୍ଶନ କରାଯାଇଛି ।୨୦୧୬ରେ ରିଲିଜ୍ ହୋଇଥିବା ଏହି ସିନେମାକୁ ଶ୍ରେÂ ଓଡ଼ିଆ ଫିଚର୍ ଫିଲ୍ମ ବର୍ଗରେ ଜାତୀୟ ପୁରସ୍କାର ମିଳିଥିଲା ।
ସ୍କ୍ରିନ୍-୨ରେ ଶୁକ ଆସୁଛି ନାମକ ୧୨୧ ମିନିଟ୍ର ଏକ ଓଡ଼ିଆ ସିନେମା ମଧ୍ୟ ପ୍ରଦର୍ଶିତ ହୋଇଥିଲା ।