ବିଜେପି ଆଚରଣ ବିଧି ଉଲ୍ଲଂଘନ କରୁଛି, ବିଜେଡିର କାର୍ଯ୍ୟାନୁÂାନ ଦାବି

DSC_1335 ବିଜେପୁର ଉପ-ନିର୍ବାଚନ ଆଉ ମାତ୍ର ୫ଦିନ ବାକି ଥିଲାବେଳେ ଏଠାରେ ଭୋଟରମାନଙ୍କ ଆକାଉଣ୍ଟ ନମ୍ବର ବିଜେପି ସଂଗ୍ରହ କରିଥିବା ବିଜେଡି କହିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳୀୟ ସାଧାରଣ ସଂପାଦକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଜଣାଇଛନ୍ତି ଯେ ବିଜେପି ପକ୍ଷରୁ ୩୫ ହଜାରରୁ ଅଧିକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନିଆଯାଇଛି । ଏହି ଲୋକମାନେ କୁଆଡେ଼ ବିଜେପୁର ଭୋଟର୍‍ ହୋଇଥିବାରୁ ସେମାନଙ୍କୁ ମଧ୍ୟ କୁହାଯାଇଛି, ଠିକ୍‍ ଭୋଟ ଗ୍ରହଣ
ପୂର୍ବରୁ ଯେଉଁମାନେ ବିଜେପିକୁ ଭୋଟ ଦେବାକୁ ନିଷ୍ପତ୍ତି ନେବେ, ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ଟଙ୍କା ଜମା କରାଯିବ ।
ଅନ୍ୟପକ୍ଷରେ ଗୋପନୀୟ ଭାବେ ଜାଣିବାକୁ ମିଳିଛି ଯେ ଦେଶର ଆଇଓସିଏଲ୍‍ ଏବଂ ଏଚ୍‍ପିସିଏଲ୍‍ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ
ସଂସ୍ଥାଗୁଡିକ ସେମାନଙ୍କ ସିଏସ୍‍ଆର୍‍ ପାଣ୍ଠିରୁ ଏଥିଲାଗି ଟଙ୍କା ଜମା କରିବାକୁ ବିଜେପି ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଛି ।
ସେଥିଯୋଗୁ ଅବାଧ ଓ ସ୍ୱଚ୍ଛ ନିର୍ବାଚନର ନୀତିକୁ ବିରୋଧ କରି ଚାଲିଥିବା ବିଜେପିର ଏପରି ଷଡ଼ଯନ୍ତ୍ରକୁ ତୁରନ୍ତ ବନ୍ଦ କରିବା ପାଇଁ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ କରିଛି । ତତ୍‍ସହିତ, ବେଆଇନ୍‍ ଅର୍ଥର ଉତ୍ସକୁ ବନ୍ଦ କରିବା ପାଇଁ ରାଷ୍ଟ୍ରୀୟ
ନିର୍ବାଚନ କମିଶନ ସତର୍କ ଦୃଷ୍ଟି ରଖିବା ଦରକାର ବୋଲି କୁହାଯାଇଛି ।
ଶ୍ରୀ ପାଣିଗ୍ରାହୀ ମଧ୍ୟ ସୂଚାଇ ଦେଇଛନ୍ତି ଯେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦୈନିକ ନିର୍ବାଚନ ବ୍ୟୟ ତାଲିକା ବିଜେପି
ଅଦ୍ୟାବଧି ଦେଇନାହିଁ । ସେହିପରି ସେମାନଙ୍କ ନିର୍ବାଚନୀ ବ୍ୟୟ ତାଲିକାକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟୟ-ପର୍ଯ୍ୟବେକ୍ଷକ ସମୀକ୍ଷା
କରିନାହାନ୍ତି । ସେପରିସ୍ଥଳେ ବ୍ୟୟ-ପର୍ଯ୍ୟବେକ୍ଷକ ବିଜେପି ପକ୍ଷରୁ ବ୍ୟୟ ତାଲିକା ଦିଆଯାଇନଥିବାରୁ ତା’ବିରୋଧରେ କଠୋର
କାର୍ଯ୍ୟାନୁÂାନ ଗ୍ରହଣ କରନ୍ତୁ ।
ଅନ୍ୟପକ୍ଷରେ ବିଜେପି କର୍ମୀମାନେ ବିଜେପୁରର ମହିଳା ଭୋଟରମାନଙ୍କ ପାପୁଲିରେ ନିଜର ଦଳୀୟ ଚିହ୍ନ ‘ପଦ୍ମ’ ଫୁଲର
ମେହେନ୍ଦି ଲଗାଉଛନ୍ତି । ଅନ୍ୟ ଭୋଟରମାନଙ୍କୁ ଦଳୀୟ ଚିହ୍ନ ପ୍ରଦର୍ଶନ ସହ ପ୍ରଭାବିତ କଲେ ସେମାନଙ୍କୁ ପୁରସ୍କାର ମିଳିବା ଲୋଭ
ଦେଖାଯାଉଛି । ବିଜେପି କର୍ମୀମାନଙ୍କ ଏପରି କାର୍ଯ୍ୟକଳାପ ସିଧାସଳଖ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି । ଏହାର
ସତ୍ୟାସତ୍ୟ ଅନୁସନ୍ଧାନ ପୂର୍ବକ ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ ଲାଗି ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇ ରାଜ୍ୟ ମୁଖ୍ୟ
ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଆଜିର ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଡ. ପାଣିଗ୍ରାହୀଙ୍କ ସମେତ ବିଧାୟକ
ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ବିଏମ୍‍ସି
ଡେପୁଟି ମେୟର କେ. ଶାନ୍ତି ଉପସ୍ଥିତ ଥିଲେ ।

Share in top social networks!
Powered By Indic IME