ବିଜେପିର ମିଶ୍ରଣ ପର୍ବରେ ଯୋଗଦେଲେ ପ୍ରଖ୍ୟାତ ଓ ସୁନାମଧନ୍ୟ ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତି

Aparajita Joining_19 ବିଜେପି ଏବଂ ବିକାଶ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ବିକାଶ ଏବଂ ଜ୍ଞାନକୌଶଳକୁ ବିଶ୍ୱସ୍ତରରେ ପହଂଚାଇଛନ୍ତି । ତାଙ୍କ ନେତୃତ୍ୱ ଏବଂ ଆଦର୍ଶରେ ମୁଁ ଅନୁପ୍ରାଣିତ ହୋଇଛି ହୋଇ ବିଜେପିରେ ସାମିଲ ହୋଇଛି ବୋଲି ପ୍ରଖ୍ୟାତ ଓ ସୁନାମଧନ୍ୟ ଓଡିଆ ସିନେ ଅଭିନେତ୍ରୀ ଶ୍ରୀମତି ଅପରାଜିତା ମହାନ୍ତି ବିଜେପିରେ ଯୋଗଦେବା ଅବସରରେ ଏଭଳି ଦୃଢ ଆତ୍ମବିଶ୍ୱାସ ସହ ନିଜ ମନ୍ତବ୍ୟ ରଖିଛନ୍ତି ।
ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନା କେବଳ କାଗଜକଲମରେ ରହିଯାଇଛି ବୋଲି ଅପରାଜିତା କହିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ପ୍ରଶଂସା କରିଛନ୍ତି । ସମସ୍ତଙ୍କ ମୁଣ୍ଡ ଉପରେ ଛାତ ରହିବ , ସମସ୍ତଙ୍କ ଘରେ ବିଜୁଳୀ ଜଳିବ, ସମସ୍ତେ ପିଇବା ପାଣି ପାଇବେ, ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ମିଳିବା ଆଦି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଏବଂ ରାଜ୍ୟରେ ଏହି ସମସ୍ତ ଯୋଜନାକୁ ସଫଳ ରୂପାୟନ ଦେବାରେ ମୁଁ ସହଯୋଗ କରିବି । ଏଥି ସହ ଦଳ ଯେଉଁ କାର୍ଯ୍ୟ ଦେବ ମୁଁ ତାକୁ ସୂଚାରୁରୂପେ ପାଳନ କରିବି । ବିଶେଷକରି ସମାଜରେ ଥିବା ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ ସାହାର୍ଯ୍ୟ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବି ବୋଲି ଶ୍ରୀମତୀ ମହାନ୍ତି ଏହି ଅବସରରେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶକୁ ନେଇ ଓଡିଶାର ଯୁବ ଏବଂ ସଫଳ ନେତା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ଉନ୍ନତି ଓ ପ୍ରଗତି ଆଣିବା ସହ ବିକାଶ ଦିଗରେ ନିଜ ପ୍ରୟାଶ ଜାରି ରଖିଛନ୍ତି ବୋଲି ଶ୍ରୀମତି ମହାନ୍ତି କହିଛନ୍ତି । ଏଥି ସହ ଦଳରେ ସାମିଲକୁ ନେଇ ଶ୍ରୀମତି ମହାନ୍ତି ରାଜ୍ୟବାସୀ ଏବଂ ବିଜେପି ନେତୃବୁନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବରେ ଶ୍ରୀମତି ଅପରାଜିତା ମହାନ୍ତିଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଓ ବରିÂ ଓକିଲ ପୀତାମ୍ବର ଆଚାର୍ଯ୍ୟମପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପଟେ ଏହି ମିଶ୍ରଣ ପର୍ବରେ ତାଳେଚର ମୁ୍ୟନିସପାଲିଟିରୁ ବହୁ କଂଗ୍ରେସ ଓ ବିଜେଡି ନେତା ଆଜି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ତାଳଚେର ମୁ୍ୟନିସିପାଲିଟି କାଉନସିଲର ଓ କଂଗ୍ରେସ ନେତା ଜୟନ୍ତ ଭୁତିଆ, ପୂର୍ବତନ କାଉନସିଲର ଶ୍ରୀମତୀ ସେବତୀ ସାହୁ, ଅନିତା ମହାପାତ୍ର, ଗାୟତ୍ରୀ ଭୁତିଆ, ଗୋବିନ୍ଦ ହାଁସଦା, ଟୁକୁ ବେହେରା, ବସନ୍ତ ବେହେରା, ହିମାଁଶୁ ପ୍ରଧାନ, ଯୁଗଲ ରାୟ, ରବି ପ୍ରଧାନ, ଭରତ ନାୟକ, ଅରୁଣ ସାହୁ, ସଂଜୟ ସେଠ୍ ପ୍ରମୁଖ ଯୋଗଦାନ କରିଛନ୍ତି । ସେହିପରି ବିଜେଡିର ପୂର୍ବତନ କାଉନସିଲର ବିନିତା ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ସଂଖ୍ୟାଲଘୁ ନେତା ସାମଶୁଦ୍ଧିନ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।
ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

Share in top social networks!
Powered By Indic IME