ବିଜେପୁର ଉପନିର୍ବାଚନ: ପ୍ରଚାର କରିବେ ୩ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ ଓରାମ ଏବଂ ଶ୍ରୀ ଗିରିରାଜ ସିଂହ

27866948_1624968627586710_7171832390280521617_n ବିଜେପୁର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ସପକ୍ଷରେ ଆସନ୍ତା କାଲି ୧୯ ତାରିଖ ଦିନ ୩ ଜଣ କେନ୍ଦ୍ରମନ୍ତ୍ରୀ ଶ୍ରୀଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ ଓରାମ ଏବଂ ଶ୍ରୀ ଗିରିରାଜ ସିଂହ ଭୋଟ ପ୍ରଚାର କରିବେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ଅପରାହ୍ନ ୧୧.୩୦ରେ ବିଜେପୁର ବ୍ଲକ ଅନ୍ତର୍ଗତ ଟି.ଗଣ୍ଡପାଲି, ୧୨.୩୦ରେ ବଡବ୍ରାହ୍ମଣୀ, ୧.୧୫ରେ ଗାଂଠିଆପାଲି, ୨.୩୦ରେ ସାଇପାଲି, ୩.୩୦ରେ ବେନିଆଚଲ୍, ୪.୧୫ରେ ଲାଉମୁଣ୍ଡା, ସଂଧ୍ୟା ୫ଟାରେ ପଥର୍ଲା ଏବଂ ୬ଟାରେ ବଡବାଉଁଶେନଠାରେ ଅନୁÂିତ ହେବାକୁ ଥିବା ନିର୍ବାଚନୀ ସାଧାରଣ ସଭାମାନଙ୍କରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।
ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଆସନ୍ତା କାଲି ସକାଳ ୧୦.୩୦ଟାରେ ବିଜେପୁର ବ୍ଲକ ଅନ୍ତର୍ଗତ ରକ୍ସା, ଅପରାହ୍ନ ୨.୩୦ରେ ଚାରପାଲି ଏବଂ ୪.୩୦ରେ ସମଲାଇପଦରଠାରେ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀଙ୍କ ସପକ୍ଷରେ ପ୍ରଚାର କରିବେ ।
ସେହିପରି କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଗିରିରାଜ ସିଂହ ଦିନିକିଆ ଓଡିଶା ଗସ୍ତରେ ଆସନ୍ତା କାଲି ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ୧୯ ତାରିଖ ସକାଳ ୧୦.୩୦ଟାରେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡାଗାଁ, ଅପରାହ୍ନ ୧୨ଟାରେ ପହଣ୍ଡି ଏବଂ ଅପରାହ୍ନ ୨ଟାରେ ବୁଧାପାଲିଠାରେ ଅନୁÂିତ ହେବାକୁ ଥିବା ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ସପକ୍ଷରେ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହଙ୍କ ସହିତ ରାଜ୍ୟ ବିଜେପିର ବରିÂ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଏହି ନିର୍ବାଚନୀ ସଭାମାନଙ୍କରେ ଉପସ୍ଥିତ ରହିବେ । ସଂଧ୍ୟାରେ ଶ୍ରୀ ସିଂହ ରାୟପୁର ଫେରି ଯାଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ସୁଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀମାନଙ୍କ ଏହି ନିର୍ବାଚନୀ ସଭା ଗୁଡିକରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ପାଇଁ ଦଳ ତରଫରୁ ନିବେଦନ କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି ।