ବିଜେପୁରରେ ଗାଡିରୁ ୪୦ ଲକ୍ଷ ଟଙ୍କା ଜବତ ପ୍ରସଙ୍ଗରେ; ବିଜେପୁରରେ ପୋଲିସ ସାଜିଛି ବିଜେଡିର ଏଜେଂଟ : ବିଜେପି

 କଳା ଟଙ୍କାର ସୈାଦାଗର ହେଲା ବିଜେଡି
 ମୁଖ୍ୟମନ୍ତ୍ରୀ କଳା ଟଙ୍କାର ପାହାଡ ଉପରେ ବସିଛନ୍ତି
 ଚିଟଫଣ୍ଡ, ଖଣି, ନକଲି କୀଟନାଶକ େଓøଷଧ ଏବଂ ବିହନରୁ କୋଟି କୋଟି ଟଙ୍କା ଲୁଟ୍ କରିି ଶାସକ ବିଜେଡି ଭୋଟ କିଣିବାକୁ ଅପପ୍ରୟାଶ କରୁଛି
ବିଜେପୁରରେ ଶାସକ ବିଜେଡି ଭୋଟ ହାତେଇବା ପାଇଁ ଅର୍ଥ ବାଟିଂବା ଆରମ୍ଭ କରିଛି । ପ୍ରତିଦିନ ବିଜେଡି ଦଳର ନେତାମାନଙ୍କ ଗାଡିରୁ ପୋଲିସ ଲକ୍ଷ ଲକ୍ଷ ଟଙ୍କା ଜବତ କରୁଛି । ରକ୍ତମୁଖା ସାଜିଥିବା ଶାସକ ବିଜେଡି ଟଙ୍କାର ପ୍ରଲୋଭନ ଦେଖାଇ ବିଜେପୁରବାସୀଙ୍କ ସ୍ୱାଭିମାନଙ୍କୁ କିଣିବାକୁ ଯେଭଳି ହୀନ ପ୍ରୟାଶ କରୁଛି, ତାହାର ଉତର ଜନତା ଭୋଟ ମାଧ୍ୟମରେ ଦେବେ ବୋଲି ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ,ଓଡିଶାର କଳାଟଙ୍କାର ସୌଦାଗର କିଏ ତାହା ଓଡିଶାବାସୀ ଜାଣିଛନ୍ତି । ଚିଟଫଣ୍ଡ, ଖଣି, ନକଲି କୀଟନାଶକ େଓøଷଧ ଏବଂ ବିହନରୁ କୋଟି କୋଟି ଟଙ୍କା ଲୁଟ୍ କରିସାରିବା ପରେ ସେ ପଇସାକୁ ବାଂଟି ଶାସକ ବିଜେଡି ଭୋଟ କିଣିବାକୁ ଅପପ୍ରୟାଶ କରୁଛି । ନିଜକୁ ସ୍ୱଚ୍ଛ ବୋଲାଉଥିବା ଖୋଦ୍ ମୁଖ୍ୟମନ୍ତ୍ରୀ କଳାଟଙ୍କାର ପାହଡ ଉପରେ ବସିଛନ୍ତି । ଆଉ ତାଙ୍କ ଅଧୀନରେ ଥିବା ଗୃହବିଭାଗର ପୋଲିସ ବିଜେଡିର ଏଜେଂଟ ସାଜି ବିଜେପୁରରେ କାର୍ଯ୍ୟ କରୁଛି ।
ଶାସକ ବିଜେଡିର ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଟଙ୍କା ବାଂଟି ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଯୋଗାଡ କରିବାରେ ଲାଗିଛନ୍ତି । କିନ୍ତୁ ବିଜେପୁରବାସୀ ବହୁତ ସ୍ୱାଭିମାନୀ । ସେମାନେ ଟଙ୍କା ନେଇ ନିଜ ସ୍ୱଭିମାନକୁ କଦାପି ବିକ୍ରି କରିବେ ନାହିଁ । ଅନ୍ୟପଟେ ଦୀର୍ଘ ୧୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ବିଜେପୁରବାସୀ ବିଜେଡି ସହ ନଥିଲେ କି ଆଗକୁ ରହିବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।