ବିଜେପୁରବାସୀଙ୍କ ଆସ୍ଥାଭାଜନ ହୋଇଛି ବିଜେଡି

DSC_0989 ବିଜେପୁର ଉପ-ନିର୍ବାଚନରେ ବିଜୟ ପାଇଁ ବିଜେପି ପରିବେଶକୁ ଗୋଳିଆ କରିବା ସହ
ଭୋଟର୍‍ମାନଙ୍କୁ ବିଭ୍ରାନ୍ତ କରିବାକୁ ନାନା ଫନ୍ଦି ଫିକର କରୁଥିଲେ ମଧ୍ୟ ଉପ-ନିର୍ବାଚନର ଫଳ କ’ଣ ହେବ ତାହା କ୍ରମଶଃ ସ୍ପଷ୍ଟ
ହେବାରେ ଲାଗିଛି । ଲୋକଙ୍କ ପାଇଁ କାମ କରିବା ବିଜେଡିର ପ୍ରାଥମିକ ପ୍ରସଂଗ ହୋଇଥିବାରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ
ଭୋଟରମାନେ ବିଜେଡିକୁ ଅକୁଣ୍ଠ ସମର୍ଥନ ଯୋଗାଇଦେବେ ବୋଲି ବିଜେଡିର ଦୃଢ଼ ବିଶ୍ୱାସ ରହିଛି । ବିଜେପୁର ଉପ-ନିର୍ବାଚନରେ
ଭୋଟରଙ୍କ ପୂର୍ଣ୍ଣ ସହଯୋଗରେ ବିଜେଡି ବହୁମତରେ ବିଜୟୀ ହେବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ
କହିଛନ୍ତି ।
ବିଜେପୁରର ମୋଟ ୨,୨୧,୦୦୦ ଭୋଟରଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଭୋଟର୍‍ ଚାଷ ଉପରେ ନିର୍ଭରଶୀଳ ଓ ସେମାନଙ୍କର
ମୁଖ୍ୟ ପେଷା ହେଉଛି ଚାଷ । ଧାନର ଲାଭଜନକ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣରେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି
ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ରାଜ୍ୟ ସରକାର ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ
କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବକୁ ମୋଦି ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ବିଜେପି ନେତାମାନେ ଯେତେ ସଫେଇ ଦେଲେ ମଧ୍ୟ
ଧାନର ସହାୟକ ମୂଲ୍ୟ ବୃଦ୍ଧି ହେବ ନାହିଁ ବୋଲି ବିଜେଡି ସାଂସଦ ଓ ବିଧାୟକମାନଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷିମନ୍ତ୍ରୀ
ଏବଂ କେନ୍ଦ୍ର କୃଷି କଲ୍ୟାଣ ମନ୍ତ୍ରାଳୟ ସ୍ପଷ୍ଟ କରିସାରିଛନ୍ତି । ମହାନଦୀ ପ୍ରସଙ୍ଗରେ ମଧ୍ୟ ବିଜେପି ଛତିଶଗଡକୁ ସାହାଯ୍ୟ କରିବାକୁ ଯାଇ
ଓଡ଼ିଶା ବିରୋଧୀ ପକ୍ଷରେ ରହିଲେ । ଜାତୀୟ ରାଜପଥଠୁ ଆରମ୍ଭ କରି ବରଗଡ଼, କଳାହାଣ୍ଡିରେ ରେଳ ପ୍ରକଳ୍ପ କରିବା ପର୍ଯ୍ୟନ୍ତ, ସବୁ
କ୍ଷେତ୍ରରେ ଓଡ଼ିଶା ବିରୋଧୀ ପକ୍ଷ ନେଉଥିବା ବିଜେପି ନିଜ ମୁହଁ ଲୁଚାଇବା ପାଇଁ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରି ପ୍ରତିଦିନ ନୂଆ ନୂଆ
ଅଘଟଣ ସୃଷ୍ଟି କରୁଛନ୍ତି ।
ଲୋକଙ୍କ ପାଇଁ କାମ କରିବା ବିଜୁ ଜନତା ଦଳର ଏକମାତ୍ର ଏଜେଣ୍ଡା ଏବଂ ଏଥିପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା
ଓ ଗ୍ରହଣୀୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଯାହାକି ବିଭିନ୍ନ ସମୟର ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି । ନବୀନ
ପଟ୍ଟନାୟକଙ୍କ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଓଡ଼ିଶାର ଲୋକମାନେ କ୍ରମାଗତ ଭାବେ ସମର୍ଥନ ଦେଇ
ଆସିଛନ୍ତି । ଏହିକ୍ରମରେ ବିଜୁ ଜନତା ଦଳ ସରକାର ବିଜେପୁରବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିଜେପୁରକୁ ଏନ୍‍ଏସି
ମାନ୍ୟତା ଦେବା, ଚାଷୀଙ୍କୁ ପାଣି ଯୋଗାଇବାର ସ୍ଥାୟୀ ପ୍ରତିକାର ଉଦେ୍ଧଶ୍ୟରେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ପାଇଁ
୧୨୦୦ କୋଟି ଟଙ୍କା ଅଟକଳ କରି ପଦକ୍ଷେପ ନେବା ଓ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା ଆଦି
କାର୍ଯ୍ୟକ୍ରମ ଯୋଗୁ ବିଜେପୁର ନିର୍ବାଚନ ମଣ୍ଡଳୀର ଚାଷୀ ଓ ଜନସାଧାରଣଙ୍କ ବିଜେଡି ପ୍ରତି ଆସ୍ଥା ବଢ଼ିଛି । ବରପାଲି, ବିଜେପୁର,
ଗାଇସିଲେଟ୍‍ ବ୍ଲକରେ ସରକାର ଚାଷୀମାନଙ୍କୁ ମୋଟର ପମ୍ପ ଯୋଗାଇଦେବା, ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ଆଦି ଅନେକ
ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯୋଗୁ ସରକାରଙ୍କ ପ୍ରତି ଲୋକଙ୍କର ଆଦର ବଢ଼ିଛି । ଏଭଳି ଏକ ସ୍ଥିତିରେ ବିଜେଡି ଲୋକଙ୍କ
ବିଶ୍ୱାସଭାଜନ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

Share in top social networks!
Powered By Indic IME