ବିଜେପିରେ ଯୋଗ ଦେବେ ସିନେ ତାରକା ଅପରାଜିତା ମହାନ୍ତି

 ଆସନ୍ତା ୧୯ ତାରିଖରେ ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଏକ ମିଶ୍ରଣ ପର୍ବରେ ଅପରାଜିତାଙ୍କୁ କରିବେ ସ୍ୱାଗତ
 ଦୀର୍ଘ ଦଶନ୍ଧି ଧରି ଓଡିଆ ଜନ ଭାବନାକୁ ପ୍ରଭାବିତ କରିଥିବା ମହିଳା ଅପରାଜିତାଙ୍କ ବିଜେପିରେ ଯୋଗଦାନ ଦଳକୁ ଜନ ଆଦୃତି ଦେବ

aparajita-1

ଆସନ୍ତା ଫେବୃଆରୀ ୧୯ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେବେ ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ୧୯ ତାରିଖ ଦିନ ୯ଟା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁÂିତ ହେବ । ବିଧିବଦ୍ଧ ଭାବେ ଦଳର ନେତୃମଣ୍ଡଳୀ ଶ୍ରୀମତୀ ମହାନ୍ତିଙ୍କୁ ଦଳକୁ ସ୍ୱାଗତ କରିବେ ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଦୀର୍ଘ ଦଶନ୍ଧି ଧରି ଅପରାଜିତା ମହାନ୍ତିଙ୍କ ଅଭିନୟରେ ସମଗ୍ର ଓଡିଶାବାସୀ ପ୍ରଭାବିତ । ତାଙ୍କ ଭଳି ଜଣେ ଜଣାଶୁଣା ଓ ଖ୍ୟାତି ସମ୍ପନ୍ନ ଜନଭାବନାକୁ ପ୍ରଭାବିତ କରିବାକୁ କ୍ଷମତା ରଖୁଥିବା ମହିଳା ବିଜେପିରେ ଯୋଗ ଦେବା ଦ୍ୱାରା ଦଳ ଆହୁରି ଜନ ଆଦୃତି ପ୍ରାପ୍ତି କରିବ ।

Share in top social networks!
Powered By Indic IME