ଓଡ଼ିଶାରେ ପାତର ଅନ୍ତର ନୀତିରେ ଚାଲୁଛି ସରକାର: ସ୍ୱାଧୀ ନିରଞ୍ଜନ ଜ୍ୟୋତି

Pix Release_Campaign_Swadhi Niranjana Jyoti_Bijepur_16-02-2018 ଭାରତୀୟ ଜନତା ପାର୍ଟି ବିଜେପୁର ନିର୍ବାଚନ ମଣ୍ଡଳୀରେ ଆଜି ୧୦ମ ଦିନରେ ପ୍ରଚାର ଅଭିଯାନରେ ସ୍ୱାଧୀ ନିରଞ୍ଜନା ଜ୍ୟୋତିଙ୍କୁ ପ୍ରଚାର ମୈଦାନରେ ଓହ୍ଲାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୦ ଦିନ ଧରି ବିଜେପି ନିଜର ଧୁଆଁଧାର ପ୍ରଚାର ସହିତ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କର ତୁହାକୁ ତୁହା ଗସ୍ତ ଓ ଓଡ଼ିଆ ସିନେ ଷ୍ଟାର ମାନଙ୍କର ଗାଁ କୁ ଗାଁ ଅଭିଯାନ ପଛରେ ପକାଇଛି ଅନ୍ୟ ବିରୋଧୀ ଦଳମାନଙ୍କୁ । ବିଜେପି ପ୍ରାର୍ଥୀ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ସପକ୍ଷରେ ଏକ ସୁବିଧାଜନକ ସ୍ଥିତି ଉପୁଜିଥିବା ଦେଖାଯାଏ ।
ଏହି ପରିପ୍ରେକ୍ଷୀରେ ସ୍ୱାଧୀ ନିରଞ୍ଜନ ଜ୍ୟୋତି ନିଜ ପ୍ରଚାର ଅଭିଯାନରେ ଗାଇସିଲଟ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଚଞ୍ଚଳ ଗସ୍ତ କରିଥିଲେ । ସେ ନିଜ ପ୍ରତିକ୍ରିୟାରେ ଓଡ଼ିଶାରେ ୧୭ ବର୍ଷ ଧରି ନବୀନବାବୁଙ୍କ ନେତୃତ୍ୱରେ ଚାଲିଥିବା ବିଜେଡ଼ି ସରକାରକୁ ପାତର ଅନ୍ତର ନୀତିରେ ଚାଲିଥିବା ଅଭିଯୋଗ କରିବା ସହିତ ଏହି ଦୁରାଚାରି ସରକାରକୁ ନିପାତ କରିବା ନିମନ୍ତେ ଜନସାଧାରଣଙ୍କୁ ବିଜେପି ନେତୃତ୍ୱରେ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ । ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବିଶେଷ କରି ବରଗଡ଼ ଜିଲ୍ଲାକୁ ଗରିବ କଲ୍ୟାଣର ପ୍ରୟୋଗଶାାଳା କରିବାକୁ ଚାହୁଁଥିବା ବେଳେ ଏଠାରେ ଚାଲିଥିବା ରାଜ୍ୟ ସରକାର ଏଥିରେ ବାଧା ଉପୁଯାଇବା ଅତ୍ୟନ୍ତ ଦୁର୍ବାଗ୍ୟଜନକ ଓ ଗଣତନ୍ତ୍ର ପ୍ରତି ବିପଦର ଘଂଟି । ସେଥିପାଇଁ ବେଳକୁ ସାବଧାନ ହେବାପାଇଁ ଆହ୍ୱାନ ଦେଇଥିଲେ । ସ୍ୱାଧୀ ନିରଂଜନା ତାଙ୍କ ପୂର୍ବ ଓଡିଶା ଗସ୍ତ ସମୟରେ ବରଗଡଠାରେ ଶାସକ ବିଜେଡି ନେତାମାନେ କରିଥିବା ମରଣାନ୍ତକ ଆକ୍ରମଣକୁ ମନେ ପକାଇବା ସହ ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟକୁ ଦୃଢ ନିନ୍ଦା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସଂପାଦକ ଶ୍ରୀ ସୁରେଶ ପୁଜାରୀ ଓ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ ।
ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ, ହାସ୍ୟ ଅଭିନେତା ହରିହର ମହାପାତ୍ର, ପ୍ରଖ୍ୟାତ ଅଭିନେତ୍ରୀ ମହେଶ୍ୱତା ରାୟ, ଖାତି ସଂପନ୍ନ ଅଭିନେତା ଅଜିତ୍ ଦାସ ପ୍ରମୁଖ ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଜେପି ପ୍ରାର୍ଥୀ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପଦ୍ମଫୁଲ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।

Share in top social networks!
Powered By Indic IME