ବିଜେପୁର ଉପନିର୍ବାଚନର ତାରିଖ ଯେତେ ପାଖେଇ ଆସୁଛି ଶାସକଦଳର ନେତା ଓ କର୍ମୀମାନେ ସେତିକି ଅସହିଷ୍ନୁ ଓ ହିଂସ୍ର ହୋଇପଡୁଛନ୍ତି

CEO_16
ବିଜେପୁର ଉପନିର୍ବାଚନର ତାରିଖ ଯେତେ ପାଖେଇ ଆସୁଛି ଶାସକଦଳର ନେତା ଓ କର୍ମୀମାନେ ସେତିକି ଅସହିଷ୍ନୁ ଓ ହିଂସ୍ର ହୋଇପଡୁଛନ୍ତି । ବିଜେପୁରରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେଉଛି । ଏହି ଅଂଚଳରେ ପୋଲିସ ପ୍ରଶାସନ ନିରପେକ୍ଷତା ଅବଲମ୍ବନ କରିବା ବଦଳରେ ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ବିଜେଡି ପ୍ରାର୍ଥୀଙ୍କ ପକ୍ଷରେ କାମ କରୁଛନ୍ତି । ଶାସକ ବିଜେଡି ସରକାରୀ କଳକୁ ଅପବ୍ୟବହାର କରି ସାଧାରଣ ଲୋକଙ୍କ ଉପରେ ଜୁଲମ କରୁଛି । ଏମିତିକି ବିଜେପୁରରେ ଦଳୀୟ ସଭାରେ ଯୋଗ ଦେବାକୁ ଆସିଥିବା ବିଜେପି କର୍ମୀଙ୍କୁ ହତ୍ୟା ଧମକ ଦେବା ସହ ତାଙ୍କର ୧୫ ବର୍ଷର ନାବାଳିକା ଝିଅ ସହ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହା ନିର୍ବାଚନ ଆଦର୍ଶ ଆଚରଣ ବିଦ୍ଧି ଉଲ୍ଲଘଂନ କରୁଛି ବୋଲି ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ଦାବୀ କରିଛନ୍ତି ।
ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ବିଜେପି ପାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ । ଗାଇସିଲେଟ ବ୍ଲକରେ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ଯୋଗଦେଇଥିବା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜନକେଡା ଗ୍ରାମର ବିଜେପି କର୍ମୀ ସୁବାଷ ସାହୁ ଘରକୁ ଫେରିବା ପରେ ତାଙ୍କୁ ଶାସକ ଦଳର କିଛି କର୍ମୀ ବରଗଡ ଜିଲ୍ଲାର ସ୍ଥାନୀୟ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନିଦେ୍ର୍ଧଶରେ ହତ୍ୟା ଧମକ ଦେବା ସହ ତାଙ୍କ ଘରକୁ ପଥର ମାରିଛନ୍ତି । ଏପରିକି ତାଙ୍କର ୧୫ ବର୍ଷର ନାବାଳିକା ଝିଅଙ୍କୁ ମଧ୍ୟ ଟାଣି ନେଇ ଦୁର୍ବବ୍ୟହାର କରିଥିଲେ । ଏ ବିଷୟରେ ବିଜେପି କର୍ମୀ ସୁବାଷ ସାହୁ ଗାଇସିଲେଟ ଥାନାକୁ ଯାଇ ମାମଲା ରୁଜୁ କରିବା ସତ୍ୱେ ପୋଲିସ ଏଯାଏଁ କାହାକୁ ଗିରଫ କରିନାହାନ୍ତି ।

ଏପରିକି ଅଭିଯୋଗକାରୀ ସୁବାଷ ତାଙ୍କ ଝିଅଙ୍କୁ ବିଜେଡି କର୍ମୀମାନେ ଟଣା ଓଟରା କରାଯାଇଥିବାର ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ପୋଲିସ ଜାଣିଶୁଣି ଧାରା ୩୭୬ ଲଗାଇ ଗିରଫ କରିନାହିଁ । ଅପରାଧ ଘଟାଇଥିବା ବିଜେଡି କର୍ମୀମାନେ କିପରି ଶିଘ୍ର ଜାମିନରେ ଆସିପାରିବେ ସେଥିପାଇଁ ମଧ୍ୟ ପୋଲିସ ସୁଯୋଗ ଦେଉଛି ବୋଲି ବିଜେପି ଅଭିଯୋଗ କରିଛି ।
ସେହିପରି ବରଗଡ ଜିଲ୍ଲାର ତେଲ ମହୁଲ ଛକ ଠାରେ ପୋଲିସ ବିଭାଗ ତରଫରୁ ଏକ ଯାଂଚ ଫାଟକ କରାଯାଇଥିଲେ ମଧ୍ୟ ସେଠାରେ କୌଣସି ପୋଲିସ ମୁତୟନ ନାହାନ୍ତି । ତେଲମହୁଲ ଛକ ହେଉଛି ପଦମପୁର ପଟୁ ବିଜେପୁର ଏବଂ ଗାଇସିଲଟ ବ୍ଲକକୁ ଯିବା ପାଇଁ ମୁଖ୍ୟ ପ୍ରବେଶ ପଥ । କିନ୍ତୁ ପୋଲିସ ଅନ୍ୟ ସ୍ଥାନମାନଙ୍କରେ ଯାଂଚ କରିବା ଆଳରେ ବିଜେଡି ଗାଡିକୁ ଯିବାକୁ ଦେଉଥିବା ବେଳେ ଅଯଥାରେ ବିଜେପି ସମର୍ଥକ ମାନଙ୍କ ଗାଡିକୁ ଅଟକାଇ ଦେଇ ଯିବାକୁ ଦେଉନାହାନ୍ତି । ମହୁଲ ଛକରେ ସିସିଟିଭି କ୍ୟାମେରା ଲଗାଇବା ଏବଂ ସେଠାରେ ୨୪ ଘଂଟିଆ ପୋଲିସ ମୁତୟନ ସହ ନିୟମିତ ଯାଂଚର ବ୍ୟବସ୍ଥା କରାଯିବା ପାଇଁ ବିଜେପି ଦାବୀ କରିଛି ।
ଗତ ୨ ଦିନ ତଳେ ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲଟ ବ୍ଲକର ତାଳପାଲୀ ଠାରେ ଗଂଜାମର ମଦ ବେପାରୀ ହର ପ୍ରସାଦ ସାହୁ ବେନିୟମ ଭାବେ ଟଙ୍କା ନେଇ ଶାସକ ଦଳର ସମର୍ଥନରେ କାମ କରୁଥିବା ଧରା ପଡିଥିଲେ । ତାଙ୍କ ପରି ଅନେକ ମଦ ବେପାରୀ ମାନେ ଟଙ୍କା, ମଦ ଓ ଭଡାଟିଆ ଗୁଣ୍ଡା ଧରି ବିଜେପୁରରେ କ୍ୟାମ୍ପ ପକାଇଛନ୍ତି । ଟଙ୍କା ଜବତ ପରେ ସ୍ଥାନୀୟ ପୋଲିସ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଯେପରି ଭାବରେ ତ୍ୱରିତ ରିପୋର୍ଟ ଦେବା କଥା ସ୍ଥାନୀୟ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ହସ୍ତକ୍ଷେପରେ ରିପୋର୍ଟ ପ୍ରଦାନ କରି ନାହିଁ । ତଦନ୍ତ ଆଳରେ ପୋଲିସ ସେହି ମାମଲାକୁ ଚାପି ବିଜେଡିକୁ ସୁହାଇଲାଭଳି ଅପପ୍ରୟାସ କରୁଛି । ଖୋଲା ପ୍ରମାଣ ଥାଇ ବି ଅଭିଯୁକ୍ତ ଏଯାଏଁ ଗିରଫ ହୋଇନାହିିଁ କି ଗାଡି ବି ଜବତ ହୋଇନାହିଁ ବୋଲି ବିଜେପି ଅଭିଯୋଗ କରିଛି ।
ଏପରି ପରିସ୍ଥିତିରେ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡିଛି । ସଂପୃକ୍ତ ମଦ ବେପାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା, ପୋଲିସକୁ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ନିୟନ୍ତ୍ରଣରେ ରହିବ ଏବଂ ଶାସକ ଦଳ ପୋଲିସର ଅଯାଚିତ ସୁରକ୍ଷା ନେଇ ବିଜେପି କର୍ମୀଙ୍କୁ ହଇରାଣ ନକରିବା ପାଇଁ ବିଜେପି ଦାବୀ କରିଛି ।
ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିିନିଧୀ ଦଳରେ ଅନ୍ୟତମ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ ଏବଂ ରାଜେଶ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

Share in top social networks!
Powered By Indic IME