ବିଜେପୁର ଉପ ନିର୍ବାଚନ ପ୍ରଚାର ପ୍ରସଙ୍ଗରେ ଆସନ୍ତା କାଲି ଗାଇସିଲେଟ ବ୍ଲକରେ ପ୍ରଚାର କରିବେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ
ବିଜେପୁର ଉପ ନିର୍ବାଚନ ପାଇଁ ଆସନ୍ତା କାଲି ଶନିବାର ଦିନ ପ୍ରଚାର କରିବେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ । ଶ୍ରୀ ଓରାମ ଦିନ ତମାମ ଗାଇସିଲେଟ ବ୍ଲକରେ ଅନୁÂିତ ହେବାକୁ ଥିବା ୭ଟି ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।
ଶ୍ରୀ ଓରାମ ଆସନ୍ତା କାଲି ସକାଳ ୧୦ଟାରେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଖଲାବାହାଲ, ୧୧ଟାରେ ଚିଖ୍ଲି, ଅପରାହ୍ନ ୧୨ଟାରେ କୁଣ୍ଡାଖାଇ, ୨.୩୦ରେ ଛିନ୍ଦ୍ରାପାଲି, ୩.୩୦ରେ କଟାବାହାଲ, ୫ଟାରେ ଖୁଂଟାପାଲି ଏବଂ ସଂଧ୍ୟା ୬ଟାରେ ଜନକେଡାଠାରେ ଅନୁÂିତ ହେବାକୁ ଥିବା ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମଙ୍କର ଏହି ନିର୍ବାଚନୀ ସଭା ଗୁଡିକରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ପାଇଁ ଦଳ ତରଫରୁ ନିବେଦନ କରାଯାଇଛି ।