ଆସନ୍ତା କାଲି ବିଜେପୁର ଉପ ନିର୍ବାଚନ ପାଇଁ ପ୍ରଚାର କରିବେ ଦୁଇ କେନ୍ଦ୍ରମନ୍ତ୍ରୀ

 ବିଜେପୁର ଏବଂ ବରପାଲି ବ୍ଲକରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
 ଗାଇସିଲେଟ ବ୍ଲକରେ ପ୍ରଚାର କରିବେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ସ୍ୱାଧୀ ନିରଂଜନ ଜ୍ୟୋତି
 ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗ ଦେବା ପାଇଁ ଦଳ ତରଫରୁ ନିବେଦନ

27866948_1624968627586710_7171832390280521617_n
ବିଜେପୁର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଆସନ୍ତା କାଲି ପ୍ରଚାର କରିବେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ସକାଳ ୧୦ଟାରେ ବିଜେପୁରଠାରେ ଅନୁÂିତ ହେବାକୁ ଥିବା ଏକ ମିଶ୍ରଣ ପର୍ବରେ ଯୋଗ ଦେବେ । ଅପରାହ୍ନ ୧ଟାରେ ବରପାଲିରେ ଅନୁÂିତ ହେବାକୁ ଥିବା ରୋଡ ସୋ (ମୋଟର ସାଇକଲ ଶୋଭାଯାତ୍ରା)ରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ନ ୨ଟାରେ ବରପାଲି ବ୍ଲକର ରେମ୍ତା, ୩ଟାରେ କୁମ୍ଭାରୀ, ୪ଟାରେ ପାଟ୍କୁଲୁଣ୍ଡା ଏବଂ ସଂଧ୍ୟା ୫ଟାରେ କାଇଁଶିରଠାରେ ଅନୁÂିତ ହେବାକୁ ଥିବା ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେବେ ।
ସେହିପରି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଂଜନ ଜ୍ୟୋତି ଅପରାହ୍ନ ୧୧ଟାରେ ଗାଇସିଲେଟ ବ୍ଲକର ମହରପାଲି, ଘ୧୧.୪୫ମି ରେ ଗୈାରେନମୁଣ୍ଡା, ଘ୧୨.୪୫ମି ରେ ଧୈାରାଖମନ, ଘ୧.୩୦ମି ରେ ସାଲେପାଲି, ଘ୩.୩୦ମି ରେ ସାଲ ଡେଙ୍ଗୁରିପାଲି, ଘ୪.୧୫ମି ରେ ତୁର୍ଚ୍ଚା, ଘ୫.୧୫ମି ରେ ସିମେଲଗୁଡାଠାରେ ଅନୁÂିତ ହେବାକୁ ଥିବା ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ସପକ୍ଷରେ ଭୋଟ ପ୍ରଚାର କରିବେ ।
ଉଭୟ କେନ୍ଦ୍ରମନ୍ତ୍ରୀଙ୍କର ଏହି ନିର୍ବାଚନୀ ସଭା ଗୁଡିକରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ପାଇଁ ଦଳ ତରଫରୁ ନିବେଦନ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ସୁଚନା ଦେଇଛନ୍ତି ।

Share in top social networks!