ଅଭିନବ ଟଏଲେଟ୍ ସଲୁ୍ୟସନ୍ ‘ସାଟୋ’ର ଓଡ଼ିଶା ପ୍ରବେଶ

Pix-1ଅଭିନବ, ଶସ୍ତା ଏବଂ ସ୍ୱାସ୍ଥ୍ୟକର ଟଏଲେଟ୍ ସଲୁ୍ୟସନ୍ ‘ସାଟୋ’ ଆଜି ଓଡ଼ିଶାରେ ନିଜ ଉପôାଦର ଉପଲବ୍ଧତା ବିଷୟ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ସାଟୋ ଉପôାଦଗୁଡ଼ିକ ସାଟୋ ବିତରକଙ୍କ ଜରିଆରେ ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତ୍ସିଂହପୁର ଭଳି ୭ଟି ଜିଲ୍ଲାରେ ଉପଲବ୍ଧ ହେବ । ଆଗାମୀ କିଛି ମାସ ମଧ୍ୟରେ ସାଟୋ ରାଜ୍ୟର ସମସ୍ତ ଜିଲ୍ଲାରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।

ହାଉସିଂ ଏବଂ ବିଲ୍ଡିଂ ଉପକରଣରେ ବିଶ୍ୱର ପ୍ରମୁଖ କମ୍ପାନି ଲିକ୍ସିଲ୍ କର୍ପୋରେସନ୍ର ଅଂଶବିଶେଷ ସାଟୋ ଫାଷ୍ଟ-ଅଫ୍-ଇଟ୍ସ-କାଇଣ୍ଡ ଲାଇନ୍ର
ଅଭିନବ ଟଏଲେଟ୍ ଓ ସାନିଟେସନ୍ ଉପôାଦ ଆଣିଛି । ମୁଖ୍ୟତଃ ଭାବେ ନିରାପଦ ସ୍ୱଚ୍ଛତାଠାରୁ ଦୂରରେ ଥିବା ଗ୍ରାମାଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳ
ଲୋକମାନଙ୍କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ କମ୍ପାନି ଏହାକୁ ପ୍ରସ୍ତୁତ କରିଛି । ସାଟୋର ଉପôାଦଗୁଡ଼ିକ ଏଭଳି ଡିଜାଇନ୍ କରାଯାଇଛି, ଯାହାକି ଏକ ଅଭିନବ
ସେଲ୍ଫ୍-କ୍ଲୋଜିଂ ଟ୍ରାପ୍-ଡୋର୍ ଜରିଆରେ ସ୍ୱୟଂଚାଳିତ ଓ ମଜବୁତ୍ରେ ଓପନ୍-ପିଟ୍ ପାଇଖାନାକୁ ବନ୍ଦ କରିବ, ଫଳରେ ଦୁର୍ଗନ୍ଧ କମିଥାଏ ଏବଂ
ରୋଗବାହକ କୀଟଙ୍କ ଯାତାୟାତ ବନ୍ଦ ହୋଇଥାଏ । ଫଳରେ ଟଏଲେଟ୍ ଅଧିକ ନିରାପଦ ରୁହେ ଏବଂ ବ୍ୟବହାର ପାଇଁ ଆରାମଦାୟକ ହୋଇଥାଏ ।
ଏ ଅବସରରେ ସୂଚନା ଦେଇ ଦୀପକ ମିତ୍ର, ଆଞ୍ଚଳିକ ବ୍ୟବସାୟ ଲିଡର୍, ସାଉଥ୍ ଏସିଆ, ସାଟୋ କହିଲେ, “ଓଡ଼ିଶାରେ ସାଟୋ ଉପôାଦର
ଉପଲବ୍ଧତା ବିଷୟରେ ଘୋଷଣା କରି ମୁଁ ଆନନ୍ଦିତ । ଆମ୍ଭମାନଙ୍କ ପାଇଁ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ । ୨୦୧୪ ଅକ୍ଟୋବର ପରଠାରୁ ରାଜ୍ୟର
ଟଏଲେଟ୍ ନିର୍ମାଣରେ ୫ ଗୁଣ ଅଭିବୃଦ୍ଧି ଦେଖିବାକୁ ମିଳିଛି । ତଥାପି ଏବେ ରାଜ୍ୟର ୫୦%ରୁ ଅଧିକ ଲୋକଙ୍କର ଟଏଲେଟ୍ ନାହିଁ । ରାଜ୍ୟର ଲୋକମାନଙ୍କୁ ସାଟୋ ଅଭିନବ, ଶସ୍ତା ଏବଂ ସ୍ୱାସ୍ଥ୍ୟକର ଟଏଲେଟ୍ ଯୋଗାଇବାକୁ ଲକ୍ଷ୍ୟ ରଖିଛି ।”

“୨୦୧୯ ଅକ୍ଟୋବର ସୁଦ୍ଧା ଭାରତକୁ ଖୋଲା ମଳମୁକ୍ତ (ଓଡିଏଫ୍) କରିବାକୁ ନିଆଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଲକ୍ଷ୍ୟକୁ
ଆମ୍ଭେ ସମର୍ଥନ କରୁଛୁ । ଏହା ଏକ ବହୁ ପ୍ରତୀକ୍ଷିତ ଲକ୍ଷ୍ୟ ଏବଂ ଏହାକୁ ହାସଲ କରିବାରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ତୁଲାଇବ ।
ଲୋକମାନଙ୍କୁ ଅଭିନବ ଓ ଦୀର୍ଘସ୍ଥାୟୀ ସଲୁ୍ୟସନ ପ୍ରଦାନ କରି ଟଏଲେଟ୍ ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବାର ସମୟ ଏବେ ଆସିଛି ।
ସାଟୋ ଟଏଲେଟ୍ଗୁଡ଼ିକର ଇନ୍ଷ୍ଟଲ୍ ଏବଂ ରକ୍ଷଣାବେକ୍ଷଣ ବେଶ୍ ସହଜ । ଆମ୍ଭର ଏକ ଟେକ୍ନୋଲୋଜି ପିଟ୍ ପରିବର୍ତ୍ତନକୁ ବେଶ୍
ସରଳ ଓ ସୁବିଧାଜନକ କରିଛି । ସାଟୋ ଟଏଲେଟ୍ଗୁଡ଼ିକ ପ୍ରତି ଫ୍ଲସ୍ ପିଛା ପ୍ରାୟ ୮୦% ଜଳ ସଞ୍ଚୟ କରିଥାଏ ଏବଂ ଟଏଲେଟ୍କୁ
ଅଧିକ ଦୀର୍ଘସ୍ଥାୟୀ କରିଥାଏ” ବୋଲି ଶ୍ରୀ ମିତ୍ର କହିଛନ୍ତି ।

ସ୍ୱଚ୍ଛ ଭାରତ ମିସନ ଅଧୀନରେ ଏବେ ପ୍ରତିଦିନ ପାଖାପାଖି ୪୭,୦୦୦ ଟ୍ୱିନ୍-ପିଟ୍ ପୁଅର୍-ଫ୍ଲସ୍ (ଟିପିପିଏଫ୍) ଲାଟ୍ରିନ୍ ନିର୍ମାଣ
ହେଉଛି । କିନ୍ତୁ ଏହି ଲାଟ୍ରିନ୍ରେ ଫ୍ଲସ୍ କରିବାକୁ ଏକକାଳୀନ ୫ ଲିଟରରୁ ଅଧିକ ପାଣି ଆବଶ୍ୟକ ହୋଇଥାଏ ଏବଂ ପିଟ୍ ମଧ୍ୟରେ
ସ୍ୱିଚିଂ ପାଇଁ ଥିବା ଜଙ୍କ୍ସନ୍ ବକ୍ସ ଜାମ୍ ହେବାର ଆଶଙ୍କା ରହିଛି । କିନ୍ତୁ ସାଟୋର ଡିଜାଇନ୍ ଉଭୟ ପିଟ୍କୁ ସହଜରେ ସ୍ୱିଚିଂ କରିବାରେ
ସହାୟକ ହୋଇଥାଏ ଏବଂ ଜାମ୍ ହେବାର ଆଶଙ୍କା କମାଇଥାଏ । ସାଟୋର ଭି-ଟ୍ରାପ୍ କନେକ୍ସନ୍ ବ୍ୟବସ୍ଥା ପ୍ରତି ଫ୍ଲସ୍ରେ ପାଖାପାଖି
୮୦% କମ୍ ପାଣି ବ୍ୟବହାର କରିଥାଏ ।

ଏହାବ୍ୟତୀତ, ସାଟୋ ଭି-ଟ୍ରାପ୍ କନେକ୍ସନ୍ ବ୍ୟବସ୍ଥା ଇନ୍ଷ୍ଟଲେସନ୍ ବେଳେ ଗୋଟିଏ ଦିନର ଶ୍ରମ ସଞ୍ଚୟ କରିଥାଏ । ଫଳରେ
ଟିପିପିଏଫ୍ ଲାଟ୍ରିନ୍ ଇନ୍ଷ୍ଟଲେସନ୍ ଶସ୍ତା ପଡ଼ିଥାଏ ଏବଂ ପ୍ରତି ଟଏଲେଟ୍ ପିଛା ୬୫୦ ଟଙ୍କା ସଞ୍ଚୟ ହୋଇଥାଏ ।
୨୦୨୦ ସୁଦ୍ଧା ବିଶ୍ୱବ୍ୟାପୀ ୧୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟକର ଏବଂ ସ୍ୱଚ୍ଛତା ଯୋଗାଇବାକୁ ଲିକ୍ସିଲ୍ ଲକ୍ଷ୍ୟ ରଖିଛି । ସାଟୋର
ବ୍ୟବସାୟ ୟୁନିଟ୍ ଏହି ଲକ୍ଷ୍ୟ ହାସଲରେ ପ୍ରମୁଖ ଭୂମିକା ତୁଲାଇବ । ସ୍ୱଚ୍ଛ ଭାରତ ମିସନ୍ ଅଧୀନରେ ୨୦୧୯ ସୁଦ୍ଧା ଦେଶକୁ ଖୋଲା
ମଳତ୍ୟାଗ ମୁକ୍ତ ରଖିବା ପାଇଁ ଭାରତର ବିକାଶ ଲକ୍ଷ୍ୟରେ ଏହି ଭିଜନ୍ ବେଶ୍ ସହାୟକ ହେବ ।

Share in top social networks!
Powered By Indic IME