ମୋହନ ଭାଗବତ ତାଙ୍କର ହୀନମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ: ଯୁବ କଂଗ୍ରେସ

poଭାରତୀୟ ସୈନ୍ୟଙ୍କ ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏଭଳି ବୟାନ ସମଗ୍ର ଭାରତୀୟ ସୈନିକ ପାଇଁ ଅପମାନ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି କହିଛନ୍ତି । ମୋହନ ଭାଗତଙ୍କର ଏହି ମନ୍ତବ୍ୟ ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏକ ର୍ୟାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଧାନ ମନ୍ତ୍ରୀ ଓ ମୋହନ ଭାଗବତଙ୍କର କୁଶପୁତଳିକା ଦାହ କରାଯାଇଥିଲା ଏବଂ ଏକଘଣ୍ଟା ଧରି ମାଷ୍ଟର କ୍ୟାଣ୍ଟିନ ଛକର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଥିଲା । ଶ୍ରୀ ମହାରଥି କହିଛନ୍ତି ଆରଏସ୍ଏସ୍ ଦେଶକୁ ଭାଗ ଭାଗ କରିବାପାଇଁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସୈନ୍ୟ ନିଜ ଜୀବନ ଦେଇ ସୀମାରେ ଶତୃ ବିରୁଦ୍ଧରେ ଲଢ଼ୁଛନ୍ତି । ଭାରତୀୟ ସୈନ୍ୟଙ୍କର ଶକ୍ତି ଓ ବିଶ୍ୱାସନୀୟତା ଉପରେ ମୋହନ ଭାଗବତ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଭାରତୀୟ ସ୍ଥଳ ସେନାକୁ ଯେଉଁକାମ କରିବାକୁ ୬ରୁ ୭ ମାସ ଲାଗିଥାଏ ତାହାକୁ ସଂଘ ପରିବାର ୩ଦିନ ମଧ୍ୟରେ କରିପାରିବେ ବୋଲି ମୋହନ ଭାଗବତ ଯେଉଁ ବାହାସ୍ପୋଟ ମାରିଛନ୍ତି ତାହା ସଂଘ ପରିବାରର ମନୋବଳ ବୃଦ୍ଧି କରିପାରେ ମାତ୍ର ଦେଶପାଇଁ କ୍ଷତିକାରକ । ମୋହନ ଭାଗବତଙ୍କ ମନ୍ତବ୍ୟ ଭାରତୀୟ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଶ୍ରୀ ମହାରଥି କହିଛନ୍ତି । ମୋହନ ଭାଗବତ ଭାରତୀୟ ସେନାକୁ ସର୍ବସମ୍ମୁଖରେ କ୍ଷମାପ୍ରାର୍ଥନା କରିବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶେକ ଅମିର ମହମ୍ମଦ, ରଞ୍ଜିତ ପାତ୍ର, ଦେବାଶିଷ ମହାପାତ୍ର, ସ୍ୱାଗତ କର, ସଂକୁନା କହଁର, ୟାସିର ନୱାଜ, ସୌମ୍ୟଜିତ ମିଶ୍ର, ବିରଞ୍ଚô ବାରିକ, ଲାଲା ପଠାନ, ବାବୁନି ରାଉଳ, ଶିବଦତ୍ତ ମହାନ୍ତି, ସାଗର ପଟ୍ଟନାୟକ, ସୟଦ ଫାରୁକ ଅଲ୍ଳୀ, ମହାଫିଜ ଖାନ, ବିଭୁପ୍ରସାଦ ଜେନା, ରସିସ ଖାନ, ସନ୍ତୋଷ କୁମାର ସାହୁ, ନନ୍ଦକିଶୋର ସର୍ଦ୍ଧାର, ପ୍ରଶାନ୍ତ କୁମାର ବେହେରା, ପ୍ରତାପ ପ୍ରଧାନ, ରଞ୍ଜିତ ସେନାପତି, ଚିଣ୍ଟୁ ଦାସ, ବିଶ୍ୱଜିତ୍ ସିଂ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Share in top social networks!