ବିଜେପିର ପ୍ରଚାର ଅଭିଯାନ; ସାମିଲ୍ ହେଲେ ୩ ବ୍ଲକ ପାଇଁ ୪ ସିନେ ତାରକା

IMG-20180214-WA0030 ବିଜେପି ବିଜେପୁରରେ ବିରୋଧୀ ଦଳ ପ୍ରତି ନିଜ ରଣହୁଙ୍କାରକୁ ଅଧିକ ପ୍ରଖର କରିବା ପାଇଁ ଆଜି ଓଡ଼ିଶା ସିନେଜଗତର ୪ ସ୍ୱନାମଧନ୍ୟ ତାରକା ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ମିହିର୍ ଦାସ, ମହେଶ୍ୱତା ରାୟ, ଅନୁ ଚୌଧୁରୀ, ହାସ୍ୟ ଅଭିନେତା ହରିହର ମହାପାତ୍ର ଏବଂ ବିଶିଷ୍ଟ ଗିତିକାର ପଞ୍ଚାନନ ନାୟକ ପ୍ରମୁଖ ଥିଲେ ।
ଶ୍ରୀ ମିହିର ଦାସ ବର୍ପାଲି ବ୍ଲକ ଅନ୍ତର୍ଗତ ଚାରବଙ୍ଗଳା ଛକରୁ ବିପୁଳ ଜନସମାଗମରେ ସ୍ୱାଗତ ହେବା ସହ ଧାଙ୍ଗେରପାଲି, କଦଳିମୁଣ୍ଡା, ତିନିକାନି, ତେନ୍ତାଲପାଲି, ଆଗଲପୁର, କେୱାର୍ଡ ଆଦି ସ୍ଥାନରେ ବିଭିନ୍ନ ସଭା ଓ ରୋଡ଼୍ ସୋରେ ସାମିଲ୍ ହୋଇଥିଲେ । ଶ୍ରୀ ଦାସ୍ ଉପସ୍ଥିତ ଜନସାଧାରଣଙ୍କ ସହିତ ସିଧାସମ୍ବାଦ କରିବା ସହିତ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ନିବେଦନ କରିଥିଲେ ।
ସେହିଭଳି ମହେଶ୍ୱତା ରାୟ ନିଜର ନିର୍ବାଚନ ପ୍ରଚାର ଦ୍ୱିତିୟ ଦିନରେ ବିଜେପୁର ବ୍ଲକ ଅନ୍ତର୍ଗତ ମାନ୍ପୁର, ସମଲେଇପଦର, ମନୋହର୍ପାଲି, ଏମ୍୍ ଗଣ୍ଡପାଲି, ବାଉଁଷପୁଲା, ଗୁଡ଼ିମୁଣ୍ଡା, କଳଙ୍ଗପାଲି, ଚାର୍ପାଲି, କାର୍ଲେ ଓ ପଡ଼ା ଗ୍ରାମରେ ଅନୁÂିତ ବିଭିନ୍ନ ଜନସଭାରେ ଯୋଗ ଦେଇଥିଲେ । ସିନେ ଜଗତର ପରିଚିତା ‘ଗୌରିନାନୀ’ ଶ୍ରୀମତୀ ରାୟଙ୍କୁ ଜନସାଧାରଣ ଅକୁଣ୍ଠିତ ଭାବେ ଦେଖିବାକୁ ସାମିଲ୍ ହୋଇଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସେ ନିଜ ଭାଷଣରେ ବିଗତ ଦିନରେ ପଡ଼ା ଗ୍ରାମରେ ଘଟିଥିବା ଗୁଳିକାଣ୍ଡକୁ ପୂର୍ଣ୍ଣ ଭାବରେ ବିଜେଡ଼ି ପ୍ରାୟୋଜିତ ବୋଲି କହିବା ସହ ବିଜେଡ଼ିର ବୁଲେଟ୍ରେ ଜବାବ ଆଗାମୀ ଦିନରେ ଲୋକ ବ୍ୟାଲ୍ଟରେ ଦେବେ ବୋଲି କହିଥିଲେ ।
ଅନ୍ୟ ଏକ କାର୍ଯ୍ୟକ୍ରମସୂଚୀ ସ୍ୱରୂପ ହାସ୍ୟ ଅଭିନେତା ଶ୍ରୀ ହରିହର ମହାପାତ୍ର ବିଜେପୁର ବ୍ଲକ ଅନ୍ତର୍ଗତ ସାଇପାଲି, ଫୁଟୁକା, ପୁଟିକିଗ୍ରିଞ୍ଜେଲ୍, ବର୍କାନି, ଗଣ୍ଠିଆପାଲି, କଣ୍ଟାପାଲି, ବଡ଼ବ୍ରାହ୍ମଣୀ, ଟେଙ୍ଗେରା ଆଦି ଗ୍ରାମରେ ଜନସାଧାରଣଙ୍କୁ ନିଜ ହାସ୍ୟ ଅଭିନୟ ଦ୍ୱାରା ମୋହିତ କରିବା ସହ ବିଜେଡ଼ିକୁ ବିଜେପୁରବାସୀ ବାରମ୍ବମାର ପ୍ରତ୍ୟାଖାନ କରିଛନ୍ତି ଓ ବିଜେପି ପ୍ରତି ବଢ଼ୁଥିବା ସମର୍ଥନ ସ୍ପଷ୍ଟ କରେ ବିଜେପୁର ବିଜେପିର ବୋଲି କହିଥିଲେ ।
ସେହିପରି ଅଭିନେତ୍ରୀ ଅନୁ ଚୌଧୁରୀ ଦଳୀୟ ପ୍ରଚାରରେ ସାମିଲ୍ ହୋଇ ଚାଣ୍ଟିପାଲି ଓ ଗନିଆପାଲି ଅଞ୍ଚଳର ଘରକୁ ଘର ବୋଲି ବିଜେପିକୁ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ । ନିଜ ପ୍ରତିକ୍ରିୟାରେ ବିଜେଡ଼ିକୁ ମହିଳାଙ୍କ ପ୍ରତି ଅସମ୍ମାନ ପାଇଁ ସିଧାସଳଖ ଟାର୍ଗେଟ୍ କରିଥିଲେ ଓ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବିଜେପୁରର ସାମଗ୍ରିକ ବିକାଶ ପାଇଁ ଉପଯୁକ୍ତ ବ୍ୟକ୍ତିତ୍ୱ ବୋଲି କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଶ୍ରୀ ଅଶୋକ ପାଣିଗ୍ରାହୀ, ବିଧାୟକ ପ୍ରଦୀପ ପୁରୋହିତ, ବିଧାୟକ ରବି ନାୟକ, ଜିଲ୍ଳା ସଭାପତି ଡ. ଅରୁପାନନ୍ଦ ସାହୁ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମୁକ୍ତା ସାହୁ, ଜିଲ୍ଳାପରିଷଦ ଉପାଧ୍ୟକ୍ଷ ମଦନ ଦୀପ୍, ଶକୁନ୍ତଳା ମହାପାତ୍ର, ନାଉରୀ ନାୟକ, ସୀମାଞ୍ଚଳ ଖଟେଇ, ଦିବ୍ୟ କିଶୋର ଭୋଇ, ସୁଶାନ୍ତ ଗଡ଼ତିଆ, ଦେବାଧି ମେହେର୍, ଅଚୁ୍ୟତ ଦାସ ପ୍ରମୁଖ ସାମିଲ୍ ହୋଇଥିଲେ ବୋଲି ଏହି ପ୍ରେସ୍ ବିବୃତିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୌରୀ ଚରଣ ବାରିକ୍ ଜଣାଇଛନ୍ତି ।

Share in top social networks!
Powered By Indic IME