ବିଜେପୁରରେ ଗୁରୁବାର ଦିନ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର

 ଗାଇସିଲେଟ ବ୍ଲକର ୧୦ଟି ନିର୍ବାଚନୀ ସଭାରେ ଉଦବୋଧନ କାର୍ଯ୍ୟକ୍ରମ
 ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗ ଦେବା ପାଇଁ ଦଳ ତରଫରୁ ନିବେଦନ

27751533_1624061497677423_312138005731583925_n ବିଜେପୁର ଉପ ନିର୍ବାଚନରେ ଗୁରୁବାର ଦିନ ମାରାଥନ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିନ ତମାମ ଗାଇସିଲେଟ ବ୍ଲକରେ ୯ଟି ସାଧାରଣ ସଭା ଓ ଗୋଟିଏ ରୋଡ ସୋରେ ଯୋଗ ଦେଇ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।
ଏହି ଦିନିକିଆ ତୋଫାନି ନିର୍ବାଚନ ଗସ୍ତରେ ଶ୍ରୀ ପ୍ରଧାନ ରାଇସଲପଦରରୁ ଦିନ ୧୦ଟା ବେଳୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ।
ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଶରଧାପାଲି, ଡଙ୍ଗବାହାଲ,ଜଗଲପାଟ, ବଡସାହାଜବାହାଲ, କଠଉମାଲ, ଫିରିଙ୍ଗିମାଲ, କନ୍ଦାଗାଡ, ଜାମୁଝପାଲି ଓ ତାଲପାଲିଠାରେ ନିର୍ବାଚନ ସଭାଗୁଡିକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କର ଏହି ନିର୍ବାଚନୀ ସଭା ଗୁଡିକରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ପାଇଁ ଦଳ ତରଫରୁ ନିବେଦନ କରାଯାଇଛି ।

Share in top social networks!
Powered By Indic IME