ବିଜେପୁରରେ ହାରିବା ଆଶଙ୍କାରେ ବିଜେପି ଅପ୍ରସଂଗକୁ ପ୍ରସଂଗ କରୁଛି: ବିଜେଡି

ବିଜେପୁର ଉପ-ନିର୍ବାଚନରେ ବିଜେପିକୁ ହାରିବା ଭୟ ଏବେଠାରୁ ଘାରିଲାଣି । ତେଣୁ ମଇଦାନରେ ତିÂି ରହିବା ପାଇଁ ବିଜେପି ଅପ୍ରସଂଗକୁ ପ୍ରସଂଗ କରିବାରେ ବ୍ୟସ୍ତ ରହୁଛି । ନିର୍ବାଚନରେ ଲୋକମାନଙ୍କର ସମସ୍ୟା, ସ୍ଥାନୀୟ ଜନସାଧାରଣଙ୍କର ସ୍ୱପ୍ନ ଓ ବିଜେପୁରର ବିକାଶ କଥା ପଛକୁ ପକାଇ ବିଜେପି ଛୋଟ ଛୋଟ କଥାକୁ ନେଇ ଗଣମାଧ୍ୟମରେ ବୟାନବାଜି ଚଲାଇଛି । ମହାନଦୀ, ପୋଲାଭରମ, ଏମ୍‍ଏସ୍‍ପି ଏବଂ କୁନ୍ଦୁଲି ପ୍ରସଂଗରେ ବିଜେପିର ଦୋମୁହାଁ ନୀତି ଧରାପଡିଯାଇଛି ।
ିବିଜେପି ନିଜର ରାଜନୈତିକ ଫାଇଦା ପାଇଁ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛି । ଅନେକ ସମୟରେ
ବିଜେପି ନେତାମାନଙ୍କ ବିବୃତି ରାଜନୈତିକ ବ୍ୟବସ୍ଥାକୁ ବିଭ୍ରାନ୍ତ ଓ ନିମ୍ନଗାମୀ କରାଇବା ପାଇଁ ଉଦ୍ଧିଷ୍ଟ । ସମସ୍ତ ନୀତି ନିୟମକୁ
ଜଳାଞ୍ଜଳି ଦେଇ କଳେବଳେ କୌଶଳେ ବିଜେପୁର ନିର୍ବାଚନରେ ତିÂି ରହିବା ପାଇଁ ବିଜେପି ଯେଉଁ ପନ୍ଥା ଆପଣାଉଛି ତାହା
କୌଣସି ଦାୟିତ୍ୱସଂପନ୍ନ ଦଳ ପକ୍ଷରେ ଶୋଭା ପାଏନାହିଁ । ବିଜେପୁରରେ ବିଜେପିର ଯାହା ବି କିଛି ସ୍ଥିତି ଥିଲା, ତାହା କ୍ରମଶଃ
ଅବକ୍ଷୟ ହେବାରେ ଲାଗିଛି । ବିଜେପିର କର୍ମୀ ଓ ସ୍ଥାନୀୟ ନେତାମାନେ ବହୁ ସଂଖ୍ୟାରେ ଦଳ ଛାଡ଼ିବା ଦେଖାଯାଉଛି । ସ୍ଥାନୀୟ ସ୍ଥିତି
ସଂପର୍କରେ ସଂପୂର୍ଣ୍ଣ ଅନଭିଜ୍ଞ ବାହାର ରାଜ୍ୟର ନେତାମାନଙ୍କୁ ଆଣି ବିଜେପି ହଟଚମଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଏଥିରେ
ବିଜେପୁରବାସୀ କଦାପି ଭଳିବେ ନାହିଁ । ବିଜେପୁରର ଲୋକମାନେ ତାଙ୍କ ପ୍ରତିନିଧିଙ୍କୁ ହରାଇବା ପରେ ଏବେ ତାଙ୍କ ପାଇଁ ଯିଏ କାମ
କରିବ ଯିଏ ସୁଖଦୁଃଖରେ ରହିପାରିବ, ସେହିଭଳି ପ୍ରତିନିଧି ଚାହୁଁଛନ୍ତି । କିନ୍ତୁ ବିଜେପି ସେଠାରେ ଅର୍ଥବଳ, ବାହୁବଳ ଏବଂ
ଯେତେପ୍ରକାର ଅପକୌଶଳ ପ୍ରୟୋଗ କରି ଶାନ୍ତିପ୍ରିୟ ବିଜେପୁରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଏପରିକି
ଉତ୍ତେଜନା ସୃଷ୍ଟିକାରୀ କେତେକ ନେତା ଏବଂ ଜମି ହଡ଼ପ ଓ ଅପରାଧୀକ ଷଡ଼ଯନ୍ତ୍ରରେ ସଂପୃକ୍ତ କିଛି ରାଜ୍ୟ ବାହାର ନେତାଙ୍କୁ
ବିଜେପୁର ଆଣି ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବାକୁ ବିଜେପି ଚକ୍ରାନ୍ତ କରୁଛି । ଏହି ଚକ୍ରାନ୍ତର ଉଚିତ୍‍ ଜବାବ
ବିଜେପୁରବାସୀ ଦେବେ । ବିଜୁ ଜନତା ଦଳ ଶାନ୍ତି ଓ ସମୃଦ୍ଧିରେ ବିଶ୍ୱାସ କରେ । ନିର୍ବାଚନ ପ୍ରକ୍ରିୟାକୁ ପଥଚୁ୍ୟତ କରିବା ପାଇଁ
ବିଜେପିର କୌଣସି କୌଶଳ କାମ କରିବ ନାହିଁ । ହାରିବା ଭୟରେ ମି୍ରୟମାଣ ହୋଇ ବିଜେପିର ନେତାମାନେ ଅଯଥାରେ ତିଳକୁ
ତାଳ କରୁଛନ୍ତି ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

Share in top social networks!
Powered By Indic IME