ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତୃବୃନ୍ଦଙ୍କ କଂଗ୍ରେସରେ ଯୋଗଦାନ

IMG-20180212-WA0025ବିଜେପୁର ନିର୍ବାଚନ ମଣ୍ଡଳୀର ବରିÂ ବିଜେପି ନେତା ତଥା ଆରଏସ୍ଏସ୍ କାର୍ଯ୍ୟକର୍ତ୍ତା ଶ୍ରୀ ଅଶ୍ୱିନୀ କୁମାର ରାଉତ ବିଜେପି ଦଳ ପରିତ୍ୟାଗ କରି ଆଜି ବରଗଡ଼ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏବଂ ଓଡ଼ିଶା ସହପ୍ରଭାରୀ ଶ୍ରୀ ଶୁଭଙ୍କର ସରକାରଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଛନ୍ତି । ଶ୍ରୀ ରାଉତଙ୍କ ସହ ବରପାଲି ସହରର ବିଜେପି ଜନଜାତି ବିଭାଗର ସଭାପତି ଶ୍ରୀ ସରୋଜ ଭୋଇ, ଅନୁସୂଚିତ ଜାତିବିଭାଗର ଉପସଭାପତି ଶ୍ରୀ ଦଶରଥ ବେହେରା ଏବଂ ବରପାଲି କଲେଜ ଛାତ୍ର ସଂସଦର ସଭାପତି ଶ୍ରୀ ପ୍ରବିଣ କୁମାର ରାଉତ ମଧ୍ୟ ସେମାନଙ୍କର ସହସ୍ରାଧିକ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦେଇଛନ୍ତି । ଏହି ଉପଲକ୍ଷେ ବରଗଡ଼ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଅଶ୍ୱିନୀ ରାଉତ କହିଲେଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଦଳ ନୀତିହରା ଏବଂ ଆଦର୍ଶବିହୀନ ଦଳରେ ପରିଣତ ହୋଇଛି । ସମସ୍ତେ କଂଗ୍ରେସ ଦଳର ନୀତି ଆଦର୍ଶ ତଥା ଏଆଇସିସି ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ଏବଂ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଦୃଢ଼ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସରେ ଯୋଗଦାନ କରିଛନ୍ତି । ସେମାନଙ୍କ ଯୋଗଦାନ ଆଗାମୀ ବିଜେପୁର ଉପ ନିର୍ବାଚନରେ କଂଗ୍ରେସର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ଶ୍ରୀ ହରିଚନ୍ଦନ ଆଶାବ୍ୟକ୍ତ କରିଛନ୍ତି । ଏହି ପ୍ରରୀପ୍ରେକ୍ଷୀରେ ଆସନ୍ତାକାଲି ମଙ୍ଗଳବାର ଦିନ ବରପାଲି ଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯିବ । ଏହି ଯୋଗଦାନ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ କିଶୋର ପଟେଲ, ଶ୍ରୀ ପ୍ରକାଶ ଦେବତା, ଶ୍ରୀ ରିପୁନାଥ ସେଠ, ପୂର୍ବତନ ବିଧାୟକ ଶ୍ରୀ ସାଧୁ ନେପାକ, ଶ୍ରୀ ନିହାର ମହାନନ୍ଦ, ଡ. ଯୁଧିÂୀର ଜେନା, ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସସ୍ମିତା ବେହେରା, ଶ୍ରୀ ଅନନ୍ତ ଶୟନ ପାଢ଼ୀ, ଶ୍ରୀ ଶୁଭେନ୍ଦୁ ମହାନ୍ତି ଏବଂ ଡ. ଲଲାଟେନ୍ଦୁ ମହାପାତ୍ର ଉପସ୍ଥିତ ଥିଲେ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ସୌଗତ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Share in top social networks!