ବିଜୁ କୃଷକ କଲ୍ୟାଣ ଯୋଜନାରେ ବୀମା ଅବଧ# ଜୁଲାଇ ପର୍ଯ୍ୟନ୍ତ ବଢ଼ିଲା

 ୫୭.୬୪ ଲକ୍ଷରୁ ଊ–ର୍ ପରିବାର ଉପକୃତ ହେବେ
 ସରକାରୀ ଡାକ୍ତରଖାନାରେ ବୀମା କାର୍ଡ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ବିଜୁ କୃଷକ କଲ୍ୟାଣ ଯୋଜନା (ବି.କେ.କେ. ଓ୍ୱାଇ)ରେ ବୀମା ଅବଧ#କୁ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ
ସଂପ୍ରସାରଣ କରାଯାଇଛିା ଏହା ଫଳରେ ରାଜ୍ୟରେ ୫୭.୬୪ ଲକ୍ଷରୁ ଊ–ର୍ କୃଷକ ପରିବାର ସ୍ୱାସ୍ଥ୍ୟ ବୀମା ସୁବିଧା
ପାଇପାରିବୋ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସଂପନ୍ନ
(ହାଇପାଓ୍ୱାର) କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛିା ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ
କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ
ବିଷୟବସ୍ତୁ ଏବଂ କୃଷି ନିର୍ଦ୍ଦେଶକ ଶ୍ରୀ ଏମ୍. ମୁଥୁକୁମାର ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥ#ଲୋ
ଯୋଜନାର କାର୍ଯ୍ୟାନ୍ୱୟନର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଏ ବିଷୟରେ ଲଗାତାର
ସଚେତନତା କାର୍ଯ୍ୟକ୍ରମ ଜାରି ରଖ#ବା ପାଇଁ ଉଭୟ ବୀମା କଂପାନୀ ଏବଂ ସରକାରୀ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ
ବୀମାଭୁକ୍ତ କୃଷକ ପରିବାରମାନେ କିପରି ସୁବିଧାରେ ବିନା ନଗଦ ଅର୍ଥରେ ଚିକିତ୍ସା ପାଇବା ସହ ଚିକିତ୍ସା ବାବଦରେ ଅର୍ଥ
ଭରଣା ପାଇଁ ବୀମା କଂପାନୀକୁ ଦାବି କରିପାରିବେ ସେ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ନିର୍ଦ୍ଦେଶ ଦେଇଥ#ଲୋ
ସରକାରୀ ଡାକ୍ତରଖାନାମାନଙ୍କରେ ବି.କେ.କେ. ଓ୍ୱାଇ. ସ୍ମାର୍ଟ କାର୍ଡ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ବୈଠକରେ
ଆଲୋଚନା ହୋଇଥ#ଲାା ସ୍ମାର୍ଟ କାର୍ଡର ବ୍ୟବହାର କରି ରୋଗୀଙ୍କୁ ଚିକିତ୍ସା ଦେବାରେ ସହାୟତା କରିଥ#ବା ଡାକ୍ତର, ନର୍ସ ଏବଂ
ଅନ୍ୟାନ୍ୟ ଷ୍ଟାଫ୍ମାନଙ୍କୁ ବୀମାରାଶିର ଏକ ନିର୍ଦ୍ଦିଷ୍ଟ ଅଂଶ ପ୍ରୋତ୍ସାହନ ଭାବେ ଦିଆଯିବା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି
ହୋଇଥ#ଲାା
ବୈଠକର ଆଲୋଚନାରୁ ଜଣାପଡ଼ିଥ#ଲା ଯେ, ବିଜୁ କୃଷକ କଲ୍ୟାଣ ଯୋଜନା ଧାରା-୧(ଷ୍ଟ୍ରିମ୍-୧)ରେ
୨୫,୬୦,୬୦୨ ପରିବାର ଏବଂ ଧାରା-୨ରେ ୩୨,୦୨,୭୫୭ ପରିବାର ଏହି ପରି ସମୁଦାୟ ୫୭,୬୪,୩୬୯ କୃଷକ
ପରିବାରଙ୍କୁ ସ୍ୱାସ୍ଥ୍ୟବୀମାଭୁକ୍ତ କରାଯାଇଛିା ଏଥ# ନିମନ୍ତେ ରାଜ୍ୟ ସରକାର ପ୍ରାୟ ୪୦୫.୩୮ କୋଟି ଟଙ୍କା ବିନିଯୋଗ
କରିଛନ୍ତିା ବର୍ତ୍ତମାନ ସୁଦ୍ଧା ୪.୬୬ ଲକ୍ଷରୁ ଊ–ର୍ ପରିବାର ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ଉଭୟ ସରକାରୀ ଏବଂ
ବେସରକାରୀ ଡାକ୍ତରଖାନାମାନଙ୍କ ମାଧ୍ୟମରେ ବୀମା କଂପାନୀମାନଙ୍କଠାରୁ ପ୍ରାୟ ୨୭୯ କୋଟି ଟଙ୍କାର ଚିକିତ୍ସା ସାହାଯ୍ୟ
ପାଇଛନ୍ତିା ଏହି ଯୋଜନାରେ କୃଷକ ପରିବାରମାନଙ୍କୁ ଚିକିତ୍ସା ଯୋଗାଇବା ନିମନ୍ତେ ୧୨୮ଟି ଘରୋଇ ଏବଂ ୪୨୩ଟି
ସରକାରୀ ଏହିପରି ସମୁଦାୟ ୫୫୧ଟି ଡାକ୍ତରଖାନା, ସ୍ପେସାଲିଟି ହସ୍ପିଟାଲ ଏବଂ ମେଡିକାଲ କଲେଜମାନଙ୍କୁ ତାଲିକାଭୁକ୍ତ
କରାଯାଇଛିା
କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ କୁମାର ଧଳ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମେହେର୍ଦ୍ଦା,
ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ
ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀମତୀ ସାଳିନୀ ପଣ୍ଡିତ, କୃଷି ନିର୍ଦ୍ଦେଶକ ଶ୍ରୀ
ଏମ୍. ମୁଥୁକୁମାରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀମାନେ ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ

Share in top social networks!
Powered By Indic IME