ନିର୍ବାଚନରେ ସରକାରୀ ଅର୍ଥର ବ୍ୟବହାରରେ ଜନମତକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଛି ବିଜେଡି : ବିଜେପି

Election Commission BJP Team_09
ରାଜ୍ୟ ସରକାରଙ୍କର ମନ୍ତ୍ରୀ ତଥା ବରଗଡ ଜିଲ୍ଲାର ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଜେପୁର ଉପନିର୍ବାଚନ ପ୍ରଚାର କରିବା ବେଳେ ସରକାରୀ ଗାଡି ବ୍ୟବହାର କରିଥିବା କାରଣରୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ଆଜି ରାଜ୍ୟ ବିଜେପି ଦାବି କରିଛି ।
ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କୁହାଯାଇଛି ଯେ ରାଜ୍ୟ ସରକାରରେ ଥିବା ବୟନଶିଳ୍ପ ମନ୍ତ୍ରୀ ତଥା ବରଗଡ ଜିଲ୍ଲାର ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ବିଜେପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁଙ୍କ ନାମାଙ୍କନ ପତ୍ର ଦାଖଲରେ ସାମିଲ ହୋଇଥିଲେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଏହି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଗଲାବେଳେ ମନ୍ତ୍ରୀଙ୍କ ଦ୍ୱାରା ସରକାରୀ ଗାଡିକୁ ବ୍ୟବହାର କରାଯିବା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ।
ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପାଖରେ ଅଭିଯୋଗ ପତ୍ର ସହିତ ଏକ ଭିଡିଓ ସିଡି ଦିଆଯାଇଛି ଯେଉଁଥିରେ କାର୍ ନମ୍ବର ଓଡି୧୭ଏଫ୍ ୮୮୯୯ରେ ମନ୍ତ୍ରୀ ଶ୍ରୀମତି ଛୁରିଆ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିବା ବେଳେ ବ୍ୟବହାର କରିଥିବାର ଭିଡିଓ ଅଛି । ଏହି ଗାଡିରେ ନାଲି ଅକ୍ଷରରେ ମିନିଷ୍ଟର ବୋଲି ଲେଖାହୋଇଥିଲା । ଏହା ନିର୍ବାଚନରେ ସରକାରୀ ଅର୍ଥର ବ୍ୟବହାରରେ ଜନମତକୁ ପ୍ରଭାବିତ କରିବା ପାଇଁ ପ୍ରୟାସ । ଏହା ଆଦର୍ଶ ଆଚରଣ ବିଧିର ସ୍ୱଷ୍ଟ ଉଲ୍ଲଂଘନ ବୋଲି ଦଳ ପକ୍ଷରୁ ଦାବି ପତ୍ରରେ କୁହାଯାଇଛି ।
ଜିଲ୍ଲାର ଜଣେ ମନ୍ତ୍ରୀ ସରକାରୀ କଳକୁ ବ୍ୟବହାର କରି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଥିବା କାରଣରୁ ତାଙ୍କ ବିରୁଦ୍ଧରେ ନିୟମ ଅନୁସାରେ ଦୃଢ କାର୍ଯ୍ୟାନୁÂାନ ନେବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି ।
ଏହି ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ରାଜେଶ ପଟ୍ଟନାୟକ, ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!