ଆସନ୍ତା ୧୧ ତାରିଖରେ ବିଜେପୁରରେ ଦଳ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

27459181_1612164348867138_6041066464960293272_n ଆସନ୍ତା ୧୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ,ଆସନ୍ତା ୧୧ତାରିଖ ଦିନ ସକାଳ ୧୧ଟା ୩୦ରୁ ସଂଧ୍ୟା ୭ ଟା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୧୦ ଟି ନିର୍ବାଚନୀ ସଭା କରିବା ସହ ରୋଡ୍ ଶୋ ମାଧ୍ୟମରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିବେ ।
ଶ୍ରୀ ପ୍ରଧାନ ଗୁଡେରପାଲି, ଭଟ୍ଟିଗାଁ, ବଡିପାଲି, କାନପୁରୀ, ତଳପଦର,ଏମ୍.ସିରଗିଡା, ବନ୍ଧୁପାଲି, ବରମୁଣ୍ଡା, ଜାରିଙ୍ଗ୍ ଓ ମାଣପୁର ଠାରେ ରାଜନୈତିକ ସଭା ଓ ରୋଡ୍ ଶୋରେ ଯୋଗ ଦେଇ ବିଜେପୁର ବାସୀଙ୍କୁ ଉଦବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏହି ନିର୍ବାଚନୀ ସଭା ମାନଙ୍କରେ ବିପୁଳ ସଂଖ୍ୟାରେ ଯୋଗ ଦେବା ପାଇଁ ଶ୍ରୀ ମହାପାତ୍ର ବିଜେପୁରବାସୀଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!
Powered By Indic IME