ଯଦି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଥିବା ଗୃହ ବିଭାଗକୁ ଚଳାଇ ପାରୁନାହାଁନ୍ତି ତେବେ ନିଜର ଅପାରଗତା ପାଇଁ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ: ବିଜେପି

IMG_20180209_183949ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଏକ ଅଭିଯୁକ୍ତର ମୃତୁ୍ୟ ହେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ବଜେପି ଏଭଳି ଅଭାବନୀୟ ଘଟଣାକୁ କଟୁ ଭାଷାରେ ନିନ୍ଦା କରୁଛି । ପୋଲିସ ହେପାଜତ ମୃତୁ୍ୟକୁ ନେଇ ମାନ୍ୟବର ସୁର୍ପ୍ରିମ କୋର୍ଟଙ୍କ ନିଦେ୍ର୍ଧଶକୁ ମୁଖ୍ୟମନ୍ତ୍ରୀ ଓ ଗୃହବିଭାଗ ବ୍ୟାପକ ଭାବେ ଉଲଘଂନ କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଂପାଦକ ଶ୍ରୀ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି ।
ବିଳମ୍ବିତ ରାତିରେ ପର୍ଯ୍ୟାପ୍ତ ଆଲୋକ ବିନା ହେପାଜତରେ ଅଭିଯୁକ୍ତର ମୃତୁ୍ୟପରେ ପୋଲିସ ଆଇନ ଅନୁସାରେ ଯାଂଚ ନକରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁଭଳି ପୋଲିସ ହଡବଡରେ ନିଜର ପରିବାର ଲୋକଙ୍କୁ ଖବର ନଦେଇ ମୃତ ଶରୀରକୁ ମେଡିକାଲ ନେଇଥିଲା ତାହାକୁ ନେଇ ପୋଲିସର ଆଚରଣ ସନେ୍ଦହ ଘେରକୁ ଆସୁଛି । ଥାନା ଭିତରେ ସିସିଟିଭିର ସଂପୂର୍ଣ୍ଣ ବନେ୍ଦାବସ୍ତ ଥିବା ସତ୍ୱେ କିପରି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କଲା ତାହା ଏବେ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଜଣେ ଅଭିଯୁକ୍ତ ଥାନା ହେପାଜତରେ ଆତ୍ମହତ୍ୟା କରୁଛି ତେବେ ସିସିଟିଭି ମନିଟରିଂ କରୁଥିବା ବ୍ୟକ୍ତିର ନଜରକୁ ଏଭଳି ଘଟଣା କିପରି ଆସିଲା ନାହିଁ ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ ଉଠାଇଛନ୍ତି ।
ଗତକାଲି ସଂଧ୍ୟାରୁ ସକାଳ ପର୍ଯ୍ୟନ୍ତ ସିସିଟିଭିର ଫୁଟେଜକୁ ପରଖିଲେ ସତ ସାମ୍ନାକୁ ଆସିବ । କେବଳ ଘଟଣାର ତଦନ୍ତ ଭାର ଏଚଆରପିସିକୁ ଦେଇଦେଲେ କୌଣସି ସୁଫଳ ମିଳିବ ନାହିଁ । ପୋଲିସ ବିରୁଦ୍ଧରେ ଯଦି ପୋଲିସ ତଦନ୍ତ କରେ ତାହା କିପରି ଫଳପ୍ରଦ ହେବ ସେ କଥା ବେଶ ଅନୁମେୟ । ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ଏଚଆରପିସି ଦୁଇଟି ଘଟଣାର ତଦନ୍ତ ଭାର ହାତକୁ ନେଇଥିଲେ ମଧ୍ୟ ଏଯାବତ୍ କୌଣସି ଘଟଣାର ତଦନ୍ତ ରିପୋର୍ଟ ଆସିନାହିଁ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାଜତ ହେପାଜତ ମୃତୁ୍ୟ ହୋଇସାରିଛି । ସବୁ ଘଟଣାରେ ମୁଖ୍ୟମନ୍ତ୍ରୀ କେବଳ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଇ ଚୁପ୍ ହୋଇ ବସୁଛନ୍ତି । ରାଜ୍ୟରେ ଆଇନଶୃଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ପଛରେ କେବଳ ମୁଖ୍ୟମନ୍ତ୍ରୀ ଆଉ ତାଙ୍କ ଅଧୀନରେ ଥିବା ଗୃହ ବିଭାଗ ହିଁ ଦାୟୀ । ମାନ୍ୟବର ସୁର୍ପ୍ରିମକୋର୍ଟର ନିୟମାବଳୀ ଅନୁଯାୟୀ ଅଇଁଠାପାଲି ଥାନା ହାଜତ ମୃତୁ୍ୟକୁ ପୋଲିସ ଗଭୀରତାର ସହ ନେଇ ହତ୍ୟା ମକୋଦ୍ଧମା ରୁଜୁ କରିବା ଉଚିତ୍ । ଏଥି ସହ ଏଭଳି ଅଭାବନୀୟ ଘଟଣାର ତଦନ୍ତ ଭାର ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଶ୍ରୀ ପୂଜାରୀ ଦାବୀ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୫ ଲକ୍ଷ ଟଙ୍କା ୧୯ ବର୍ଷ ଯୁବକ ମୃତୁ୍ୟର କ୍ଷତିପୂରଣ ନୁହେଁ । ଏକ ଗରୀବ ପିଲାର ହେପାଜତ ମୃତୁ୍ୟର କ୍ଷତି ଅପୂରଣୀୟ । ଏଭଳି ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିବା ସହ ଅତି କମରେ ମୃତ ପରିବାରବର୍ଗକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ପରିବାରର ବିଧବା ମା’ ଓ ଦୁଇ ଛୋଟ ଭାଇର ଦାୟୀତ୍ୱ ରାଜ୍ୟ ସରକାର ନେବା ପାଇଁ ଭାରତୀୟ ଜନତା ପାର୍ଟି ଦାବୀ କରିଛି । ରାଜ୍ୟରେ ଗୃହ ବିଭାଗ ଓଡିଶାବାସୀଙ୍କୁ ଯନ୍ତ୍ରଣା ଦେଉଛି । ଯଦି ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଥିବା ବିଭାଗକୁ ଚଳାଇ ପାରୁନାହାଁନ୍ତି ତେବେ ନିଜର ଅପାରଗତା ପାଇଁ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ପୂଜାରୀ ଦାବୀ କରିଛନ୍ତି ।
ସମ୍ବଲପୁରଠାରେ ଅନୁÂିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦିକା ଶ୍ରୀମତି ସବିତା ନନ୍ଦ, ଜିଲ୍ଲା ସଭାପତି ଶ୍ରୀ ରାମଚନ୍ଦ୍ର ମେହେର, ଜିଲ୍ଲା ସଧାରଣ ସଂପାଦକ ଶ୍ରୀ ଦାମୋଦର କର ଏବଂ ଶ୍ରୀ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!