କୁନ୍ଦୁଲି ପୀଡିତାକୁ ନ୍ୟାୟ ଦାବିରେ ଯୁବ କଂଗ୍ରେସର ନବୀନ ନିବାସ ଘେରାଉ

IMG-0952କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ସସ୍ମିତାକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା ନବୀନ ସରକାର ବିରୁଦ୍ଧରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ଆହ୍ୱାନରେ ଆଜି କଂଗ୍ରେସ ଭବନ ଠାରେ ବିକ୍ଷୋଭ ସଭା ଅନୁÂିତ ହୋଇଥିଲା । ଶ୍ରୀ ମହାରଥି କହିଥିଲେ ଯେ କୁନ୍ଦୁଲି ପୀଡିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନେ୍ଦାଳନ ଅବ୍ୟାହତ ରହିବ । ଗଣଦୁଷ୍କର୍ମକୁ ଘଣ୍ଟ ଘୋଡାଇବା ୧୭ ବର୍ଷର ନବୀନ ସରକାରର ଏକ ଜଣାଶୁଣା ଯୋଜନାରେ ପରିଣତ ହୋଇଗଲାଣି । କୁନ୍ଦୁଲି ପୀଡିତାର ଭାଇ ଭଗବାନ ଛାତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ୍ୟାୟ ପାଇଁ ଆକୁଳ ନିବେଦନ କରିଥିଲେ । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ଏଆଇସିସି ସଂପାଦକ ଶୁଭଙ୍କର ସରକାର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଧାୟକ କୃଷ୍ଣଚନ୍ଦ୍ର ଶାଗରିଆ, କୈଳାସ କୁଲସିକା, ପିସିସି ସାଧାରଣ ସଂପାଦକ ସଂଗ୍ରାମ ଜେନା, ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, ମନୋରଞ୍ଜନ ଦାଶ, ଶିବାନନ୍ଦ ରାୟ, ଡ.ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ଅରିନ୍ଦମ ସର୍କଲ, ସୁଜିତ୍ ମହାପାତ୍ର, ଲିଙ୍ଗରା ସାହୁ, ପ୍ରକାଶ ମିଶ୍ର, ସଂଜୟ ରାୟ, ମାନସ ଆଚାର୍ଯ୍ୟ, ଅଲେଖ ସାମଲ, ଜୟଶ୍ରୀ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ସୋନାଲି ସାହୁ, ରବି ରାୟ ପ୍ରମୁଖ ଉଦ୍ବୋଧନ ଦେଇ ପୀଡିତା ଓ ତା ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି ଜଣାଇଥିଲେ । ସଭାପରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ହଜାର ହଜାର ଯୁବ କଂଗ୍ରେସ କର୍ମୀ ଏବଂ ସମସ୍ତ ନେତୃମଣ୍ଡଳୀ ନବୀନ ନିବାସ ଘେରାଉ ପାଇଁ କଂଗ୍ରେସ ଭବନ ଠାରୁ ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ । ପୋଲିସ ଶିଶୁଭବନ ଛକ ଠାରେ ଏହି ଶୋଭାଯାତ୍ରାକୁ ପ୍ରତିରୋଧ କରିବା ସମୟରେ ଯୁବକଂଗ୍ରେସ କର୍ମୀମାନଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା । ପୋଲିସ ଯୁବ କଂଗ୍ରେସ କର୍ମୀମାନଙ୍କୁ ଗିରଫ କରିଥିଲା । ଏହି ଶୋଭାଯାତ୍ରାରେ ଯୁବ କଂଗ୍ରେସ କର୍ମକର୍ତ୍ତା ସର୍ବଶ୍ରୀ କମଳ ତାଣ୍ଡି, ତୁଷାରକାନ୍ତ ତପସ୍ୱୀ, ନିଳମାଧବ ପଣ୍ଡା, ସେକ୍ ଅମୀର ମହମ୍ମଦ, ରାଜୀବ ପଟ୍ଟନାୟକ, ରଞ୍ଜିତ୍ ପାତ୍ର, ଅଜୟ କୁମାର ସାହୁ, ଦେବାଶିଷ ମହାପାତ୍ର, ଆଲୋକ ଲେଙ୍କା, ସେକ୍ ସଫିକ୍ ଉଦ୍ଧିନ୍, ଅଙ୍କିତ ସିଂଘାଇ, ପୱନ ଶର୍ମା, ସଂକୁନା କହଁର, ମଣ୍ଟି ରସ୍ମା, ରୂପକ ତୁରୁକ୍, ଶିଶିର ମାଦଳା, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ତୁଳେଶ୍ୱର ନାୟକ, ସତ୍ୟପି୍ରୟ ସାମଲ, ସ୍ୱାଗତ କର, ୟାସିର୍ ନୱାଜ, ଅଶ୍ୱିନୀ ସ୍ୱାଇଁ, ବିପ୍ଳବ ଶିଳାଦିତ୍ୟ, ଆଶୁତୋଷ ସ୍ୱାଇଁ, ପ୍ରଦୁ୍ୟମ୍ନ ଦାସ, ତେଜ୍ ଇମ୍ରାନ୍ ସରିଫ୍, ବିଶ୍ୱପ୍ରକାଶ ସାମଲ, ପିଣ୍ଟୁ ସାହୁ, ପ୍ରଦୀପ ନନ୍ଦ, ମାନସ କର, ବିଶ୍ୱରଞ୍ଜନ ପଣ୍ଡା, ଦେବଦତ୍ତ ପୃଷ୍ଟି, ବିରଞ୍ଚô ବାରିକ୍, ଶିବଦତ୍ତ ମହାନ୍ତି, ସୁନିତା ବାଗ୍, ଇତିଶ୍ରୀ ରଥ, ସୁକାନ୍ତ ପଟ୍ଟନାୟକ, ପ୍ରମୋଦ ନାଗ, ସୁମିତ୍ରା ରାଉତ, ଶିବ ଅଗ୍ରୱାଲ, କୃପାସିନ୍ଧୁ ସାମନ୍ତରାୟ, ପ୍ରକାଶ ନାୟକ, ସୌମ୍ୟଜିତ୍ ମିଶ୍ର, ସାଗର ପଟ୍ଟନାୟକ, ଅମିତ୍ ଅହିରା, ବଟକୃଷ୍ଣ ରାଉତରାୟ, ଜ୍ଞାନରଞ୍ଜନ ରାଉତ, ଜନ୍ ମେକପ୍, ବିଜୟଶଙ୍କର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Share in top social networks!
Powered By Indic IME