ଏଚଡିଏଫସିର ବ୍ୟାଙ୍କ ଗୃହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ

2018020813121201
ଏଚଡିଏଫସି( ହାଉସିଂ ଡେଭଲପମେଣ୍ଟ ଫାଇନାନସିଆଲ କର୍ପୋରେସନ) ବ୍ୟାଙ୍କ ଲିମିଟେଡ୍ ଏକ ଭାରତୀୟ ବ୍ୟାଙ୍କିଂ ଏବଂ ଆର୍ଥିକ ସେବାଯୁକ୍ତ କମ୍ପାନୀ ଅଟେ । ଏଚଡିଏଫସିର ବ୍ୟାଙ୍କ ଗୃହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଥିରେ ଏଚଡିଏଫସି ବ୍ୟାଙ୍କର ପରିଚାଳନା ମୁଖ୍ୟ ଡକ୍ଟର ଆଦିତ୍ୟ ପୁରୀ ଉପସ୍ଥିତ ଥିଲେ । ମାର୍କେଟ କ୍ୟାପିଟାଇଲାଇଜେସନ ଅନୁସାରେ ଏହା ୨୦୧୬ ଫେବୃଆରୀର ଭାରତର ସବୁଠାରୁ ବୃହତ୍ ବ୍ୟାଙ୍କ ଅଟେ । ୨୦୧୬ ବ୍ରାଣ୍ଡରେ ଏହାର ସ୍ଥାନ ୬୯ରେ ଥିଲା ।
ଶ୍ରେÂ ୧୦୦ ଗ୍ଲୋବାଲ ବ୍ରାଣ୍ଡ । ଏଚଡିଏଫସି ବ୍ୟାଙ୍କ ଅଧିକ ମାତ୍ରାରେ ପ୍ରଡକ୍ଟ ଓ ସେବା ଯୋଗାଇଥାଏ । ଏହାସହ ହୋଲସେଲ ବ୍ୟାଙ୍କିଙ୍ଗ, ରିଟେଲ ବ୍ୟାଙ୍କିଙ୍ଗ, ଟ୍ରେଜରୀ, ଅଟୋ ଲୋନ, ଟୁ ହ୍ୱିଲର ଲୋନ, ପର୍ସନାଲ ଲୋନ୍, ଜମିବାଡି ଓ କ୍ରେଡିଟ ଲୋନ ସେବା ଯୋଗାଇଦେଉଛି ଏଚଡିଏଫସି ବ୍ୟାଙ୍କ । ଏଚଡିଏଫସି ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରୋଜେକ୍ଟ ଏଆଇରେ ଜଣେ ଗ୍ରାହକ ଅତି ସହଜରେ ତାଙ୍କର ଜମାରାଶି, ଉଠାଣ, ଫିକ୍ସଡ୍ ଡିପୋଜିଟ ଆଦି ସ୍କ୍ରିନ୍ ଉପରେ ଦେଖିପାରିବେ । ଗତ କିଛି ସପ୍ତାହ ଧରି ଏପରି ବ୍ୟବସ୍ଥା ଅନ୍ୟ କେତେକ ନିଦ୍ଧିଷ୍ଟ ଶାଖାରେ ଉପଲବ୍ଧ କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁହନ୍ତି, ଭୁବନେଶ୍ୱରରେ ଏଚଡିଏଫସି ବ୍ୟାଙ୍କର ଟ୍ରେନିଂ ସେଣ୍ଟର ତଥା ବିପିଓ, ସ୍କିଲ ଡେଭଲପମେଣ୍ଟ ଆରମ୍ଭରେ ୨୦୦ ଲୋକଙ୍କୁ ରୋଜଗାର ଦେବୁ । ଏହା ସ୍କିଲ ଡେଭଲପମେଣ୍ଟ ପାଇଁ ମୁଖ୍ୟ ଉସô ହେବ । ଏଚଡିଏଫସିର ଏପରି ପ୍ରୟାସ ପାଇଁ ମୁଁ ବହୁତ ଖୁସି । ପୂର୍ବ ଓଡିଶାର ସ୍କିଲ ଡେଭଲପମେଣ୍ଟ ପାଇଁ ଏହା ନିଶ୍ଚିତ ସହାୟ ହେବ ।
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କୁହନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବାରୁ ମୁଁ ବହୁତ ଧନ୍ୟବାଦ ଜଣାଉଛି । ଏହା ଏଚଡିଏଫସି ମୁଖ୍ୟ ଶାଖା ଭାବେ ପରିଗଣିତ ହେବ । ଏହି ପ୍ରୟାସ କଳାତ୍ମକ ଜ୍ଞାନକୌଶଳ ବଢ଼ାଇବା ଦିଗରେ ସହାୟକ ହେବ ।
ଏନେଇ ଡକ୍ଟର ଆଦିତ୍ୟ ପୁରୀ କହନ୍ତି, ୩ଲକ୍ଷ ଗ୍ରାହକଙ୍କୁ ସେବା ଯୋଗାଇ ଦେବାରେ ଏଚଡିଏଫସି ବ୍ୟାଙ୍କ ପ୍ରମୂଖ ଭୂମିକା ଗ୍ରହଣ କରିଛି । ବ୍ୟାଙ୍କର ସଫଳତାକୁ ଆଗେଇ ନେବା ଦିଗରେ ଓଡିଶା ସରକାରଙ୍କ ସାହାଯ୍ୟ କରିଛନ୍ତି ।