ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନର ନବ କୁମାର ନାୟକଙ୍କୁ ତୁରନ୍ତ ବରଖାସ୍ତ କରିବା ପାଇଁ ରାଜ୍ୟପାଳଙ୍କ ଠାରେ ଦାବି କଲା ବିଜେପି

01 ଓଡିଶା ସରକାରଙ୍କ ଦ୍ୱାରା ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନର ନବ କୁମାର ନାୟକଙ୍କୁ ତୁରନ୍ତ ବରଖାସ୍ତ କରିବା ପାଇଁ ରାଜ୍ୟପାଳଙ୍କ ଠାରେ ଦାବି କରିଛି ବିଜେପିର ଏକ ପ୍ରତିନିଧି ଦଳ ।
ରାଜ୍ୟପାଳଙ୍କୁ ସାକ୍ଷାତ ପରେ ଗଣମାଧ୍ୟମକୁ ସୂଚନା ଦେଇ ବରିÂ ଆଇନଜୀବୀ ତଥା ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ସମ୍ବିଧାନର ୨୪୩(କେ) ଧାରାର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣରୂପେ ଧୂଳିସାତ୍ କରି ରାଜ୍ୟ ସରକାର ଶ୍ରୀ ନାୟକଙ୍କୁ ନିର୍ବାଚନ କମିଶନରଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀରେ ବସାଇଛନ୍ତି ।
ପ୍ରତିନିଧି ଦଳ ପକ୍ଷରୁ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମାର୍ଚ୍ଚ ୩୧,୨୦୧୪ରେ ସରକାରୀ ଚାକିରୀରୁ ଅବସର ନେବା ପରେ ଶ୍ରୀ ନାୟକଙ୍କୁ ରାଜ୍ୟର ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା ଅନେକ ପଦ ପଦବୀରେ ବସାଯାଇ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା । ଚାକିରୀରୁ ଅବସର ପରେ ଶ୍ରୀ ନାୟକଙ୍କୁ ରାଜ୍ୟ ଆଡିସନାଲ ଚିଫ୍ ଇଲେକ୍ଟୋରାଲ ଅଫିସର , ଷ୍ଟାଫ୍ ସିଲେକସନ୍ କମିଶନର ଅଧ୍ୟକ୍ଷ ଓ ପରେ ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗରେ ଓଏସଡି ଭାବରେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ । ଏହାପରେ ଫେବୃଆରୀ ୫ ତାରିଖରେ ରାଜ୍ୟ ନିର୍ବାଚନର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ।
ରାଜ୍ୟରେ ୨୦୧୮ ସେପ୍ଟେମ୍ବର ମାସରେ ହେବାକୁ ଥିବା ପୌର ନିର୍ବାଚନରେ ବିଜୁ ଜନତା ଦଳକୁ ବେନିୟମ ଭାବେ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ଜଣେ ଅନୁଗ୍ରହୀତ ବ୍ୟକ୍ତିଙ୍କୁ ସେପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଯାଇଛି ବୋଲି ବିଜେପିର ଏହି ପ୍ରତିନିଧି ମଣ୍ଡଳ ଅଭିଯୋଗ କରିଛି ।
(ପୃÂା: ୧/୨)

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇ ପାରିବେ । ମାତ୍ର ନବ କୁମାର ନାୟକ ମାର୍ଚ୍ଚ ୨୦୧୯ ମସିହାରେ ୬୫ ବର୍ଷରେ ପହଂଚିବେ । କେବଳ ପୌର ନିର୍ବାଚନରେ ଲାଭ ଉଠାଇବା ପାଇଁ ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ବସାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଶ୍ରୀ ନାୟକଙ୍କ ପୂର୍ବରୁ ୪ ଜଣ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର, ମୁଖ୍ୟ ଶାସନ ସଚିବ ର୍ୟାଙ୍କର ଥିବା ବେଳେ ନବ କୁମାର ନାୟକ ଜଣେ ଶାସନ ସଚିବ ପଦକୁ ମଧ୍ୟ ଯାଇନାହାନ୍ତି ଏବଂ ଆଡିସନାଲ ସେକ୍ରେଟାରୀ ସ୍ତରରୁ ଚାକିରୀରୁ ଅବସର ନେଇଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନରଙ୍କ ପରି ସମ୍ବିଧାନର ୨୪୩(କେ) ଓ ୨୪୩(ଜେଡଏ) ଆଧାରରେ ସମ୍ବିଧାନର ୩୨୪ ଧାରା ଅନୁସାରେ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ । ଭୋଟର ତାଲିକା ପ୍ରସ୍ତୁତି ସହ ପଂଚାୟତ ଓ ପୌର ନିର୍ବାଚନ ପରିଚାଳନା କରିବାର ସାମ୍ବିଧାନିକ ଅଧିକାରୀ ।
ଏପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଏପରି ତଳ ସ୍ତରର ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ଉପରେ ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ଉଠାଇବା ସହ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବିଷ୍ନୁ ସେଠୀ, ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ ପ୍ରମୁଖ ସାମିଲ ଥିଲେ ।

Share in top social networks!
Powered By Indic IME