ଏସଆଇଟି ଗଠନ କରିବାର ଅଧିକାର ଆଇନତଃ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପାଖରେ ଅଛି :ବିଜେପି

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏସଆଇଟି ଘୋଷଣା ଦୋଷ ଘୋଡାଇବା ପାଇଁ ପୁଣି ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ବରିÂ ଆଇନଜୀବୀ ତଥା ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ।
ଏସଆଇଟି ଗଠନ କରିବାର ଅଧିକାର ଆଇନତଃ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପାଖରେ ଅଛି ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ । ତେଣୁ ମୁଖ୍ୟମନ୍ତ୍ରୀ ନିଜ ଆଡୁ ଏସଆଇଟି ଗଠନ କରିବା ଘୋଷଣା କରି ଏହା ମାନ୍ୟବର କୋର୍ଟଙ୍କ ତତ୍ୱାବଧାନରେ ଚାଲିବ ବୋଲି ଘୋଷଣା କରିବା ଅନ୍ତସାର ଶୂନ୍ୟ କଥା । ଏହାର ଆଇନଗତ କିଛି ବୈଧତା ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ପୁଣି କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଗୃହ ମନ୍ତ୍ରୀ ଭାବରେ ଖୋଦ୍ ମୁଖ୍ୟମନ୍ତ୍ରୀ, ୯୦ ହଜାର ଲାଂଚ ଯାଚି ପୀଡିତା ସସ୍ମିତାକୁ ଚୁପ୍ କରିବାକୁ ଉଦ୍ୟମ କରିଥିବା ରାଜ୍ୟର ପୋଲିସ୍ ମୁଖ୍ୟ ଡିଜିଙ୍କ ନାଁରେ ଅଭିଯୋଗ ରହିଛି । ଏହାସହ କ୍ରାଇମବ୍ରାଂଚ ଡିଆଇଜି, କୋରାପୁଟ ଏସପି ଗଣଦୁଷ୍କର୍ମ ନାହିଁ ବୋଲି ସାର୍ବଜନିନ ବକ୍ତବ୍ୟ ଦେଇ ସତ୍ୟ ଘୋଡାଇବା ଉଦ୍ୟମରେ ଅଭିଯୁକ୍ତ । କ୍ରାଇମବ୍ରାଂଚ ନିୟନ୍ତ୍ରଣରେ ଥିବା ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ ରିପୋର୍ଟ ବଦଳାଇବା ପରି ଗୁରୁତର ଅଭିଯୋଗ ରହିଛି ।
ଏପରି ସ୍ଥିତିରେ ରାଜ୍ୟ ପୋଲିସ୍ ର ଅଫିସର ମାନଙ୍କୁ ନେଇ ନ୍ୟାୟ ମିଳିବା ସମ୍ଭାବନା ଅସମ୍ଭବ ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ । ରାଜ୍ୟ ପୋଲିସ୍ ନୁହେଁ ସିବିଆଇ ତଦନ୍ତ ଦ୍ୱାରା ହିଁ ଦୋଷୀ ପର୍ଯ୍ୟନ୍ତ ପହଂଚି କୁନ୍ଦୁଲି ପୀଡିତାଙ୍କ ନ୍ୟାୟ ଦିଆଯାଇ ପାରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Share in top social networks!
Powered By Indic IME