ଡାକ ବିଭାଗ ସହ ମିଶି ଓଡିଶା, ଆସାମ, ଛତିଶଗଡ, ଝାଡଖଣ୍ଡ, ମଧ୍ୟ ପ୍ରଦେଶରେ ବିଦ୍ୟୁତ ସଂଯୋଗ ହୋଇ ନଥିବା ଗୃହର ସର୍ଭେ କଲା ଶକ୍ତି ମନ୍ତ୍ରଣାଳୟ

ଶକ୍ତି ଏବଂ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ରାଜ କୁମାର ସିଂ ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପ୍ରକାଶ କରିଛନ୍ତି ଯେ ଦେଶରେ ମୋଟ 18.10 କୋଟି ଗ୍ରାମୀଣ ଗୃହ ମଧ୍ୟରୁ 14.16 କୋଟି ଗୃହ (78.24%)କୁ ବିଦ୍ୟୁତୀକରଣ କରାଯାଇଛି । ସୌଭାଗ୍ୟ ୱେବ-ପୋର୍ଟାଲରେ ସଂପୃକ୍ତ ଡିସକମ ମାନଙ୍କ ଦ୍ୱାରା ବିଦ୍ୟୁତ ସଂଯୋଗ କରାଯାଇଥିବା ଗୃହମାନଙ୍କ ସମ୍ବନ୍ଧରେ ତଥ୍ୟ ଉପଲବ୍ଧ କରାଯାଇଛି । ପୁନଶ୍ଚ ଆସାମ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ବିଦ୍ୟୁତ ସଂଯୋଗୀକରଣ ହୋଇନଥିବା ଗୃହ ମାନଙ୍କ ବାବଦରେ ସର୍ଭେ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ ଡାକ ବିଭାଗର ସହାୟତା ନେଇଥିବା ମନ୍ତ୍ରଣାଳୟ ତରଫରୁ ପ୍ରକାଶ କରାଯାଇଛି ।

ଭାରତ ସରକାର 2016ରେ 13,320 କୋଟି ଟଙ୍କା ବ୍ୟୟ ବରାଦରେ ପ୍ରଧାନମନ୍ତ୍ରୀ ସହଜ ବିଦ୍ୟୁତ ହର ଘର ଯୋଜନା –‘ସୌଭାଗ୍ୟ’ର ଶୁଭାରମ୍ଭ କରିଥିଲେ ଏବଂ ଏଥିରେ ବଜେଟରୁ 12,320 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇ ଥିଲା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର ଗ୍ରାମୀଣ ଏବଂ ସହରାଂଚଳର ସମସ୍ତ ଗୃହକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା ।

Share in top social networks!
Powered By Indic IME