ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବରଗଡ ଜିଲ୍ଲା ଏସପିଙ୍କ ବଦଳି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ପଦକ୍ଷେପ ସ୍ୱାଗତ ଯୋଗ୍ୟ : ବିଜେପି

PC_B ରାଜ୍ୟରେ ଶାସକ ବିଜେଡି ଉଭୟ ପୋଲିସ ଏବଂ ପ୍ରଶାସନକୁ ଅପବ୍ୟବହାର କରୁଛି । ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଶାସକ ବିଜେଡିର ସଭାପତି ଏବଂ ଏସପି ମହୋଦୟ ସାଧାରଣ ସଂପାଦକ ଭାବେ ଦାୟୀତ୍ୱ ତୁଲାଉଛନ୍ତି । ଏପରିକି ସମସ୍ତ ସରକାରୀ କଳକୁ ନିଜ ଦଳୀୟ କାର୍ଯ୍ୟ ପାଇଁ ଅପବ୍ୟବହାର କରୁଛି । ଅନ୍ୟ ପଟେ ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ସରିଲାଣି । ଶାସକ ବିଜେଡିର ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ସମସ୍ତ ନେତୃବୃନ୍ଦ ସରକାରୀ କଳର ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବା ଆରମ୍ଭ କରିଦେଇଛନ୍ତି । ଆଉ ଏ ସମସ୍ତ କାର୍ଯ୍ୟକଳାପ ଜିଲ୍ଲା ପ୍ରଶାସନର ମୁଖିଆ ଜିଲ୍ଲାପାଳ ଏବଂ ଆଇନ ଶୃଙ୍ଖଳା ଦାୟୀତ୍ୱ ମୁଖିଆ ଏସପିଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ହେଉଅଛି । ବିଡିଓଙ୍କଠୁ ଆରମ୍ଭ କରି ଥାନାଧିକାରୀମାନେ ଶାସକ ବିଜେଡିର କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ଅପପ୍ରୟାସ କରୁଛନ୍ତି । ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଭାବେ ଶାସକ ବିଜେଡିର ହାତବାରିସୀ ସାଜିଥିବା ଜିଲ୍ଲାପାଳ ଏବଂ ଏସପିଙ୍କ ତତ୍ୱବଧାନରେ ଏକ ଅବାଧ, ନିରପେକ୍ଷ ନିର୍ବାଚନ ଅନୁÂିତ ହେବା ଅସମ୍ଭବ । ଏକ ଦାୟିତ୍ୱବାନ ରାଜନୈତିକ ଦଳ ଭାବେ ଭାରତୀୟ ଜନତା ପାର୍ଟୀ ଏହାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟି ଅବଗତ କରାଯାଇଥିଲା । ଏହି ଅଭିଯୋଗକୁ ନିର୍ବାଚନ ଆୟୋଗ ସମୀକ୍ଷା କରିବା ସହ ସତ୍ୟାସତ୍ୟକୁ ଉପଲବ୍ଧି କରି ଜିଲ୍ଲା ଏସପିଙ୍କୁ ତୁରନ୍ତ ବଦଳି କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଏହି ନିଦେ୍ର୍ଧଶକୁ ଆମେ ସ୍ୱାଗତ ଜଣାଉଛୁ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ଏକ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଉଚିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଆଗକୁ ମଧ୍ୟ ନିଶ୍ଚିତ ନେବେ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଅନ୍ୟ ପକ୍ଷରେ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବର୍ତମାନ କାର୍ଯ୍ୟରତ ସମସ୍ତ ବିଡିଓ, ଥାନାଧିକାରୀ ଏବଂ ବରଗଡ ଜିଲ୍ଲାପାଳଙ୍କ ଉପରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁÂାନ ଓ ପଦକ୍ଷେପକୁ ଆମେ ଅପେକ୍ଷା କରିଛୁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

Share in top social networks!
Powered By Indic IME