ମୁଖ୍ୟମନ୍ତ୍ରୀଙ୍କ ଆଗରେ ନାରୀ ଅସଦାଚରଣ ଲଜ୍ଜାଜନକ : ବିଶ୍ୱଭୂଷଣ ହରିଚନ୍ଦନ

 ମହିଳାମାନଙ୍କ ସମ୍ମାନ, ମର୍ଯ୍ୟାଦା ଆଜି ଓଡିଶାରେ ଭୁଲୁଣ୍ଠିତ ହୋଇଛି
 ତଳସାରି ଘଟଣାରେ ମୁଖ୍ୟମନ୍ତ୍ରୀ ନିସର୍ତଃ କ୍ଷମାପ୍ରାର୍ଥନା କରନ୍ତୁ
 ଆଇନ ନିଜ ବାଟରେ ଯାଉଛି ନା ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶିତ ବାଟରେ ଯାଉଛି ?
 ନିଜ ବିରୁଦ୍ଧରେ ମକଦ୍ଧମା କରିବାକୁ ନିଦେ୍ର୍ଧଶ ଦେଇ ଆଦର୍ଶ ମୁଖ୍ୟମନ୍ତ୍ରୀର ପରିଚୟ ଦିଅନ୍ତୁ
PC_B

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପରୋକ୍ଷ ସମର୍ଥନରେ ବାଲେଶ୍ୱର ଜିଲ୍ଲା ତଳସାରି ସଭାରେ ଜଣେ ମହିଳାଙ୍କୁ ଜଘନ୍ୟ ଓ ବର୍ବରୋଚିତ ଭାବେ ଆକ୍ରମଣ କରି ଅସଦାଚରଣ କରିବା ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ମହିଳାମାନଙ୍କ ସମ୍ମାନ, ମର୍ଯ୍ୟାଦା ଆଜି ଓଡିଶାରେ ଭୁଲୁଣ୍ଠିତ ହୋଇଛି । ଭୁଷୁଡି ପଡିଛି ଆଇନର ଶାସନ । ତଳସାରି ଘଟଣାରେ ଆଦର୍ଶ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ପାଖରେ ନିସର୍ତଃ କ୍ଷମାପ୍ରାର୍ଥନା କରିବା ସହିତ ତାଙ୍କ ନିଜ ବିରୁଦ୍ଧରେ ମକଦ୍ଧମା କରିବାକୁ ପୋଲିସକୁ ନିଦେ୍ର୍ଧଶ ଦେଇ ତାଙ୍କ ଉଚ୍ଚ ଆଦର୍ଶ ଦେଖାଇବାକୁ ବରିÂ ବିଜେପି ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆହ୍ୱାନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ; ମୁଖ୍ୟମନ୍ତ୍ରୀଙ୍କ ସଭା ମଂଚର ଅନତି ଦୂରରେ, ତାଙ୍କ ଆଖି ଆଗରେ ଜଣେ ମହିଳାଙ୍କୁ ନିସ୍ତୁକ ଭାବରେ ପିଟି ତାଙ୍କ ପ୍ରତି ଅସଦାଚରଣ କରିବା ଓ ପୁରୁଷ ପୋଲିସଙ୍କ ଦ୍ୱାରା ଘୋଷାରି ଘୋଷାରି ନେବା ସଭ୍ୟ ସମାଜ ପ୍ରତି ଅପମାନ । ଆଇନ ଆଖିରେ ଏ ସବୁ ଗୁରୁତର ଅପରାଧ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ କାଠଗଡାରେ ଠିଆ ହୋଇଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ବାଲେଶ୍ୱର ଜିଲ୍ଲାର ତାଳସାରି ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ରାଜେଶ୍ୱରୀ କାମିଲା ନାମ୍ନି ଜଣେ ମହିଳା ବହୁଚର୍ଚ୍ଚିତ କୁନ୍ଦୁଲି ପୀଡିତାଙ୍କ ପାଇଁ ପ୍ରତିବାଦ କରି ୩ଟି ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଫୋପାଡିଥିଲେ । ଯାହା ତାଙ୍କ ଦେହରେ ବାଜି ନାହିଁ । ଜିଲ୍ଲାର ସର୍ବୋଚ୍ଚ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ଉକ୍ତ ମହିଳା ଉପରକୁ ଝାଂପି ପଡି ଟାଣି ଟାଣି ଘୋଷାରି ନେବାକୁ ଲାଗିଲେ । ସରକାରୀ ଦଳର କାର୍ଯ୍ୟକର୍ତାମାନେ ଉକ୍ତ ମହିଳାଙ୍କୁ ଆଖି ବୁଜା ବାଡେଇଲେ । ଏପରିକି ଉକ୍ତ ମହିଳାଙ୍କ ବ୍ଲାଉଜ ଚିରିବା, ପିନ୍ଧା ଶାଢୀ ଖୋଲିଦେବା ସହିତ ଅସଦାଚରଣ ବ୍ୟବହାର ପ୍ରଦର୍ଶନ କଲେ । ଏ ସମସ୍ତ ଘଟଣା ଗଣମାଧ୍ୟମ କ୍ୟାମେରାରେ ଧରାପଡିଛି । ଏହି ବିଭତ୍ସ ଓ ଜଘନ୍ୟ କାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଖୁବ୍ ନିକଟରେ ଓ ତାଙ୍କ ଆଖି ଆଗରେ ହେଉଥିଲେ ସୁଦ୍ଧା ସେ ଏଥିରେ ହସ୍ତକ୍ଷେପ କଲେ ନାହିଁ କିମ୍ବା ତାଙ୍କ ପୋଲିସ ଓ କର୍ମୀମାନଙ୍କୁ ବାରଣ ମଧ୍ୟ କଲେ ନାହିଁ । ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନର ସର୍ବୋଚ୍ଚ କର୍ତା ଓ ଗୃହ ବିଭାଗର ମନ୍ତ୍ରୀ ହୋଇଥିବାରୁ ଶ୍ରୀମତି କାମିଲାଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବା ତାଙ୍କର ଶାସନଗତ କର୍ତବ୍ୟ ଥିଲା । ତାଙ୍କର ପଦେ କଥାରେ ଏଭଳି ବିଭତ୍ସକାଣ୍ଡ ମୁହୂର୍ତକରେ ବନ୍ଦ ହୋଇଯାଇଥାନ୍ତା । ମାତ୍ର ମୁଖ୍ୟମନ୍ତ୍ରୀ ତାଙ୍କର ଏହି କର୍ତବ୍ୟ କରିନଥିବାରୁ ଏଥିରେ ତାଙ୍କର ପରୋକ୍ଷ ସମର୍ଥନ ଥିଲାବୋଲି ଧରାଯିବ ଓ ଆଇନ ଅନୁସାରେ ଅନ୍ୟମାନଙ୍କ ଭଳି ଏ ଅପରାଧରେ ସେ ନିଜେ ମଧ୍ୟ ଦୋଷୀ ହେବେ । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଲ କୋର୍ଡର ୩୦୭,୩୫୪,୫୦୬,୩୨୪,୩୨୫ ସହିତ ଧାରା ୩୪ ଓ ୧୪୯ ଲାଗିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମଧ୍ୟ ସେହି ଧାରା ଲାଗିବ । ତେଣୁ ପୋଲିସ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଭଯୁକ୍ତମାନଙ୍କ ବିରୁଦ୍ଧରେ ଏଭଳି ଗୁରୁତର ଅପରାଧ ପାଇଁ ଉପରୋକ୍ତ ଦଫାଗୁଡିକ ଲଗାଇ ମୋକଦ୍ଧମା ନକରି ଅଣ୍ଡାଫିଙ୍ଗାଜନିତ ସାଧାରଣ ଅପରାଧ ପାଇଁ ପିଙ୍ଗଳ କୋର୍ଡ ୩୫୨,୩୩୨,୨୪୯,୫୦୬ ଓ ୩୦୭ ଦଫାରେ ମୋକଦ୍ଧମା କରିଛି । ଯାହାକି ପୋଲିସର ନିରପେକ୍ଷତା ଓ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ଶ୍ରୀମତି କାମିଲା ଘରେ ତାଙ୍କର ୭ ମାସର ଛୁଆକୁ ଛାଡିଆସିଛନ୍ତି ଓ ସେ ଭୋକ ବିକଳରେ ଛଟପଟ ହେଉଥିବା କହି ତାଙ୍କୁ ଛାଡିଦେବାକୁ ଯେତେ ବିକଳ ନିବେଦନ କଲେ ବି ପୋଲିସ କି ମୁଖ୍ୟମନ୍ତ୍ରୀଙ୍କ ଭିତରେ କର୍ତବ୍ୟବୋଧ କିମ୍ବା ମାନବିକତାର ଉଦ୍ରେକ ହେଲା ନାହିଁ । ପୋଲିସ ହାଜତ ଓ ଜେଲରେ ୩ ଦିନ ରହିବା ପରେ ଶ୍ରୀମତି କାମିଲାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ହସପିଟାଲ ଏବଂ ପରେ କଟକ ବଡ ମେଡିକାଲରେ ତାଙ୍କୁ ଭର୍ତି କରାଯାଇ ଚିକିତ୍ସା କରାଯାଉଛି । କାଳେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଯିବାର ଆଶଙ୍କା କରି ପୋଲିସ ଛାନିଆ ହୋଇ ଶ୍ରୀମତୀ କାମିଲାଙ୍କ ଉପରେ ନିଜେ ଲାଗୁ କରିଥିବା ୩୦୭ ଦଫାକୁ ଉଠାଇଦେଇଥିବାର କହିଛନ୍ତି । ଏ ଅଣ୍ଡା ଫୋପାଡିବାକୁ ଆମେ ସମର୍ଥନ କରୁନାହୁଁ । କିନ୍ତୁ ତାହା ଏକ ସାମାନ୍ୟ ଅପରାଧ ହୋଇଥିଲା ବେଳେ ମୁଖ୍ୟମନ୍ତ୍ରୀ ଓ ଅସଦାଚରଣ କରିଥିବା ବ୍ୟକ୍ତିମାନଙ୍କ ଅପରାଧ ତ ଆହୁରି ଅତ୍ୟନ୍ତ ଜଘନ୍ୟ ଓ ଗୁରୁତର । ଆଇନ ଏବେ ତା ନିଜ ବାଟରେ ଯିବ ନା ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶିତ ବାଟରେ ଯିବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!
Powered By Indic IME