ରମ୍ଭା ଏନ୍‍ଏସିର ୨୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ

NAVEEN NIWAS-ganjam zilla chatrapur nirbachani mandali ra rambha NAC ra satadhika asantusta bjp karmi bjd re jogadana (4)ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା ଏନ୍‍ଏସି ପୂର୍ବତନ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ତରାଇ, ଏନ୍‍ଏସିର ଟାଉନ୍‍ ବିଜେପି ସଭାପତି ତଥା ପୂର୍ବତନ କାଉନ୍‍ସିଲର ମନୋଜ ତରାଇ, କାଉନ୍‍ସିଲର କାମେଶ୍ୱର ବେହେରା, ପୂର୍ବତନ କାଉନ୍‍ସିଲର କୁନି ସାହୁ, ପ୍ରମିଳା ତରାଇ, ଜଗମା ପାତ୍ର, ସୁଦର୍ଶନ ସେନାପତି ପ୍ରମୁଖ ଏନ୍‍ଏସି ଅଧ୍ୟକ୍ଷା ସୌଦାମିନୀ ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳରେ ଆନୁÂାନିକ ଭାବେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି
କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ
ସମର୍ପିତ ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ରମ୍ଭା ଏନ୍‍ଏସିରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ
ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀଯୁକ୍ତ
ପଟ୍ଟନାୟକ କହିଥିଲେ ।
କେନ୍ଦ୍ରର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ, ମହାନଦୀ ବିବାଦ ଉପରେ ବିଜେପିର ଏକପାଖିଆ ନିଷ୍ପତ୍ତିରେ ବିତସ୍ଫୃହ
ହେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି ଆମେମାନେ ବିଜୁ ଜନତା ଦଳରେ
ଯୋଗଦେଇଛୁ ବୋଲି ବିଜେଡିରେ ଯୋଗଦେଇଥିବା ବିଜେପି କର୍ମୀମାନେ କହିଥିଲେ । ନବୀନ ନିବାସରେ ଅନୁÂିତ
ଏହି ମିଶ୍ରଣ ସମୟରେ ବିଧାୟକ ପ୍ରିୟାଂଶୁ ପ୍ରଧାନ, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ବିଜେଡି ଟାଉନ୍‍ ସଭାପତି
ବନବାସୀ ନାହାକ, ଉପାଧ୍ୟକ୍ଷ ଗଦାଧର ପରିଡ଼ା, ଜିଲ୍ଲା ଡିଆର୍‍ଡିଏ ତଥା ଜିଲ୍ଲା ପରିଷଦ ଉପ-ସଭାପତି ସ୍ନେହଲତା ପଣ୍ଡା,
ବ୍ଲକ ଉପାଧ୍ୟକ୍ଷ ଭାଗିରଥୀ ରେଡ୍ଡି, ବ୍ଲକ ସାଧାରଣ ସଂପାଦକ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME