ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ଏମ୍ଆର୍ ଟୀକାକରଣ ନିଶ୍ଚିତ କରାନ୍ତୁ ।

କାହାକୁ ଗୁରୁତ୍ୱଦେବେ, ଗୁଜବକୁ ନା ନିଜ ସନ୍ତାନର ସୁସ୍ଥତାକୁ – ନିଷ୍ପତି ଆପଣଙ୍କର । ନିଜ ମନର ସନେ୍ଦହ ଯୋଗୁ ପିଲାଙ୍କୁ ଏମ୍ଆର ଟୀକାକରଣରୁ ବଂଚିତ କରାନ୍ତୁ ନାହିଁ । ଆମ ପିଲାମାନଙ୍କୁ ମିଳିମିଳା ଓ ରୁବେଲା ଭଳି ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଳିତି ଭାବେ ଏମ୍ଆର ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବର୍ତମାନ ସୁଦ୍ଧା ଆମ ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ୬.୭ କୋଟି ପିଲା ଏହି ଟୀକା ନେଇସାରିଲେଣି ।
ଆମ ରାଜ୍ୟରେ ଜାନୁଆରୀ ମାସ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ମିଜିଲ୍ସ ଓ ରୁବେଲା (ଏମ୍ଆର) ଟୀକାକରଣ ଅଭିଯାନରେ ବର୍ତମାନ ସୁଦ୍ଧା ୫୦ ଲକ୍ଷ ୫୪ ହଜାର ୫ଶହ ୮୭ ଜଣ ପିଲାଙ୍କୁ ଟୀକା ଦିଆସରିଲାଣି । ବିଭିନ୍ନ ସରକାରୀ ତଥା ଘରୋଇ ବିଦ୍ୟାଳୟ, ବିଭିନ୍ନ ପ୍ଲେ ସ୍କୁଲ, କନ୍ଭେଂଟ୍ ସ୍କୁଲ ତଥା ମାଦ୍ରାସାଗୁଡିକରେ ଏମ୍ଆର ଟୀକାକରଣ ପ୍ରତି ସ୍ୱତସ୍ଫୁର୍ତ ସମର୍ଥନ ଯୋଗୁ ୫ ଦିନ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୪୦% ଟୀକାକରଣ କରାଇବା ଭଳି ସଫଳତା ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଗଣ, ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ କର୍ମଚାରୀ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟୋଜିତ ୬ହଜାର ୯ଶହ ମହିଳା ସ୍ୱାସ୍ଥ୍ୟକର୍ମୀ ତଥା ୪୭ହଜାର ଆଶା ଏବଂ ରାଜ୍ୟ ତଥା ଜିଲ୍ଲାସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହଯୋଗ ଯୋଗୁ ଏତେ ସଂଖ୍ୟକ ପିଲାଙ୍କର ଟୀକାକରଣ ସମ୍ଭବ ହୋଇପାରିଛି । ସେହିଭଳି ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳମାନେ ମଧ୍ୟ ନିୟମିତ ଏମ୍ଆର ଟୀକାରକଣ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟକୁ ଯାଂଚ କରିବା ସହିତ ଏମ୍ଆର ଟୀକାକରଣ ଅଭିଯାନ କାର୍ଯ୍ୟକାରୀତାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ତେବେ ରାଜ୍ୟର ୯ ମାସ ବୟସରୁ ୧୫ ବର୍ଷ ବୟସ ମଧ୍ୟରେ ୧କୋଟି ୧୩ ଲକ୍ଷ ପିଲାଙ୍କୁ ଏହି ଟୀକାକରଣ କରାଇବା ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକ ସ୍ତରରେ ସହଯୋଗର ଆବଶ୍ୟକତା ରିହିଛି ।
ଏମଆର ଟୀକାକରଣ ଅଭିଯାନରେ ବର୍ତମାନ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କରାଯାଉଥିବା ଟୀକାକରଣ ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଜାରୀ ରହିବ । ଫେବୃଆରୀ ମାସ ୧୯ତାରିଖ ଠାରୁ ମାର୍ଚ୍ଚ ୧୬ ତାରିଖ ଯାଏଁ ଗୋÂୀ ସ୍ତରରେ ଏମ୍ ଆର ଟୀକାକରଣ କରାଯିବ । ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିସôାଳୟ (ଡିଏଚ୍ଏଚ୍), ଜିଲ୍ଲା ଉପଖଣ୍ଡ ଚିକିସôାଳୟ (ଏସ୍ଡିଏଚ୍), ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର, (ସିଏଚ୍ସି), ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍ସି) ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ( ହେଲ୍ଥ ସବ୍ସେଂଟର) ଠାରେ ଏମ୍ଆର୍ ଟୀକାକରଣ କରାଯିବ । ସେହି ସମୟ ମଧ୍ୟରେ ଗାଁ ସ୍ତରରେ ଅଙ୍ଗନୱାଡୀ କେନ୍ଦ୍ର, କମ୍ୟୁନିଟି ସେଟଂର କିମ୍ବା ଅନ୍ୟାନ୍ୟ ସ୍ଥିରିକୃତ କେନ୍ଦ୍ରରେ ଏହି ଟୀକା ପ୍ରଦାନ କରାଯିବା ନିମନ୍ତେ ବ୍ୟବସ୍ଥା କରାଯିବ । ଯଦି କୌଣସି ପିଲା ଉପରୋକ୍ତ ସ୍ଥାନଗୁଡିକରେ କିମ୍ବା ବିଦ୍ୟାଳୟ ସ୍ତରରେ ଟୀକାନେଇନଥିବେ ତେବେ ସେମାନଙ୍କୁ ମାର୍ଚ୍ଚ ମାସ ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏମ୍ଆର ଟୀକା ପ୍ରଦାନ କରାଯିବ ।
ଏହି ସମୟ ମଧ୍ୟରେ ରାଜ୍ୟରେ ମୋଟ ୧ କୋଟି ୧୩ ଲକ୍ଷ ପିଲାଙ୍କୁ ଟୀକାକରଣ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଆମ ରାଜ୍ୟର କେତେକ ସ୍ଥାନରେ ଏହି ଟୀକାକରଣ ପ୍ରତି ଆଶଙ୍କା ପ୍ରକାଶ ପାଉଥିବାର ଖବର ମିଳୁଛି । ପିଲାମାନଙ୍କର ସୁସ୍ଥତା ପାଇଁ ଦିଆଯାଉଥିବା ଏମ୍ଆର ଟୀକା ସମ୍ପୂର୍ଣ୍ଣର୍ ଭାବେ ସୁରକ୍ଷିତ । ଏହା କୌଣସି ପିଲାକୁ ଶାରିରୀକ ଭାବେ ଆଦୌ କ୍ଷତି କରେନାହିଁ । ଏମ୍ଆର ଟୀକା ନେଇଥିବା ପିଲାମାନଙ୍କ ତୁଳନାରେ ଏହି ଟୀକା ନେଇନଥିବା ପିଲାମାନଙ୍କର ମିଳିମିଳା ଓ ରୁବେଲା ଭଳି ଜୀବନନାଶକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ । ଯଦି କୌଣସି ପିଲା ଏମ୍ଆର ଟୀକାକରଣରୁ ବଚିଂତ ହୁଅନ୍ତି ତେବେ ଏହା କେବଳ ସେହି ପିଲା ଓ ତା’ର ପରିବାର ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ତାହାନୁହେଁ ବରଂ ଏହା ସମ୍ପୂର୍ଣ୍ଣ ଗୋÂୀ ପାଇଁ ବଡ କ୍ଷତିକାରକ ହେବ ବୋଲି ଅନେକ ଶିଶୁରୋଗ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତିି ।
ଏହି ଟୀକା ସାରା ବିଶ୍ୱରେ ତଥା ଆମ ଦେଶରେ ଅନେକ ବର୍ଷ ହେବ ପ୍ରଚଳିତ । ପୂର୍ବରୁ ଆମ ଦେଶର ସ୍ୱଚ୍ଛଳବର୍ଗର ଅନେକ ଲୋକ ନିଜ ପିଲାମାନଙ୍କୁ ଏହି ଟୀକା ଘରୋଇ ଭାବେ ଦେଇସାରିଛନ୍ତି ଏବଂ ଏହି ଅଭିଯାନରେ ଆଉ ଥରେ ଲେଖାଏଁ ମଧ୍ୟ ଏମ୍ଆର ଟୀକାକରଣ କରାଉଛନ୍ତି । ଯଦି ଏହି ଟୀକା ପିଲାପାଇଁ ସୁରକ୍ଷିତ କି ନୁହେଁ ସେନେଇ ମନରେ ପ୍ରଶ୍ନ ଉଠୁଛି ତେବେ ଆପଣ ବିଶ୍ୱାସ କରୁଥିବା ଶିଶୁରୋଗ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନିଜ ମନର ସନେ୍ଦହ ଦୂର ହେବା ପରେ ପିଲାର ନିଶ୍ଚିତ ଭାବେ ଏମ୍ଆର ଟୀକାକରଣ କରାନ୍ତୁ । କୌଣସି ସନେ୍ଦହର ବଶବର୍ତୀ ହୋଇ ନିଜ ପିଲାଙ୍କର ଭବିଷ୍ୟତ ଓ ସୁସ୍ଥତା ପ୍ରତି ବିପଦ ସୃଷ୍ଟି କରନ୍ତୁ ନାହିଁ । ଆମ ଭବିଷ୍ୟତ ନାଗରିକ ଭାବେ ଏମ୍ଆର ଟୀକା ପାଇବା ଆପଣଙ୍କ ପିଲାର ଅଧିକାର, ଏହି ଅଧିକାରରୁ ତାକୁ ବଂଚିତ କରାନ୍ତୁ ନାହିଁ । ଦୟାକରି ନିଜ ମନର ଭୁଲ୍ଧାରଣା ଦୂର କରାନ୍ତୁ ଓ ପିଲାର ଏମ୍ଆର ଟୀକାକରଣ ନିଶ୍ଚିତ କରାନ୍ତୁ ।

Share in top social networks!
Powered By Indic IME