ଓଡିଶାର ବଣମଲ୍ଲୀ ମାନଙ୍କୁ ଖେଲୋ ଇଣ୍ଡିଆ ମଂଚ ପ୍ରଦାନ କରିଛି – ଧର୍ମେନ୍ଦ୍ର ପ୍ରଧାନ

FCP_9368_1280x853 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଲା ଇଣ୍ଡିଆ ଖେଲୋ ଖେଲୋ କାର୍ଯ୍ୟକ୍ରମ ଓଡିଶାର ବଣ ମଲ୍ଲୀ ମାନଙ୍କୁ ଦେଶ ଦୁନିଆ ଆଗରେ ପ୍ରସ୍ତୁତ କରିବାର ସୁଯୋଗ ସୃଷ୍ଟି
କରୁଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଦିଲ୍ଲୀ ଠାରେ ଖେଲୋ- ଇଣ୍ଡିଆ ଖେଲା କାର୍ଯ୍ୟକ୍ରମରେ ଓଡିଶାରୁ ଯୋଗ ଦେଇଥିବା ୮୬ ଜଣ
ଓଡିଆ ପିଲା ମାନଙ୍କୁ ସମ୍ବର୍ଧିତ କରିବା ଅବସରରେ ଏହା କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଧିକାଂଶ ପିଲା ସୁନ୍ଦରଗଡ ଜିଲ୍ଲାରୁ ଆସିଛନ୍ତି । ଓଡିଶାରେ ସାଧାରଣ ଗରୀବ ଆଦିବାସୀ ଘରର ପିଲା ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ କ୍ରୀଜା ନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଅଲିମ୍ପିକରେ ଓଡିଶାରୁ ୬ ଜଣ ଭାଗ ନେବାର ସୁଯୋଗ ପାଇଥିଲେ। ଖେଲୋ ଇଣ୍ଡିଆ ଯୋଜନାରେ ସାମିଲ ଓଡିଆ ପିଲା ମାନଙ୍କର ଉତମ ମାନର ଖେଳ ଯୋଗୁ ଆଗାମୀ ଦିନରେ ୫୦ ଓଡିଆ ଅଲିମ୍ପିକରେ ସ୍ଥାନ ପାଇବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଖେଳ ଓଡିଶାର ମୂଳ ପୁଂଜି । ଖେଳାଳୀ ମାନଙ୍କୁ ଭଲ ଖେଳିବା ପାଇଁ ସୁଯୋଗ ସୃଷ୍ଟି କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!
Powered By Indic IME