ମୃତ କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାକୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବାରେ ବିଫଳତା ପ୍ରତିବାଦରେ ବିଜେପି ତରଫରୁ ନବୀନ ନିବାସ ଘେରାଓ

Kunduli Issue BJP Team towards CM's Res ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକ ଗଣଦୁଷ୍କର୍ମ ଘଟଣା ଏବଂ ଘଟଣାରେ ପୀଡିତାର ମୃତୁ୍ୟର ନ୍ୟାୟିକ ତଦନ୍ତ ନୁହେଁ, ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ କେବେ ଦେବେ? ମୃତ ପୀଡିତାର ପରିବାରକୁ ଉଚିତ୍ ନ୍ୟାୟ କେବେ ମିଳିବ? ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ କେବେ ହେବ? ମୃତ ପୀଡିତାର ପରିବାରକୁ କେବେ କ୍ଷତିପୂରଣ ମିଳିବ ? ଘଟଣାକୁ ଚାପି ଦେବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ପୋଲିସ ପ୍ରଶାସନ ଓ କ୍ରାଇମବ୍ରାଂଚ ଏଡିଜିଙ୍କୁ କେବେ ନିଲମ୍ବନ କରାଯିବ ? ଏଭଳି ସ୍ପର୍ଶକତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହୀଁକି ନୀରବତା ଅବଲମ୍ବନ କରିଛନ୍ତି ? ଏମିତି ଅନେକ ଦାବୀ ରଖି ରାଜ୍ୟ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କରାଯାଇଛି ।
ଆଜି ମୃତ ପୀଡିତାର ପରିବାରକୁ ଉଚିତ୍ ନ୍ୟାୟ ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ୪ ପଟରୁ ରାଜ୍ୟ ବିଜେପି ତରଫରୁ ଘେରାଓ କରାଯାଇଥିଲା । ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ଓ ସୁଦୀପ୍ତ ରାୟ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, କେନ୍ଦ୍ୁଝର ଜିଲ୍ଲା ସଭାପତି ରାଧାକାନ୍ତ ମହନ୍ତ, ରମାରଂଜନ ବଳିଆରସିଂହ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ଏକ ବିଶାଳ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲା । ପଲାଶପଲ୍ଲୀ ପଟୁ ବାହାରି ଥିବା ବିଶାଳ ଶୋଭାଯାତ୍ର ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ରାଜେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଘେରାଓ କରିଥିଲା । ଏୟାରପୋର୍ଟ ଦିଗରୁ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ସିକନ୍ଦର ଅଲ୍ଲୀ, ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନାଙ୍କ ନେତୃତ୍ୱରେ ଶହ ଶହ ଯୁବକ ଏକାଠି ହୋଇ ନବୀନ ନିବାସ ଆଡେ ମୁହାଁଇଥିଲେ । ସେହିପରି ଗଙ୍ଗନଗର ପଟୁ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମୀୟ ଦାସ, ପ୍ରତାପ ମିଶ୍ର, ନିକୁଂଜ ପଟ୍ଟନାୟକ, ଭୂବନେଶ୍ୱର ଜିଲ୍ଲା ବିଜେପି ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ଶହଶହ ବିଜେପି କାର୍ଯ୍ୟକର୍ତା ଏକାଠୀ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ନିଜକୁ ଶ୍ରେÂ ଓ ଆଦର୍ଶ ମୁଖ୍ୟମନ୍ତ୍ରୀର ପ୍ରମାଣପତ୍ର ଯୋଗାଡ କରି କେତେ ଦିନ ଲୋକଙ୍କୁ ବିଭ୍ରାନ୍ତ କରିବ ବୋଲି ବିଜେପି ପ୍ରଶ୍ନ କରିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଅଂଜନା ମିଶ୍ର ଭଳି କୁନ୍ଦୁଲି ପୀଡିତାଙ୍କ ଫରେନେସିକ ଲ୍ୟାବର ରିପୋର୍ଟ ବଦଳାଇ ଅପରାଧୀମାନଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ନିନ୍ଦନୀୟ । ମୃତ କୁନ୍ଦୁଲି ପୀଡିତାର ପରିବାରକୁ ନ୍ୟାୟ ଦିଅ ନହେଲେ ନିଜ ସିଂହାସନ ଛାଡ ବୋଲି ଦାବୀ କରି ରାଜ୍ୟ ବିଜେପି ପ୍ରତିବାଦ କରିଛି ।
କୁନ୍ଦୁଲି ପୀଡିତା ଆତ୍ମହତ୍ୟା କରିବାର ଦୀର୍ଘ ୧୫ ଦିନ ବିତିଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ସ୍ଥାଣୁତା ଓ ଅପାଗତା ପାଇଁ ଆଜି ପର୍ଯ୍ୟନ୍ତ ଘଟଣାର ସଠିକ୍ ତଦନ୍ତ ଏଯାବତ୍ ହୋଇପାରିଲା ନାହିଁ । ଆତ୍ମପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ମହୋଦୟ ପୁସ୍ତକ ଉନ୍ମୋଚନ କରିବା ପାଇଁ ମୁମ୍ବାଇ ଯାଇପାରୁଛନ୍ତି । କିନ୍ତୁ କୁନ୍ଦୁଲି ଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରସଂଗରେ ବର୍ତମାନ ସୁଦ୍ଧା ମୃତ ପୀଡିତାର ପରିବାର ଲୋକଙ୍କୁ ଭେଟିବାକୁ ଯାଇ ନ ପାରିବା ଅପାରଗ ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି । ଅନ୍ୟପଟେ ପୋଲିସ ପ୍ରଶାସନକୁ ହାତବାରେସି କରି ମୁଖ୍ୟମନ୍ତ୍ରୀ ମୃତ ପୀଡିତାର ସୁଇସାଇଡ ନୋଟକୁ ନଷ୍ଟ କରିଛନ୍ତି । କେବଳ ନ୍ୟାୟିକ ତଦନ୍ତର ଦ୍ୱାହି ଦେଇ ଶାସକ ବିଜେଡିର ପ୍ରବକ୍ତାମାନେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତି କରୁଛନ୍ତି । ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କ ମାଧ୍ୟମରେ ପୀଡିତାଙ୍କୁ ୯୦ ହଜାର ଟଙ୍କା ଯାଚି ଘଟଣାକୁ ଚାପି ଦେବାକୁ ଚାହିଁଥିଲେ । ଏପରିକି ଚିକିତ୍ସିତ ହେବା ସମୟରେ ମୃତ ପୀଡିତାକୁ ପାଗଳି ଆଖ୍ୟା ଦେବାକୁ ମଧ୍ୟ ପ୍ରଶାସନ ଓ ସରକାର ପଛାଇନଥିଲେ । ରାଜ୍ୟର ନାରୀ ମାନଙ୍କୁ ସମ୍ମାନ ଦେବାର ନାରା ଦେଇ ସେମାନଙ୍କର ଇଜ୍ଜତ ଲୁଟିବା ପାଇଁ ଶାସକ ବିଜେଡି ଉଦ୍ୟମ କରୁଛି ।
ବିଜେପି କେନ୍ଦ୍ରୀୟ ପ୍ରତିନିଧୀଦଳ ଆସି ଘଟଣା ସମ୍ବନ୍ଧରେ ତଦନ୍ତ କରି ପରିବାରଲୋକଙ୍କୁ ଭେଟିଛନ୍ତି । ଏଥି ସହ ପୀଡିତାଙ୍କ ମା’ ମୁଖ୍ୟମନ୍ତ୍ରୀଙ୍କ ଉପରୁ ଭରସା ତୁଟାଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ନ୍ୟାୟ ଭିକ୍ଷା କରିଛନ୍ତି । ଏହା ସତ୍ୱେ ମୁଖ୍ୟମନ୍ତ୍ରୀ ଘଟଣା ସମ୍ବନ୍ଧରେ କିଛି ନକହି ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ବାରମ୍ବାର ରାଜ୍ୟରେ ନାରୀମାନଙ୍କୁ ଅପମାନିତ କରି ସେମାନଙ୍କ ଇଜ୍ଜତ ଲୁଟୁଥିବା ମୁଖ୍ୟମନ୍ତ୍ରୀ ନିଜ ସିଂହାସନ ଛାଡନ୍ତୁ ବୋଲି ବିଜେପି ଦାବୀ କରିଛି ।
ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଏହିି ପ୍ରତିବାଦକୁ ଆହୁରି ତୀବ୍ର ଏବଂ ବ୍ୟାପକ କରାଯିବ ବୋଲି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି ସୁଚନା ଦେଇ କହିଛନ୍ତି ।

Share in top social networks!
Powered By Indic IME