ଆଦିବାସୀ ମେଳା: ପରମ୍ପରା ଓ ଆଧୁନିକତାର ମହାମିଳନ

ଜନରାଜ୍ୟ ଦିବସଠାରୁ ଆରମ୍ଭ ହୋଇଥ#ବା ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୧୮ ଆଜି ୧୧
ଦିନରେ ପହଞ୍ଚ#ଛିା ମେଳା ସରି ସରି ଆସିବା ବେଳକୁ ଗ୍ରାହକଙ୍କ ଭିଡ଼ ବଢ଼ିବାରେ ଲାଗିଛିା
ମେଳା ପରିସରକୁ ଛଅଟି ବିଭାଗରେ ବିଭକ୍ତ କରାଯାଇଛିା ସେଗୁଡ଼ିକ ହେଲା: ଆଦିବାସୀ ଗ୍ରାମ,
ଆଦିବାସୀ ହାଟ, ଆଦିବାସୀ କଳାସାମଗ୍ରୀ, ସରକାରୀ ଷ୍ଟଲ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ
ପ୍ରାଙ୍ଗଣା ପ୍ରତ୍ୟେକ ବିଭାଗ ନିଜ ନିଜ ପ୍ରଦର୍ଶନ ଦ୍ୱାରା ଦର୍ଶକମାନଙ୍କୁ ବିଶେଷ ଭାବରେ ଆକୃଷ୍ଟ କରୁଛନ୍ତିା
ଆଦିବାସୀ ମେଳାରେ ନିର୍ମାଣ କରାଯାଇଥ#ବା ଆଦିବାସୀ ଗ୍ରାମରେ ପ୍ରଦର୍ଶିତ ହୋଇଥ#ବା ଜନଜାତିମାନଙ୍କର
ଜୀବନଯାପନ ଶୈଳୀ, ସାମାଜିକ ଚଳଣି, ପର୍ବପର୍ବାଣି, ପରମ୍ପରା, ଧାର୍ମିକ ଉତ୍ସବ, ପୂଜାସ୍ଥଳ, କୃଷି ପ୍ରଣାଳୀ ଆଦି
ବିଷୟସମ୍ବଳିତ ମଡେ଼ଲକୁ ଦେଖ#ବା ପାଇଁ ଦର୍ଶକମାନଙ୍କର ଭିଡ଼ ଜମିଛିା ଆଦିବାସୀ ହାଟରେ ବିଭିନ୍ନ ଜଙ୍ଗଲଜାତ
ସାମଗ୍ରୀର ବିକି୍ରବଟା ହେଉଛିା ଆଦିବାସୀ ହାଟର ୩୧ଟି ପିଣ୍ଡିରେ ଜନଜାତି ଗୋଷ୍ଠୀର ମହିଳା ଉଦ୍ୟୋଗୀମାନେ
ଝୁଣା, ହଳଦୀ, କାନ୍ଦୁଲ, ବିରି, ମୁଗ, କୋଳଥ, ମାଣ୍ଡିଆ, ସିକାକାଇ, ବାଜରା ଆଦି ବିକ୍ରିବଟା କରୁଛନ୍ତିା ଏହା
ଛଡ଼ା ଟି.ଡି.ସି.ସି., ଟ୍ରାଇଫେଡ଼୍, ମହିଳା ବିକାଶ ସମବାୟ ନିଗମ, ଓଡ଼ିଶା ବନ ଉନ୍ନୟନ ନିଗମ ଭଳି ବିଭିନ୍ନ ଅର୍ଦ୍ଧ
ସରକାରୀ ଅନୁଷ୍ଠାନ, ଆଦିବାସୀ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଓ
ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ କରୁଛନ୍ତିା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥ#ବା ବିଭିନ୍ନ ଜନକଲ୍ୟାଣ ଯୋଜନା
ସଂପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନିର୍ମାଣ କରାଯାଇଥ#ବା ଷ୍ଟଲଗୁଡ଼ିକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ
ସଂପର୍କରେ ଜାଣିବା ପାଇଁ ଦର୍ଶକମାନେ ଭିଡ଼ ଜମାଉଛନ୍ତିା
ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ ନିମନ୍ତେ ୩୭ଟି ଷ୍ଟଲ ରହିଛିା ଏହି
ଷ୍ଟଲଗୁଡ଼ିକରେ ମାଟି ଶିଳ୍ପ, କାଷ୍ଠଶିଳ୍ପ, ଧାନ୍ୟଶିଳ୍ପ, ଲୌହ ଶିଳ୍ପ ଓ ମିଶ୍ର ଧାତିରେ ନିର୍ମିତ ବିଭିନ୍ନ କଳାସାମଗ୍ରୀ,
ଫଟୋଚିତ୍ର, କାନ୍ଭାସ୍ ଉପରେ ଅଙ୍କିତ ସୁନ୍ଦର ଓ ଆକର୍ଷଣୀୟ ଚିତ୍ରଗୁଡ଼ିକ ପ୍ରତି ଦର୍ଶକମାନେ ଆକର୍ଷିତ
ହେଉଛନ୍ତିା
ଫେବୃଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଆଦିବାସୀ ମେଳାକୁ ଆସିଥ#ବା ସ୍ୱୟଂ ସହାୟକ ଗୋଷ୍ଠୀର
ସଦସ୍ୟାମାନଙ୍କୁ ଦିନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଆନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ
ପ୍ରତିଷ୍ଠାନ ତରଫରୁ “େଔାଦ୍ୟୋଗିକ ବିକାଶ’ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛିା ଏହି
ପ୍ରଶିକ୍ଷଣ ଦ୍ୱାରା ସେମାନଙ୍କର ବ୍ୟବସାୟିକ କଳାକୌଶଳ ସଂପର୍କିତ ଜ୍ଞାନର ବିକାଶ ହେବା ସହିତ ଅର୍ଥନୈତିକ
ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବା
ଆଦିବାସୀ ମେଳାରେ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮.୩୦ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ
ପରିବେଷିତ ହେଉଛିା ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୧୮ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ
ଚାଲିବା

Share in top social networks!
Powered By Indic IME