ମୁଖ୍ୟମନ୍ତ୍ରୀ ନାରୀ ଜାତିକୁ ଅପମାନିତ କରିଛନ୍ତି : ବିଜେପି

ମୁଖ୍ୟମନ୍ତ୍ରୀ ସଭାମଂଚକୁ ଅଣ୍ଡା ମାଡ ମାରି ନିଜ ପ୍ରତିବାଦ ଜଣାଇଥିବା ମହିଳାଙ୍କୁ ଜେଲ୍ ଭିତରେ ମରଣାତ୍ମକ ଆକ୍ରମଣ

 ମହିଳାଙ୍କ ସ୍ୱାସ୍ଥ୍ୟର ତଦାରଖ କରିବାପାଇଁ ଏଆଇଆଇଏମଏସ୍କୁ ସ୍ଥାନାନ୍ତରିତ କରାଯାଉ

ଗଣତନ୍ତ୍ରରେ ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ରହିଛି । କିନ୍ତୁ ଏଠି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ବିରୁଦ୍ଧରେ ପ୍ରତିବାଦ କଲେ ଓଲଟା ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ମରଣାତ୍ମକ ଆକ୍ରମଣ କରାଯାଏ । କୁନ୍ଦୁଲିରେ ଏକ ଅବହେଳିତ ଦଳିତ ନାବାଳିକା ନିଜ ନ୍ୟାୟରୁ ବଂଚିତ ହୋଇ ଆତ୍ମହତ୍ୟା କରିବା ଘଟଣା ପରେ ଏହାର ପ୍ରତିବାଦ କରିଥିବା ଏକ ନାରୀକୁ ନିର୍ଯ୍ୟାତନା ଦେଇ ଏବେ ମରଣାତ୍ମକ ଆକ୍ରମଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଗତକାଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତ୍ୃତ୍ୱରେ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିବାଦ କରି ଜେଲରେ ଥିବା ଉକ୍ତ ମହିଳା ରାଜେଶ୍ୱରୀ କାମିଲାଙ୍କୁ ଭେଟିବା ପାଇଁ ଯାଇଥିଲେ । ପ୍ରତିବାଦ କରିଥିବା ମହିଳା କାଳେ କିଛି ସୂଚନା ଦେଇଦେବେ ସେହି ଭୟରେ ପୋଲିସ ରାଜେଶ୍ୱରୀଙ୍କ ସହ ପ୍ରତିନିଧୀଦଳଙ୍କୁ ଭେଟିବାକୁ ଅନୁମତି ଦେଇ ନଥିଲା । ଶାସକ ବିଜେଡିର ଗୁଣ୍ଡା ସାଜିଥିବା ପୋଲିସ ଗିରଫ କରି କରିଥିବା ମହିଳାଙ୍କୁ ଜେଲ୍ରେ ଆକ୍ରମଣ କରିଛି । ଦୁଇ ଦିନ ତଳେ ମହିଳାଜଣକ ସଂପୂର୍ଣ୍ଣ ସୁସ୍ଥ ଥିବା ରିପୋର୍ଟ ଡାକ୍ତର ଦେଇଥିବା ସତ୍ୱେ ଆଜି ତାଙ୍କୁ ଅକ୍ସିଜେନ ଦେଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯିବା ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରିବା ନେଇ ଅନେକ ସନେ୍ଦହ ସୃଷ୍ଟି ହୋଇଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ସଭାସ୍ଥଳରେ ସଂପୂକ୍ତ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିଥିବା ପୋଲିସ ଓ ଶାସକ ବିଜେଡିର ଗୁଣ୍ଡାମାନଙ୍କୁ ସୁରକ୍ଷା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ ଏବେ ପ୍ରତିବାଦ କରିଥିବା ମହିଳାଙ୍କୁ ଜେଲରେ ଆକ୍ରମଣ କରାଯାଇଛି । ଅନ୍ୟପଟେ ରାଜେଶ୍ୱରୀଙ୍କ ୭ମାସର ଛୁଆକୁ ତାଙ୍କଠାରୁ ଅଲଗା କରି ମୁୃଖ୍ୟମନ୍ତ୍ରୀଙ୍କ ନାରୀଙ୍କୁ ସମ୍ମାନ ନୁହେଁ ବରଂ ମାତୃ ଜାତିକୁ ଅପମାନିତ କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ତଳସାରି ସଭାରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗୁହାରୀ କରିବାକୁ ଯାଇଥିବା ଏକ ମହିଳା ଉପରେ ମୁଖ୍ୟମନ୍ତ୍ରୀ, ଶାସକ ଦଳର ନେତା ଏବଂ ପୋଲିସର ଉପସ୍ଥିତିରେ ଶାସକ ବିଜେଡିର ଗୁଣ୍ଡାମାନେ ଯେପରି ଆକ୍ରମଣ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । କେବଳ ସେତିକି ନୁହେଁ ପୋଲିସ ସହ ଶାସକ ବିଜେଡିର ଗୁଣ୍ଡାମାନେ ମଧ୍ୟ ସେ ମହିଳାକୁ ନିସ୍ତୁକ ଭାବରେ ମାଡ ମାରିଥିଲେ । ପ୍ରଥମେ ଜଳେଶ୍ୱର ମେଡିକାଲକୁ ଆଣି ତାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନଆସିବା ସତ୍ୱେ ତାଙ୍କୁ ଡାକ୍ତରମାନେ ସୁସ୍ଥ ବୋଲି କହି ରିପୋର୍ଟ ଦେଇ ଜେଲକୁ ନେବା ପାଇଁ ପୋଲିସକୁ ସାହାଯ୍ୟ କରିଥିଲେ । ଆଉ ଏବେ ଜେଲ ଭିତରେ ସେ ମହିଳାଙ୍କୁ ଶାସକ ବିଜେଡିର ହାତବାରେସି ସାଜିଥିବା ପୋଲିସ ପ୍ରଶାସନ ଅକଥନୀୟ ଅତ୍ୟାଚାର ସହ ମରଣାତ୍ମକ ଆକ୍ରମଣ କରିଛି । ପୋଲିସ ଉଦେ୍ଧଶ୍ୟମୂଳକ ଭାବରେ ୩୦୭ ଦଫା ଲଗାଇ ଏବେ ଦଫା ବଦଳାଇବା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହା ଚାପରେ ୩୦୭ ଦଫା ଲାଗିଥିଲା ? ଡାକ୍ତର ଅସୁସ୍ଥ ମହିଳା ରାଜେଶ୍ୱରୀଙ୍କୁ କିପରି ସୁସ୍ଥ ହେବା ଦର୍ଶାଇ ରିପୋର୍ଟ ଦେଇଥିଲେ ? ଅନ୍ୟପଟେ ମହିଳାଙ୍କୁ ପୋଲିସ ଆକ୍ରମଣ କରିଥିବା ପୁରଷ ପୋଲିସ ଓ ଶାସକ ବିଜେଡିର ଗୁଣ୍ଡାମାନଙ୍କ ବିରୁଦ୍ଧରେ କେବେ କାର୍ଯ୍ୟନୁÂାନ ହେବ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି ।
ଗତ କାଲି ଏହି ମହିଳାଙ୍କୁ ଭେଟିବାକୁ ଯାଇଥିବା ୩ ଜଣିଆ ପ୍ରତିନିଧୀ ଦଳରେ ଉର୍ମିିଲା ମହାପାତ୍ର ଓ କୋଷାଧ୍ୟକ୍ଷ ବିଜୟାଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

Share in top social networks!
Powered By Indic IME