ମହିମା ଗାଦିରେ ବିଶାଳ ଧର୍ମସଭା

1 (2)ବର୍ତମାନ ପରିପ୍ରେକ୍ଷୀରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସେବା କ୍ଷେତ୍ରରେ ସମାଜକୁ ମାର୍ଗଦର୍ଶନ କରିବା ହେଉଛି ସାଧୁସନ୍ଥମାନଙ୍କର ଦାୟିତ୍ୱ । ନୈତିିକ ଶିକ୍ଷା ଓ ଧାର୍ମିକ ଶିକ୍ଷା ମାଧ୍ୟମରେ ବ୍ୟକ୍ତିର ଚରିତ୍ର ନିର୍ମାଣ ହୋଇଥାଏ । ଆଦର୍ଶ ବ୍ୟକ୍ତି ନିର୍ମାଣ ହେଲେ ଆଦର୍ଶ ସମାଜ ସୃଷ୍ଟି ହୋଇଥାଏ । ଆଦର୍ଶ ସମାଜ ଦ୍ୱାରା ଆଦର୍ଶ ରାଷ୍ଟ୍ର ନିର୍ମାଣ ହୋଇଥାଏ । ସମାଜରେ ସ୍ୱାସ୍ଥ୍ୟ ସଚେତନତା ଜାଗ୍ରତ କରିବା ସହିତ ବ୍ୟକ୍ତି ମନରେ ସେବା ଭାବ ସୃଷ୍ଟି କରିବା ହେଉଛି ଆଜିର ଆବଶ୍ୟକତା । ଯୁଗେ ଯୁଗେ ଦେଖାଦେଇଛି ଯେତେବଳେ ସମାଜ,ରାଷ୍ଟ୍ର, ଧର୍ମ ଓ ସଂସ୍କୃତି ଉପରେ ବିପତି ମାଡି ଆସିଛି ସେତେବେଳେ ସାଧୁସନ୍ଥମାନେ ନିରବ ଦ୍ରଷ୍ଟା ନହୋଇ ସମାଜରେ ଜାଗରଣ ସୃଷ୍ଟି କରିଛନ୍ତି । ବର୍ତମାନ ମଧ୍ୟ ସେହି ସମୟ ଉପନୀତ । ସମାଜରେ କେହି ଭୋକିଲା ନରହୁ, ୍ଅଶିକ୍ଷିତ ନରହୁ ସେଥିପାଇଁ ସାଧୁସନ୍ଥମାନେ ସମାଜରେ ଜାଗରଣ ସୃଷ୍ଟି କରନ୍ତୁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଡ. କୃଷ୍ଣ ଗୋପାଳ ଆଜି ଯୋରନ୍ଦା ଠାରେ ଅନୁÂିତ ଧର୍ମ ସଭାରେ ଏହା ପ୍ରକାଶ କରିଛନ୍ତି ।
ମୋ ଜୀବନ ପଛେ ନର୍କେ ପଡି ଥାଉ ଜଗତ ଉଦ୍ଧାର ହେଉ,ମହିମା ଧର୍ମର ଏହି ବାଣୀ ଯାହାକି ବିଶ୍ୱ କଲ୍ୟାଣ ପାଇଁ ଜଗତକୁ ବାର୍ତା ଦେଇଛି ବୋଲି ଡ. କୃଷ୍ଣ ଗୋପାଳ ପ୍ରକାଶ କରିଥିଲେ । ଏହି ବିଶାଳ ଧର୍ମସଭାରେ ବକଳ ସମାଜର ଅଧ୍ୟକ୍ଷ ପୂଜ୍ୟ ପବିତ୍ର ବାବା, ସଂପାଦକ ନିତ୍ୟାନନ୍ଦ ଦାଶ(ପାଗଳାବାବା), ଉପସଭାପତି ମନ୍ଦରଧର ବାବା, ଛତିଶଗଡର ନଗେନ୍ଦ୍ର ବାବା, କୌପିନୀ ସମାଜର ଅଧ୍ୟକ୍ଷ ପୂଜ୍ୟ ରଘୁବାବା, କ୍ଷୀଣୁ ମହାରାଜ, ବିଶ୍ୱନାଥ ବାବା,ନିଳାମ୍ବରବାବା,ସୁବ୍ରତବାବା,ନଟବରବାବା ପ୍ରମୁଖ ଉପସ୍ଥିତି ରହି ବ୍ରହ୍ମ ବିଭୂତି ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁନୀଲପଦ ଗୋସ୍ୱାମୀ, କ୍ଷେତ୍ର ପ୍ରଚାରକ ଶ୍ରୀ ପ୍ରଦୀପ ଯୋଶୀ, ଗୋସେବା ବିଭାଗର ଅଖିଳ ଭାରତୀୟ ସହ-ସଂଯୋଜକ ଶ୍ରୀ ଅଜିତ ପ୍ରସାଦ ମହାପାତ୍ର, ଧର୍ମଜାଗରଣ ସମନ୍ୱୟ ବିଭାଗର ଅଖିଳ ଭାରତୀୟ ପ୍ରମୁଖ ଶ୍ରୀ ରାଜେନ୍ଦ୍ର ଜୀ,ସଂଘର ପୂର୍ବପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସମବେତ ଭକ୍ତଙ୍କୁ ମହିମା ସମାଜର ମହାନ ବାଣୀ,ସେବା ସଂପର୍କରେ ପ୍ରକାଶ କରିଥିଲେ ।
ଧର୍ମଜାଗରଣ ସମନ୍ୱୟ ବିଭାଗର କ୍ଷେତ୍ର ପ୍ରମୁଖ ବିନୟ କୁମାର ଭୂୟାଁଙ୍କ ସଂଯୋଜନାରେ ଅନୁÂିତ ଏହି ବିଶାଳ ଧର୍ମସଭାକୁ ସଂଗଠନର ଓଡିଶା ପୂର୍ବ ପ୍ରମୁଖ ଶ୍ରୀ ଆଲୋକ ଖଟୁଆ, ସଂଘର ପୂର୍ବପ୍ରାନ୍ତ ସେବା ପ୍ରମୁଖ କୈଳାସ ସାହୁ, ବିଶ୍ୱ ହିନ୍ଦୁ ପରିଷଦର ଶ୍ରୀ ହରିଶ ପ୍ରଧାନ, ଅଜୟ ଦାଶ,ବିଜୟ ଦାଶ,ଅମ୍ବିକା ପ୍ରସାଦ ମିଶ୍ର, ସବିତା ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମହିମା ପୀଠରେ ମାଘମାଳ ଉପଲକ୍ଷେ ଚାରିଦିନ ଧରି ଶହଶହ ସାଧୁସନ୍ଥ ଓ ହଜାର ହଜାର ଭକ୍ତ ଏକାଠି ହୋଇଥିଲେ । ଏଠାରେ ଧର୍ମଜାଗରଣ ସମନ୍ୱୟ ବିଭାଗର ତରଫରୁ ସ୍ୱଚ୍ଛତା, ଜଳବଂଟନ, ମାଗାଣା ଚିକିତ୍ସା ଓ ଔଷଧ ବିତରଣ, ସୂଚନା କେନ୍ଦ୍ର ଆଦି ବ୍ୟାପକ ସେବା କାର୍ଯ୍ୟ ଅନୁÂିତ ହୋଇ ଯାଇଛି । ହଜାର ହଜାର ଭକ୍ତଙ୍କୁ ଏହି ସେବା ଯୋଗାଇ ଦିଆଯାଇଥିଲା । ବିଶ୍ୱହିନ୍ଦୁ ପରିଷଦ ତରଫରୁ ମହିମା ସମାଜର ୪୨ ମଠକୁ ବିଭିନ୍ନ ଫଳ ପସରା ମାନ ପଠା ଯାଇଥିଲା ।

Share in top social networks!
Powered By Indic IME