ଖଣି ଲିଜ୍ଧାରୀମାନେ ୨୦୨୦ ଲିଜ୍ ସମୟସୀମାକୁ ନେଇ ଚିନ୍ତିତ -ଲୋଡ଼ିଲେ ସରକାରଙ୍କ ସହାୟତା

IMG_20180202_105448 ଆସନ୍ତା ୨୦୨୦ରେ ରାଜ୍ୟର କେତେକ ଖଣିର ଲିଜ୍ ଅବଧି ଶେଷ ହୋଇଯିବ । ଏହାକୁ ନେଇ ଖଣି ଲିଜ୍ଧାରୀମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି । ବିଶେଷ କରି ଇସ୍ପାତ କଂପାନିଗୁଡ଼ିକ ଏହାକୁ ନେଇ ଅଧିକ ଚିନ୍ତା ପ୍ରକଟ କରିଛନ୍ତି । ଖଣି ଲିଜ୍ ଅବଧି ବଢ଼ାଇବା କିମ୍ବା ନିଲାମକୁ ନେଇ ଯଦି ଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରାନଯିବ ତେବେ ଇସ୍ପାତ କଂପାନିଗୁଡ଼ିକ ଉକ୍ରଟ କଂଚାମାଲ୍ ସମସ୍ୟା ସାମ୍ନା କରିବେ ବୋଲି ସେମାନେ କହିଛନ୍ତି ।
ଫିକି ପକ୍ଷରୁ ଓଡ଼ିଶାରେ ଖଣିର ଦୃଶ୍ୟପଟ୍ଟକୁ ନେଇ ଆୟୋଜନ କରାଯାଇଥିବା ରାଉଣ୍ଡ୍ଟେବୁଲ୍୍ରେ ଯୋଗ ଦେଇ ବିଭିନ୍ନ ଇସ୍ପାତ କମ୍ପାନୀନିଗୁଡ଼ିକର ପ୍ରତିନିଧିମାନେ ଖଣି ଲିଜ୍ ଶେଷ ହେବାକୁ ଥିବା ସମୟସୀମାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏ କ୍ଷେତ୍ରରେ ସହାୟତା ଯୋଗାଇ ଦେବାକୁ ସେମାନେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ଅତୀତରେ ସୁପ୍ରିମକୋର୍ଟ ଦେଇଥିବା ରାୟ ମୁତାବକ କେତେକ ଖଣିର ଲିଜ୍ ଅବଧି ୨୦୨୦ରେ ଶେଷ ହେବାକୁ ଯାଉଛି । ସେହି ଖଣିଗୁଡ଼ିକରେ ପୁଣି ଉପôାଦନ ଆରମ୍ଭ କରିବାକୁ ହେଲେ ସେଗୁଡ଼ିକୁ ପୁଣି ଥରେ ନିଲାମ କରିବାକୁ ହେବ । ଲିଜ୍ ଅବଧି ଶେଷ ହେବା ଏବଂ ନୂଆ ଖଣି ଲିଜ୍ ମିଳିବା ଯେଭଳି ସହଜରେ ହୋଇପାରିବ ସେ ଦିଗରେ ସହଯୋଗ ପ୍ରଦାନ କରିବା ପାଇଁ କଂପାନିଗୁଡ଼ିକ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।
ଏହି ଅବସରରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ, ଶ୍ରୀ ଯୁକ୍ତ ମନିଷ ଖରବନ୍ଦା କହିଛନ୍ତି ଯେ, “୨୦୨୦ ସୀମା ଶୀଘ୍ର ମାଡ଼ି ଆସୁଛି । ଖଣି ଲିଜ୍କୁ ନେଇ ଯାହା କିଛି ନିଷ୍ପତି ଚଳିତ ବର୍ଷର ଶେଷ ତ୍ରୈମାସିକ ସୁଦ୍ଧା ନେବାକୁ ହେବ । ଏଥିରେ କୌଣସି ପ୍ରକାର ବିଳମ୍ବ ହେଲେ ଇସ୍ପାତ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହେବ । ଜି୨ ସ୍ତରର ଡ୍ରିଲିଂ କମ୍ ହୋଇଗଲାଣି ବୋଲି ସେ କହିଛନ୍ତି । ଖଣି ସମ୍ପର୍କିତ ସମସ୍ୟାଗୁଡ଼ିକ ବିଷୟରେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଆଲୋଚନା କରି କିଛି ସମାଧାନ ବାଟ ବାହାର କରିବାକୁ ସେ ଅନୁରୋଧ କରିଛନ୍ତି ।
ଇମ୍ଫାର ବରିÂ ଉପସଭାପତି ଏବଂ ଫିକି ଓଡ଼ିଶା ପରିଷଦର ଖଣି ପ୍ୟାନେଲ୍ ଚେୟାର ସଂଜୀବ ଦାସ ମଧ୍ୟ ରାଜ୍ୟରେ ଇସ୍ପାତ ଓ ଖଣିଜ କମ୍ପାନୀଗୁଡ଼ିକ କିଭଳି ସମସ୍ୟା ସାମ୍ନା କରୁଛନ୍ତି ସେ ଉପରେ ଆଲୋଚନା କରିଛନ୍ତି । ନ୍ୟାୟାଳୟ ନିଷ୍ପତି ଯୋଗୁଁ ସୃଷ୍ଟି ହୋଇଥିବା ଅସୁବିଧାଗୁଡ଼ିକ ଉପରେ ମଧ୍ୟ ସେ ଆଲୋଚନା କରିଛନ୍ତି । ଏହି ସମସ୍ୟା କିଭଳି ଦୂର ହୋଇପାରିବ ସେ ଦିଗରେ ସହାୟତା ପ୍ରଦାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବ ଆର୍ କେ ଶର୍ମା କହିଛନ୍ତି ଯେ, “ରାଜ୍ୟରେ କିଛି ଖଣି ବନ୍ଦ ହୋଇଗଲେ ଇସ୍ପାତ କଂପାନିଗୁଡ଼ିକ ବିଶେଷ ଭାଭେ ପ୍ରଭାବିତ ହେବ ନାହିଁ । କାରଣ ଅତୀତରେ ନ୍ୟାୟାଳୟଙ୍କ ରାୟ ଯୋଗୁଁ ବହୁତ ପରିମାଣର ଖଣି ବନ୍ଦ ହୋଇଥିଲା ଏବଂ ସେଥିପାଇଁ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ତାହାକୁ କଂପାନିଗୁଡ଼ିକ ଦୂର କରିପାରିଥିଲେ । ଖଣି କାର୍ଯ୍ୟକୁ ନେଇ ଯେଉଁ ସବୁ ନିୟମ କାନୁନ ରହିଛି ତାହାକୁ ପାଳନ କରିବାକୁ ସେ କମ୍ପାନୀଗୁଡ଼ିକୁ କହିଛନ୍ତି । ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି ସେଥିରେ ହସ୍ତକ୍ଷେପ କରିବାର କ୍ଷମତା ସରକାରଙ୍କର ନାହିଁ । ତେଣୁ ଯେଉଁ ଲିଜଧାରୀମାନେ ନ୍ୟାୟାଳୟରୁ ନିସ୍ତାର ପାଇବାକୁ ଚାହୁଁଛନ୍ତି ସେମାନେ କୁ୍ୟରେଟିଭ୍ ପିଟିସନ୍ ଦାଖଲ କରିପାରିବେ ବୋଲି ସେ କହିଛନ୍ତି । ଖଣି କେନ୍ଦ୍ର ସରକାରଙ୍କ ବ୍ୟାପାର ହୋଇଥିବାରୁ ରାଜ୍ୟ ସରକାରଙ୍କ ପାଖରେ ବହୁତ କିଛି କରିବାର ସୁଯୋଗ ନାହିଁ । ତେଣୁ ଉପଯୁକ୍ତ ମଂଚରେ ନିଜର ସମସ୍ୟା ବିଷୟରେ ଜଣାଇବାକୁ ସେ କମ୍ପାନୀ ପ୍ରତିନିଧିମାନଙ୍କୁ କହିଛନ୍ତି ।
ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ହେଉଛନ୍ତି ମିଡଇଷ୍ଟ ଇଟେଂଗ୍ରେଟେଡ୍ ଷ୍ଟିଲ୍ ଲିମିଟେଡ୍ର ସଭାପତି ସଂଜୀବ ନନ୍ଦୱାନି, ଜେଏସ୍ଡବ୍ଲୁ୍ୟ ଲିମିଟେଡ୍ର ଶଙ୍କର ପ୍ରତାପ ସିଂହ, ଟାଟା ଷ୍ଟିଲ୍ ସିଆର୍ଇର ମଣିକାନ୍ତ ନାୟକ ଏବଂ ଏଜ୍ମାର ସଭାପତି ପ୍ରବୋଧ ମହାନ୍ତି ।

Share in top social networks!
Powered By Indic IME