ବିଜେପୁର ଉପ-ନିର୍ବାଚନ ପ୍ରସଙ୍ଗରେ; ହଜାର ହଜାର ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଭରିଲେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ

Ashok Panigrahi Non (1) ଦୀର୍ଘ ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁରକ୍ଷିତ,ଅବହେଳିତ , ଅପମାନିତ ଶାସନ ବିରୁଦ୍ଧରେ ବିଜେପି ପ୍ରତିବାଦର ଲଢେଇ ଲଢିବ । ବିଜେପୁରବାସୀ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲଜ୍ଜିତ ହୋଇଛନ୍ତି । ବିଜେପୁର ଉପ ନିର୍ବାଚନ ପୂର୍ବରୁ ସ୍ୱଭାବ କବି ଗଂଗାଧର ମେହେରଙ୍କ ନାମରେ ୧୨୫୦ କୋଟି ଅର୍ଥ ମଂଜୁର କରି ଅର୍ଥ ନଦେବା ମୁଖ୍ୟମନ୍ତ୍ରୀଙ୍କ ଅପାରଗତାକୁ ପ୍ରମାଣ କରୁଛି । ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ,ସର୍ବନିମ୍ନ ସହାୟକ ମୂଲ୍ୟଭାବେ ଧାନ କ୍ୱିଂଟାଲ ପ୍ରତି ୧୦୦ଟଙ୍କାର ବୋନସ ଘୋଷଣା କରିବା, ୩୫୦୦୦ ହଜାର କୋଟି ଟଙ୍କା ବିନିଯେଗରେ ସେଚ ପ୍ରକଳ୍ପର ମିଥ୍ୟା ଘୋଷଣା ଆଜି ମଧ୍ୟ ଅଂଚଳବାସୀଙ୍କ ମନ ଭିତରେ ଲିପିବଦ୍ଧ ହୋଇ ରହିଛି । କେବଳ ଶସ୍ତା ରାଜନୀତି କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପରେ ଶୁଭ ଦେଇ କୈାଣସି କାମ ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଅନ୍ୟପଟେ ଉପନିର୍ବାଚନରେ ହାରିଯିବା ଭୟରେ ଶାସକ ବିଜେଡିର ମନ୍ତ୍ରୀ ଗୁଣ୍ଡା ଲଗାଇ ବିଜେପି କାର୍ଯ୍ୟକର୍ତାଙ୍କ ଘରକୁ ଗୁଳିମାଡ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବାକୁ ଲାଗିଛନ୍ତି । ବିଜେପୁର ଉପ ନିର୍ବାଚନରେ ହାରିଯିବାର ଭୟ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି । ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ମହିଳାମାନଙ୍କୁ ଅପମାନ ଦେଇ ତାଙ୍କ ଇଜ୍ଜତ ଲୁଟୁଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ନନେଇ ତାଙ୍କୁୁ ସୁରକ୍ଷା ଦେଉଛନ୍ତି । ଏହାର ବିରୁଦ୍ଧରେ ବିଜେପି ଆର ପାର କି ଲଢେଇ ଲଢିବା ସହ ବିଜେପୁର ବ୍ୟାଟେଲରେ ବିଜୟୀ ହେବାର ସଂକଳ୍ପ ନେଇଛି ।
ଆଜି ବିଜେପୁର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ଅଶୋକ ପାଣିଗ୍ରାହୀ ନିଜର ହଜାର ହଜାର ସର୍ମଥକଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ପଦ୍ମପୁରରେ ମୋଦୀଙ୍କ ବିକାଶର ନାରା ଦେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ୩ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଅଛି ଏବଂ ବିଜେପୁରରୁ ବିଜେପିର ବିଜୟୀ ବିଗୁଲ ବାଜିବ । ଏଥି ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହଙ୍କ ୧୨୦+ ମିଶନର ଶୁଭାରମ୍ଭ ହେବ । ସାରା ଭାରତବାସୀ ମୋଦୀଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାରେ ଆସ୍ଥା ପ୍ରକଟ କରିଥିବା ସମୟରେ ବିଜେପୁରବାସୀ ବିଜେପିକୁ ସମର୍ଥନ ଦେବେ ବୋଲି ନିଷ୍ପତି କରିଛନ୍ତି । ଗତ ୩ଟି ନିର୍ବାଚନରେ ବିଜେପୁରବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ଶାସକ ବିଜେଡି ଏଥର ମଧ୍ୟ ବିଜେପୁରବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବେ ।
ଏହି ଶୋଭଯାତ୍ରାରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ଶ୍ରୀ ସୁରେଶ ପୂଜାରୀ , ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ,ବିଧାୟକ ପ୍ରଦୀପ ପୁରୋହିତ ଓ ଗୋବିନ୍ଦ ଦାସ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ଉପସଭାପତି ଅଶ୍ୱିନୀ ଷଡଙ୍ଗୀ,ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ପ୍ରବକ୍ତା ଗୋଲକ ମାହାପାତ୍ର, ଜିଲ୍ଲା ସଭାପତି ଡ.ଅରୁପାନନ୍ଦ ସାହୁ,ଅଭିନେତା ତଥା ନେତା ମିହିର ଦାସ, ହରିହର ମହାପାତ୍ର,ଅନୁ ଚୌଧୁରୀ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ସମେତ ହଜାର ହଜାର ସମର୍ଥକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME