ହିମାଚଳର ଲୋକନୃତ୍ୟ “ସ୍ପିଟିଆନ୍’ରେ ମାନବୀୟ ପ୍ରୀତିର ଝଲକ

ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ-୨୦୧୮ର ଶେଷ ସନ୍ଧ୍ୟାରେ ଓଡ଼ିଶା ସମେତ ଗୁଜୁରାଟ,
ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ସିକିମ୍, ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶର ନୃତ୍ୟଶିଳ୍ପୀମାନଙ୍କର
ନୃତ୍ୟକଳା ଓ ନୃତ୍ୟ ପ୍ରତିଭାର ଚମତ୍କାରିତାରେ କଳାପ୍ରେମୀ ଦର୍ଶକମାନେ ଉଲ୍ଲସିତ ହୋଇଥ#ଲୋ
ହରିୟାଲି ଅମାବାସ୍ୟା ସମୟରେ ଛତିଶଗଡ଼ର ମୁରିଆ ଜନଜାତିମାନେ ପ୍ରଦର୍ଶନ କରୁଥ#ବା ଗେଡ଼ି
ବା “ଦିତୋଙ୍ଗା ଏନ୍ଦେନା’ ନୃତ୍ୟର ପରିବେଷଣ ଶୈଳୀ ଚିତ୍ତାକର୍ଷକ ହୋଇଥ#ଲାା ହିମାଚଳ ପ୍ରଦେଶର
ବୋଧ ଜନଜାତିମାନଙ୍କର ସ୍ପିଟିଆନ୍ ଲୋକନୃତ୍ୟରେ ଜନଜାତି ଲୋକକଳାର ସ୍ୱରୂପ ପ୍ରକଟିତ ହେବା ସହିତ
ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ସହ ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନର ସୁମଧୁର ସଂଗୀତ ଶୁଣିବାକୁ ମିଳିଥ#ଲାା
ଆନ୍ଧ୍ରପ୍ରେଦଶର କୋୟା ଜନଜାତିମାନେ “କୋମୁ କୋୟା’ ନୃତ୍ୟ ମାଧ୍ୟମରେ ସାମାଜିକ
କୁସଂସ୍କାରଗୁଡ଼ିକୁ ଦୂର କରି ଲୋକସଚେତନତାର ବାର୍ତ୍ତା ପ୍ରଦାନ କରିଥ#ଲୋ ମହାରାଷ୍ଟ୍ରର ମହାଦେବ
ପର୍ବତରେ ବାସ କରୁଥ#ବା “ମହାଦେବ କୋଲି’ ଜନଜାତିମାନେ ପାରମ୍ପରିକ ବେଶପୋଷାକରେ ସୁସଜ୍ଜିତ
ହୋଇ ଝାଞ୍ଜ ପରି ଶବ୍ଦ ଉତ୍ପନ୍ନ କରୁଥ#ବା କାଠ ତିଆରି ବାଦ୍ୟଯନ୍ତ୍ର “ଲେଜିମ୍’ ସହ ବୃତ୍ତାକାରରେ ଘୂରି ଘୂରି
ଦର୍ଶକମାନଙ୍କୁ ଆକୃଷ୍ଟ କରିଥ#ଲୋ
ଓଡ଼ିଶାର ଧୁରୁଆ ଜନଜାତିମାନଙ୍କ ଦ୍ୱାରା ପରିବେଷିତ ବିର୍ଲୀ ନୃତ୍ୟ ମଧ୍ୟ ଆକର୍ଷଣୀୟ
ହୋଇଥ#ଲାା ଧୁରୁଆ କିଶୋରକିଶୋରୀମାନେ ଡ୍ରମ୍, ବଂଶୀ ଓ ତୂରୀ ବାଦ୍ୟର ତାଳେ ତାଳେ ବିର୍ଲୀ ବା
ବାଉଁଶ କାଠି ଧରି ନୃତ୍ୟ କରିଥ#ଲୋ କାଠିରେ କାଠି ବାଡେ଼ଇ ଅତି ଦ୍ରୁତ ଗତିରେ ଘୁରିବାର କଳା ଓ
କୌଶଳ ଦେଖ# ଦର୍ଶକମାନେ ଅଭିଭୂତ ହୋଇଥ#ଲୋ
ଗୁଜୁରାଟର ରାଠ୍ଓ୍ୱା ଜନଜାତିମାନଙ୍କ ଦ୍ୱାରା ପ୍ରଦର୍ଶିତ “ରାଠ୍ଓ୍ୱାନୀ ଘେର’ ନୃତ୍ୟରେ ପୁରୁଷ, ମହିଳା
ଓ କିଶୋରକିଶୋରୀମାନେ ସୁନ୍ଦର ଭାବରେ ସଜେଇ ହୋଇ ବାଦ୍ୟର ତାଳେ ତାଳେ ଘୂରି ଘୂରି ପରସ୍ପରକୁ
ଅବିର ବୋଳିବାର ଦୃଶ୍ୟ ଭିତରେ ମାନବୀୟ ପ୍ରୀତିର ଫଲ୍ଗୁ ପ୍ରବାହିତ ହୋଇଥ#ଲାା ସିକିମ୍ର ଭୂତିଆ
ଜନଜାତିମାନଙ୍କ ଦ୍ୱାରା ପ୍ରଦର୍ଶିତ “ଡେଙ୍ଗଜୋଙ୍ଗ୍’ ନୃତ୍ୟ ଓ ଝାଡ଼ଖଣ୍ଡର ଓରାଓଁମାନଙ୍କର “କରମ୍ ଭର୍ନି’
ନୃତ୍ୟ ପରିବେଷଣ ଶୈଳୀକୁ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଥ#ଲୋ ଗାଁ ମଝିରେ କରମ ଗଛର ଡାଳ
ପୋତି ଓରାଓଁମାନେ ଭାଦ୍ରପୂର୍ଣ୍ଣମୀରେ ଏହି ପର୍ବ ପାଳନ କରନ୍ତିା ନାଗରା, କରତାଳ ଓ ଝୁମୁକା ବାଦ୍ୟର
ଝୁମ୍, ଝମ୍ ଶବ୍ଦ ଭିତରେ “କରମ୍ ଭର୍ନି’ ନୃତ୍ୟ ଚମତ୍କାର ଶୈଳୀରେ ପରିବେଷିତ ହୋଇଥାଏା
ଆଦିବାସୀ ମେଳା-୨୦୧୮ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା
ଡକଫର ଜ୍ୟୋତ

Share in top social networks!
Powered By Indic IME