ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା; ଅର୍ଥ ମନ୍ତ୍ରୀ ବିତରଣ କଲେ “ଏ ଏନ୍’ ସିରିଜ୍ର ପୁରସ୍କାର

ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗ, ସ୍ୱଳ୍ପ ସଂଚୟ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ
ସଞ୍ଚୟ ପ୍ରୋତ୍ସାହନ ଯୋଜନା “ଏ ଏନ୍’ ସିରିଜର ପୁରସ୍କାର ବିତରଣ ଉତ୍ସବ ଆଜି ଅନୁଷ୍ଠିତ
ହୋଇଯାଇଛିା ରାଜ୍ୟ ସଚିବାଳୟସ୍ଥିତ ଅର୍ଥମନ୍ତ୍ରୀଙ୍କର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ତଥା
ନିରାଡ଼ମ୍ବର ଉତ୍ସବରେ ଅର୍ଥମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ଏହି ଯୋଜନାର ପ୍ରଥମ, ଦ୍ୱିତୀୟ, ତୃତୀୟ ଓ
ଚତୁର୍ଥ ପୁରସ୍କାର ବିଜୟୀମାନଙ୍କୁ ସେମାନଙ୍କର ପୁରସ୍କାର ରାଶି ପ୍ରଦାନ କରିଥ#ଲୋ
ବ୍ରହ୍ମପୁରର ଶ୍ରୀମତୀ ସାରଦା କୁମାରୀ ସାହୁ ଓ ସୁଜ୍ଞାନୀ ସାହୁ ଯୁଗ୍ମ ଭାବେ ପ୍ରଥମ ପୁରସ୍କାର,
ଟାଙ୍ଗି(ଖୋର୍ଦ୍ଧା)ର ଶ୍ରୀ ସନ୍ତୋଷ କୁମାର ସାହୁ ଦ୍ୱିତୀୟ, ମଙ୍ଗରାଜପୁର(ଭଦ୍ରକ)ର ଶ୍ରୀ ସୁଶାନ୍ତ କୁମାର
ଗୁଇଁ ଓ ଶ୍ରୀମତୀ ସୋନାଲି ଦେ ଯୁଗ୍ମ ଭାବେ ତୃତୀୟ ପୁରସ୍କାର ଗ୍ରହଣ କରିଥ#ଲାବେଳେ ଚତୁର୍ଥ
ପୁରସ୍କାର ଯଥାକ୍ରମେ ସରସଦା(ଭଦ୍ରକ)ର ଶ୍ରୀ ମାନସ ରଞ୍ଜନ ଦାଶ ଓ ପୁରୁଣାକଟକ(ବୌଦ୍ଧ)ର ଶ୍ରୀ
ପ୍ରାଣନାଥ ବେହେରା ଗ୍ରହଣ କରିଥ#ଲୋ
ଏହି ଯୋଜନାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଦୁଇଟି ଚତୁର୍ଥ ପୁରସ୍କାରର ରାଶି ଯଥାକ୍ରମେ ୫
ଲକ୍ଷ, ୩ ଲକ୍ଷ, ୧ ଲକ୍ଷ ଏବଂ ୫୦ ହଜାର ଟଙ୍କାର ବ୍ୟବସ୍ଥା ରହିଛିା ଆୟକର ନିୟମ ଅନୁସାରେ
ପୁରସ୍କାର ରାଶିର ୩୦ ପ୍ରତିଶତ ଅର୍ଥ ଆୟକର ବାବଦକୁ କାଟି ବଳକା ରାଶି ପୁରସ୍କାର ବିଜୟୀମାନଙ୍କୁ
ପ୍ରଦାନ କରାଯାଇଥ#ଲାା
ଏହି ଅବସରରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସ୍ୱଳ୍ପ ସଞ୍ଚୟ ଆନ୍ଦୋଳନରେ ସମାଜର ପ୍ରତ୍ୟେକ ବର୍ଗ
ନିଜକୁ ସାମିଲ କରି ସୁରକ୍ଷିତ ଏବଂ ସରଳ ଉପାୟରେ ବ୍ୟକ୍ତିଗତ ଆଥ#ର୍କ ପରିଚାଳନା ଦ୍ୱାରା ନିଜର
ଆଥ#ର୍କ ସ୍ଥିତି ସୁଦୃଢ କରିବା ପାଇଁ ଆହ୍ୱାନ କରିଥ#ଲୋ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅର୍ଥ ବିଭାଗ
ପ୍ରମୁଖ ଶାସନ ସଚିବ ଶ୍ରୀ ତୁହିନ୍କାନ୍ତ ପାଣ୍ଡେ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଚଣ୍ଡିକା ପ୍ରସାଦ ମହାନ୍ତି,
ଅତିରିକ୍ତ ଶାସନ ସଚିବ ଶ୍ରୀ ନିଧ#କୁମାର ରାଉତରାୟ, ଶ୍ରୀ ପ୍ରଦୀପ୍ତ କୁମାର ନନ୍ଦ, ଶ୍ରୀ ଶରତ କୁମାର
ବେହେରା ଓ ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ଉପସ୍ଥିତ ଥ#ଲୋ ଉଲ୍ଲେଖଯୋଗ୍ୟ ଯେ
ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହି ଓ ମିତବ୍ୟୟିତା ଅବଲମ୍ବନ କରି ଜନସାଧାରଣଙ୍କ ମଧ୍ୟରେ ସଞ୍ଚୟ
ମନୋବୃତ୍ତି ଜାଗ୍ରତ କରିବା କାରଣରୁ ଏହି ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ରାଜ୍ୟରେ ବିଶେଷ ଆଦୃତି
ଅର୍ଜନ କରିଛିା

Share in top social networks!
Powered By Indic IME