କେନ୍ଦ୍ରୀୟ ବଜେଟ ଉପରେ ଶ୍ରୀ ଖାରବେଳ ସ୍ୱାଇଁଙ୍କ ପ୍ରତିକ୍ରିୟା-

Utkal bharat Budget reaction & 8th Aniversary-Photoଆଜି ଉକôଳ ଭାରତର ଦଳୀୟ କାର୍ଯ୍ୟାଳୟରେ ଦଳର ୮ତମ ପ୍ରତିÂାଦିବସ ପାଳନ କରାଯାଇଥିଲା । ଦଳର ରାଜ୍ୟ ବରିÂ ଉପସଭାପତିି,ଲୋକନାଥ ଷଢ଼ଙ୍ଗୀ ଦଳୀୟ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନନ କରିଥିଲେ । ଦଳୀୟ କାର୍ଯ୍ୟାଳୟରେ ଅନୁÂିତ ସଭାରେ ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କେନ୍ଦ୍ରୀୟ ବଜେଟ ଉପରେ ନିଜ ପ୍ରତିକ୍ରିୟା ରଖିଥିଲେ । ବଜେଟ ସମ୍ପର୍କରେ ସେ କହିଥିଲେ ଯେ, ଏହା ହେଉଛି ଏକ ସଫଳ ୨୦୧୮ ବଜେଟ । ଉଲ୍ଲେଖେଯାଗ୍ୟ ଯେ, ୨୦୧୮ ବଜେଟରେ ଏନ.ଡିଏ.ସରକାର ଲୋଭର ବଶବର୍ତ୍ତୀ ହୋଇ ଶସ୍ତା ଓ ମାଗଣା ବିଭିନ୍ନ ପଦର୍ଥ ନବାଣ୍ଟିବା ଓ ଅର୍ଥନୀତିର ମୂଳ ଭିତ୍ତିକୁ ଦୃଢ଼କରିବା ପାଇଁ ଚେଷ୍ଟା କରୁଥିବାରୁ ୨୦୧୮ ବଜେଟଟିକୁ ଏକ ସଫଳ ବଜେଟ ବୋଲି କୁହାଯାଇପାରିବ । ସ୍ୱାସ୍ଥ୍ୟ ସେବା ଯୋଗାଇବା ସମସ୍ତଙ୍କୁ ପକ୍କା ଓ ବିଦ୍ୟୁତ, ଶୌଚ୍ଚାଳୟ ଯୋଗାଇବା ଦେଶର ବାସ୍ତବ ଦିରିଦ୍ର୍ୟଦୂରୀକରଣ ପାଇଁ ପ୍ରଚେଷ୍ଟା ଅଟେ । ମାଗଣା ଓ ଶସ୍ତାରେ ଚାଉଳ, କମ୍ବଳ ବାଣ୍ଟିବା ପରି କଥା ଏହା ନୁହେଁ । ମେକ୍ ଇନ୍ ଇଣ୍ଡିଆ ଭାରତରେ ଏତେଟା ସଫଳ ନହେବାର କାରଣ ହେଲା ଭାରତରେ ବ୍ୟବସାୟ କରିବାର ବାତାବରଣ ଅତି ଜଟିଳ । କୃଷକମାନଙ୍କୁି ତାଙ୍କ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ନମିଳିବାର କାରଣ ହେଲା ଚାଷୀ ଓ ଖାଉଟି ମଧ୍ୟରେ ଅନେକ ଦଲାଲ ଥାଇ ସେମାନେ ସବୁ ଲାଭ ହାତେଇନେଉଛନ୍ତି । ଭାରତ ସରକାର ଅଧିକ ବିଦେଶୀ ପୁଞ୍ଜି ଆକର୍ଷିତ କରନ୍ତୁ ଓ ସୁଶାସନ ଦିଅନ୍ତୁ ଯାହାଫଳରେ ଭାରତର ଦାରିଦ୍ର୍ୟ ହଟିବ ଓ ଅଧିକ କର୍ମନିଯୁକ୍ତି ମିଳିବ ।
ଶ୍ରୀ ସ୍ୱାଇଁ ବକ୍ତବ୍ୟରେ କହିଛନ୍ତି ଯେ, ରାଜ୍ୟରେ ସାମାଜିକ ସୁରକ୍ଷା, ଆଇନ ଶୃଙ୍ଖଳା ବ୍ୟାହତ କରୁଥିବା ଦୁର୍ଦ୍ଧାନ୍ତ ଅପରାଧୀ-ହତ୍ୟାକାରୀଙ୍କ ସହ କିପରି ତିନୋଟି ପ୍ରମୁଖଦଳର ନେତା, ବିଧାୟକ ଆଉ ମନ୍ତ୍ରୀମାନଙ୍କର ମଧୁର ସମ୍ପର୍କ ରହିଛି ତାହା ସମସ୍ତଙ୍କୁ ସୂଚାଇଥିଲେ । ସେହି ନେତାମାନଙ୍କ ଆଚରଣ, ଉଚ୍ଚାରଣ ଓ କାର୍ଯ୍ୟକଳାପରେ ରହୁଥିବା ଜନବିରୋଧୀ ମାନସିକତା ଏବଂ ତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ବେଧଡକ ଅପରାଧ ସଂଗଠିତ କରୁଥିବାରୁ ଶ୍ରୀ ସ୍ୱାଇଁ ତାହା ତୀବ୍ର ନିନ୍ଦା କରିଥିଲେ । ଦଳର କର୍ମୀମାନଙ୍କୁ ଉସôାହିତ କରିବା ସହ ଆଗାମୀ ୨୦୧୯ରେ ସରକାର ଗଠନ କରିବା ପାଇଁ ଜୋରଦାର ଉଦ୍ୟମ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଦଳୀୟ କର୍ମକର୍ତ୍ତାଙ୍କୁ କଠିନ ପରିଶ୍ରମ କରି ଦଳର ସଂଗଠନକୁ ତୃଣମୂଳ ସ୍ତରରେ ବଳିÂ କରିବାକୁ ରାଜ୍ୟ ସଭାପତି ଆହ୍ୱାନ ଦେଇଥିଲୋ ସହିପରି ଆଗାମୀ ବିଜେପୁର ବିଧାନସଭା ଉପନିର୍ବାଚନରେ ଉକ୍ରଳ ଭାରତ ପକ୍ଷରୁ ଜଗତରାମ ପୁଟେଲଙ୍କୁ ପ୍ରାର୍ଥୀ କରାଯାଇଥିବା ସେ କହିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସଂପାଦକ କାମିଲୁଦ୍ଧିନ ଅହମଦ, ରାଜ୍ୟ ରାଜ୍ୟ ଦଳିତ ମୋର୍ଚ୍ଚା ସଭାପତି ଦିଲ୍ଲିପ ମଲ୍ଲିକ ଯୁବ ସଭାପତି ଜଗଦୀଶ ପ୍ରଧାନ, ସାଧାରଣ ସମ୍ପାଦକ ଦେବବ୍ରତ ତ୍ରିପାଠୀ, ବରିÂ ନେତା ନିର୍ମଳ ଚନ୍ଦ୍ର ବେହେରା ଭୁବନେଶ୍ୱର ସମ୍ପସଭାପତି ନବକିଶୋର ପ୍ରଧାନ, କଟକ ନଗର ଜିଲ୍ଲା ସଭାପତି ଦିପ୍ତୀରଞ୍ଜନ ଶତପଥୀ, ସମ୍ପାଦକ ଶକ୍ତି ଆଚାର୍ଯ୍ୟ, ବିଦ୍ୟାର୍ଥୀ ଉକ୍ରଳ ଭାରତ ରାଜ୍ୟ ସମ୍ପାଦକ ବିଶ୍ୱଜିତ ଚକ୍ରବର୍ତ୍ତୀ ଏବଂ ରବିନାରାୟଣ ଦାସ, ଜୀତେଶ କୁମାର ଗୁପ୍ତା ଏବଂ ଆହୁରି ଅନେକ କର୍ମକତ୍ତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Share in top social networks!