୫ ଦିବସୀୟ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କର ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ।

DSCN0076
ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ଏନ୍. ଏମ୍. ଇନ୍ଷ୍ଟିଚ୍ୟୁଟ୍ ଅଫ ଇଂଜିନିୟରିଂ ଆଣ୍ଡ ଟେକନୋଲୋଜି, ଭୁବନେଶ୍ୱର ଠାରେ ଏକ ୫ ଦିନିଆ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କର ପ୍ରଶିକ୍ଷଣ ଶିବିର ତା.୦୧.୦୨.୨୦୧୮ ରିଖରୁ ତା. ୦୫.୦୨.୨୦୧୮ ରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଅଛି । ଦେଶାତ୍ମବୋଧକ ଭାବନା, ଏକତା ମନୋଭାବ, ଜାତୀୟ ସଂହତିର ଉଦେ୍ଧଶ୍ୟ, ସ୍ୱେଚ୍ଛାସେବୀ ମାନଙ୍କର ଜ୍ଞାନ ଅଭିବୃଦ୍ଧି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରଯାଇଛି ।

ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ ଥର ପାଇଁ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ୪୦୦ ସ୍ୱେଚ୍ଛାସେବୀ ଓ କାଉନସେଲର ମାନେ ଅଂଶଗ୍ରହଣ କରିଛନ୍ତି । ଏହି ୫ ଦିନବ୍ୟାପି ଆୟୋଜିତ ତାଲିମ ଶିବିରରେ ରେଡକ୍ରସର ଇତିହାସ, ହେନେରୀ ଡୁନାଁଣ୍ଟଙ୍କ ଆତ୍ମଜୀବନୀ, ରେଡକ୍ରସ୍ର ମୌଳିକ ନୀତି, ବିପର୍ଯ୍ୟୟ ପରିଚାଳନା, ରକ୍ତବିଜ୍ଞାନ ଓ ରକ୍ତଦାନ, ଏଡସ୍ ସଚେତନତା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ପରିମଳ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା, ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ, ପ୍ରାଥମିକ ଚିକିସôା ବିଷୟରେ ବିଶେଷଜ୍ଞ ମାନେ ପ୍ରଶିକ୍ଷଣ ପ୍ରଦାନ କରିବା ସଂଙ୍ଗେ ସଂଙ୍ଗେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ ।

ଉକ୍ତ ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉସôବରେ ପରାମର୍ଶଦାତା ତଥା ଉଚ୍ଚଶିକ୍ଷା ବିଭାଗର ପୁର୍ବତନ ଉପ ନିଦେ୍ର୍ଧଶକ ଏନ୍.ସି.ସି. ସୌର୍ଯ୍ୟ ରଂଜନ ପରିଜା, ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁÂାନିକ ଭାବେ ଉଦ୍ଘାଟନ କରିବା ସହ ତାଙ୍କ ଅଭିଭାଷଣରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସମାଜ ସେବା କ୍ଷେତ୍ରରେ ଅଙ୍ଗିକାର ବଦ୍ଧତାକୁ ଭୂୟସୀ ପ୍ରଶଂସା କିରଥିଲେ । ସ୍ୱେଚ୍ଛାସେବୀମାନଙ୍କୁ ଆୟୁଧ କରି ସମାଜର ସମସ୍ତ ସମସ୍ୟା ଗୁଡିକୁ ସମାଧାନ କରିବା ସହ ଏକ ସଚେତନ ସ୍ୱାବଲମ୍ବୀ ସମାଜ ଗଠନ ଦିଗରେ ରେଡକ୍ରସର ସ୍ୱେଚ୍ଛାସେବୀ ମାନେ ନିଜକୁ ନିୟୋଜିତ କଲେ ନିଜର ତଥା ସମାଜର ମଙ୍ଗଳ ସାଧିତ ହେବ ବୋଲି ଆହ୍ଣାନ ଦେଇଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏନ୍. ଏମ୍. ଇନ୍ଷ୍ଟିଚ୍ୟୁଟ୍ ଅଫ ଇଂଜିନିୟରିଂ ଆଣ୍ଡ ଟେକନୋଲୋଜିର ଚେୟାରମ୍ୟାନ, ଶୀ୍ର ରମେଶ ଚନ୍ଦ୍ର ପରିଡା, ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମାନବିକତାର ମୂଲ୍ୟବୋଧକୁ ପାଥେୟ କରି ଆଜିର ଯୁବପିଢ଼ିକୁ ସ୍ୱପ୍ନ ଦେଖି ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଛାତ୍ର ଶକ୍ତି ଗଠନାଭୀମୁଖି ହେବା ଦରକାର । ଏହା ଦ୍ୱାରା ଛାତ୍ର ମାନେ ନିଜକୁ ସମାଜ ଗଠନଦିଗରେ ନିୟୋଜିତ କରିବା ସହ ନିଜେ ତାହାର ସୁଫଳ ଲାଭ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ ।

ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ା.ଜ୍ଞାନବ୍ରତ ମହାନ୍ତି ତାଙ୍କ ଅଭିଭାଷଣରେ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସେ ତାଙ୍କ ଅଭିଭାଷଣରେ ରେଡକ୍ରସ୍ କାର୍ଯ୍ୟକ୍ରମକୁ କର୍ତ୍ତବ୍ୟ ନଭାବି ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିବାକୁ, ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଯୁବ ରେଡକ୍ରସ୍ ଅଧିକାରୀ ଡଃ କଳ୍ପନା ଦାସ ଉକ୍ତ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବା ସହିତ ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସେ ସ୍ୱେଚ୍ଛାସେବୀ ମାନଙ୍କୁ ନିଜଭିତରେ ଆତ୍ମଶୃଙ୍ଖଳା ରକ୍ଷା କରି ସ୍ୱେଚ୍ଛାକୃତ ସେବା ମନୋଭାବ ନେଇ ସମାଜର ଦଃୁସ୍ଥ ଅବହେଳିତଙ୍କ ପାଇଁ ନିଜକୁ ଉସôର୍ଗୀକୃତ କରିବାପାଇଁ ଉସôାହିତ କରିଥିଲେ । ଆଂଚଳିକ ବିଜ୍ଞାନ କଲେଜର ରେଡକ୍ରସ୍ ପରାମର୍ଶଦାତା ବି. ଗୋବିନ୍ଦ ରାଓ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ପରିଶେଷରେ ରମାଦେବୀ ବିଶ୍ୱବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ଶ୍ରୀ ସୁଶିଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶୀ୍ର ଲିଙ୍ଗରାଜ ପଣ୍ଡା ସହୟତା ପ୍ରଦାନ କରିଥିଲେ ।

Share in top social networks!
Powered By Indic IME