ଭୁବନେଶ୍ୱରରେ କାଲିଠାରୁ ଆରମ୍ଭ ହେବ ଦୁଇ ଦିନିଆ ଆର୍ନ୍ତଜାତିକ ଐତିହ ସହର ସମ୍ଭାଷଣ ସମାରୋହ

ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯୋଗ ଦେବେ ଦେଶବିଦେଶର ପ୍ରତିନିଧି
Press meet on 5th International Biennial Conference
ରାଜଧାନୀ ଭୁବନେଶ୍ୱର ଐତିହ ଏବଂ ଆଧୁନିକ ସହରର ଚରିତ୍ର ବହନ କରୁଥିବା ବେଳେ ନୂତନ ପରିକଳ୍ପନା ମଧ୍ୟରେ ଏହାର ପୁରାତନ ଐତିହ ଯେପରି ଅକ୍ଷୁର୍ଣ୍ଣ ରହିବ ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମାରୋହ ଆୟୋଜିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍ଘାଟନ କରିବେ ବୋଲି ସ୍ଥିର ହୋଇଛି । ମିଳିତ ଜାତିସଂଘର ସଂସ୍ଥା ୟୁନେସ୍କୋ ସହଯୋଗରେ ତଥା ଐତିହ ନଗରୀ ଫାଉଣ୍ଡେସନ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିର ସହଯୋଗରେ ହେବାକୁ ଥିବା ଏହି ସମ୍ମିଳନୀରେ ୟୁନେସ୍କୋର ଭାରତ, ଭୁଟାନ, ମାଳଦ୍ୱୀପ ଏବଂ ଶ୍ରୀଲଙ୍କାକୁ ପ୍ରତିନିଧିତ୍ୱ କରୁଥିବା ୟୁନେସ୍କୋ ପ୍ରତିନିଧି ସିଗେରୁ ଆୟୋଗି, ଦକ୍ଷିଣ କୋରିଆର ପ୍ରସିଦ୍ଧ ଯେଜୁ ଜାତୀୟ ବିଶ୍ୱ ବିଦ୍ୟାଳୟର ଡ. ଦାଏ-ୟୁନ ଜେଙ୍ଗ୍, ଇଂଲଣ୍ଡର, ଅକ୍ଲାଣ୍ଡ୍ ଏବଂ ଅନ୍ୟାନ୍ୟ ଦେଶର ବିଶ୍ୱ ପ୍ରସିଦ୍ଧ ଐତିହ ବିଶାରଦ ମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦେଶବିଦେଶର ୧୫ଜଣ ସୁନାମଧନ୍ୟ ବିଶେଷଜ୍ଞମାନେ ଏଥିରେ ଯୋଗ ଦେଇ ଐତିହ ନଗରୀଗୁଡ଼ିକର ସ୍ଥାୟିତ୍ୱ, ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ନଗର ଉନ୍ନୟନ ପ୍ରଭୃତି ବିଷୟରେ ଆଲୋଚନା କରିବେ ।
କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଏମ୍ସି କମିଶନର ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି ଯେ, ରାଜଧାନୀରେ ପ୍ରଥମ ଥର ପାଇଁ ହେବାକୁ ଥିବା ଏହି ସମାରୋହ ମନ୍ଦିରମାଳିନୀ ଭୁବନେଶ୍ୱର ନିଜର ଐତିହ ସଂପଦାକୁ ସୁରକ୍ଷିତ ରଖିବାରେ ସହାୟକ ହୋଇ ପାରିବ ।
କାର୍ଯ୍ୟକ୍ରମରେ ଐତିହାସିକ, ଅର୍ବାନ୍ ପ୍ଲାନର୍, ପୌର ଶାସନ ଅଧିକାରୀଗଣ, ରାଜ୍ୟର ବରିÂ ପ୍ରଶାସକ, ଏନ୍ଜିଓ ଏବଂ ଗବେଷକ ପ୍ରଭୃତି ଯୋଗଦେଇ ସହରର ସଂସ୍କୃତି, ପୁରାତତ୍ୱ ସଂପତି ଭଳି ଗୁରୁତ୍ୱପୂର୍ଣ୍ଣ କିର୍ତିରାଜୀକୁ ଦୀର୍ଘସ୍ଥାୟୀ କରିପାରିବେ ସେନେଇ ମାର୍ଗଦର୍ଶନ କରିବେ ।

Share in top social networks!
Powered By Indic IME