ଗତକାଲି ସୁଦ୍ଧା ୧୯ଲକ୍ଷ ୫ ହଜାର ୫୭୪ ଜଣଙ୍କୁ ଏମ୍ଆର ଟୀକା ପ୍ରଦାନ

ଜାନୁଆରୀ ମାସ ୨୯ ତାରିଖ ଠାରୁ ରାଜ୍ୟବ୍ୟାପୀ ମିଜିଲ୍ସ ଓ ରୁବେଲା (ଏମ୍ଆର) ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଅଭିଯାନର ପ୍ରଥମ ୨ ଦିନରେ ରାଜ୍ୟରେ ୧୯ ଲକ୍ଷ ୫ ଜହାର ୫୭୪ ଜଣ ପିଲାଙ୍କୁ ଟୀକା ଦିଆସରିଛି । ଜାନୁଆରୀ ୨୯ ଠାରୁ ମାର୍ଚ୍ଚ ମାସ ୨୬ ତାରିଖ (କାର୍ଯ୍ୟ ଦିବସଗୁଡିକରେ) ପର୍ଯ୍ୟନ୍ତ ୫ ସପ୍ତାହ ଧରି ହେବାକୁ ଥିôବା ଟୀକାକରଣ ଅଭିଯାନରେ ଆମ ରାଜ୍ୟର ୯ ମାସରୁ ୧୫ ବର୍ଷ ବୟସର ୧ କୋଟି ୧୩ ଲକ୍ଷ ଶିଶୁଙ୍କୁ ଟୀକାଦାନ କରାଯିବ । ୨୦୨୦ ମସିହା ସୁଦ୍ଧା ଭାରତରୁ ମିଳିମିଳା ଦୂରୀକରଣ ଓ ରୁବେଲା ନିୟନ୍ତ୍ରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଭାରତ ବର୍ଷର ଏହି ସର୍ବବୃହତ ଟୀକାକରଣ ଅଭିଯାନ ଜରିଆରେ ମୋଟ ୪୧ କୋଟି ଶିଶୁଙ୍କୁ ଏମ୍ଆର ଟୀକାଦାନ କରାଯିବ ।
ଆମ ଦେଶରେ ଏପର୍ଯ୍ୟନ୍ତ ତାମିଲନାଡୁ, କର୍ଣ୍ଣାଟକ, ଗୋଆ, ଲାକ୍ଷାଦ୍ୱୀପ, ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ, ଦାଦ୍ରା ଓ ନଗରହାବେଳୀ, ଡାମନ ଡିଉ, ହିମାଚଳପ୍ରଦେଶ, କେରଳ, ତେଲେଙ୍ଗାନା ଓ ଉତରାଖଣ୍ଡ ଭଳି ମୋଟ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଚଂଳଗୁଡିକରେ ୬.୭ କୋଟି ପିଲାଙ୍କୁ ଏହି ଟୀକା ଦିଆଯାଇଥିଲେ ମଧ୍ୟ ସେଭଳି କୌଣସି ଜଟିଳ ପାଶ୍ୱର୍ ପ୍ରତିକ୍ରିୟା ପରିଲିଖ୍ଖିତ ହୋଇନାହିଁ । କୌଣସି ଟୀକା ନେବାର ୩୦ ମିନିଟ୍ ବା ଅଧଘଂଟା ସମୟ ମଧ୍ୟରେ ହିଁ ଏହି ଟୀକାକରଣ ଜନିତ ପାଶ୍ୱର୍ ପ୍ରତିକ୍ରିୟା ହୋଇଥାଏ । ସେଥିପାଇଁ ଟୀକାନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଟୀକାଦାନ କେନ୍ଦ୍ରରେ ରହିବା ପାଇଁ ପରାମର୍ଶ ଦିଆଯାଏ ।
ଆମ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ହେବାର ଖବର କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି । ସେଥିପ୍ରତି ଭୟଭୀତ ନହେବାକୁ ଅନୁରୋଧ । କୌଣସି ଖବରକୁ ବିଶ୍ୱାସ କରି କିଛି ନିଷ୍ପତି ନେବା ପୂର୍ବରୁ ଏହାର ସତ୍ୟାସତ୍ୟ ଜାଣିବା ଅତି ଜରୁରୀ । କାରଣ ଆପଣଙ୍କର ଗୋଟିଏ ଭୁଲ ନିଷ୍ପତି ଆପଣଙ୍କ ପିଲାର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିବା ସହିତ ଆପଣଙ୍କ ଆଖପାଖରେ ଥିବା ପିଲାମାନଙ୍କୁ ମଧ୍ୟ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ବଢ଼ାଇଥାଏ ।
ଗୁଜବ ବା ଉଡାଖବର ପାଇଁ ଡରନ୍ତୁ ନାହିଁ
ବର୍ଷବର୍ଷ ଧରି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଟୀକାକରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଯେକୌଣସି ସ୍ଥାନରେ ଯଦି କୌଣସି ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ହୁଏ ତେବେ ଏହାର ତ୍ୱରିତ ମୁକାବିଲା କରାଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେଣୁ ଟୀକାକରଣ ଜନିତ ପାଶ୍ୱର୍ପ୍ରତିକ୍ରିୟା ପ୍ରତି ଡରନ୍ତୁ ନାହିଁ ।
୧. ସାମାନ୍ୟ ଜ୍ୱର ହେବା: ଟୀକା ଜରିଆରେ ନୂଆ ଔଷଧ ଶରୀରକୁ ଯାଇଥିବାରୁ କେତେକ ପିଲାଙ୍କ ଶରୀରରେ ଥିବା ରୋଗ ପ୍ରତିରୋଧକ କଣିକା ଗୁଡିକ ସକ୍ରିୟ ହୋଇପଡନ୍ତି ତେଣୁ ସାମାନ୍ୟ ଜ୍ୱର ହୋଇଥାଏ । ଯାହା ପରବର୍ତୀ ସମୟରେ ପୁଣି ଠିକ୍ ହୋଇଯାଏ ।
୨. ବେହୋସ୍ ହୋଇଯିବା: ଶିିଶୁରୋଗ ବିଶେଷଜ୍ଞ ଓ ମନୋବିଜ୍ଞାନୀମାନଙ୍କର ମତରେ ପିଲାମାନଙ୍କର ବୟସ ବଢ଼ିବା ସହିତ ସେମାନଙ୍କ ମନରେ ଟୀକାପ୍ରତି ଭୟ ବଢ଼ିଯାଏ । ତେଣୁ ବିଶେଷତଃ ୮ ବର୍ଷରୁ ୧୫ ବର୍ଷ ବୟସର ପିଲାମାନେ ଦେହରେ ଛୁଚିଂ ଫୋଡାଯିବାର ଭୟ ଯୋଗୁ ଡରି ଯାଇ ବେହୋସ ହୋଇ ପଡନ୍ତି । ମୁହଁରେ ସମାନ୍ୟ ପାଣି ଛିଚିଂ ଦେଲେ ଏହା ଠିକ୍ ହୋଇଯାଏ ।
ଏଭଳି ପାଶ୍ୱର୍ ପ୍ରତିକ୍ରିୟା ସତ୍ୱେ ଟୀକାନେବାକୁ ପରାମର୍ଶ ଦିଆଯାଉଛି କାରଣ
ମିଳିମିଳା ଏକ ସଂକ୍ରାମକ ରୋଗ, ବିଶ୍ୱରେ ପ୍ରତ୍ୟେକ ବର୍ଷ ସର୍ବାଧିକ ଶିଶୁ ମିଳିମିଳା ସଂକ୍ରମଣ ଜନିତ ଜଟିଳତା ଯୋଗୁ ମୃତ୍ୟୁମୁଖରେ ପଡୁଛନ୍ତି । ବିଶ୍ୱରେ ମିଳିମିଳା ଯୋଗୁଁ ହେଉଥିବା ମୋଟ ମୃତ୍ୟୁର କେବଳ ୩୬ ଭାଗ ଆମ ଦେଶରେ ଘଟୁଛି । ମିଳିମିଳା ସଂକ୍ରମଣ ଯୋଗୁ ଡାଇରିଆ ଓ ନିମୋନିଆ ଭଳି ରୋଗରେ ଆମ ଦେଶର ସର୍ବାଧିକ ପିଲା ମୃତ୍ୟୁମୁଖରେ ପଡୁଛନ୍ତି ।
ସେହିଭଳି ଆମଦେଶରେ ରୁବେଲା ସଂକ୍ରମଣ ହାର ମଧ୍ୟ ବେଶ ଅଧିକ । ମୁଖ୍ୟତଃ ଗର୍ଭବତୀମା’ମାନଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ଯୋଗୁଁ କନ୍ଜେନିଟାଲ ରୁବେଲା ସିଣ୍ଡୋମ୍ ବା ସିଆରଏସ୍ ଯୋଗୁ ଗର୍ଭପାତ ହେବାର ଆଶଙ୍କା ରହିଛି ନଚେତ୍ ରୁବେଲା ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଠାରୁ ଜନ୍ମିତ ଶିଶୁର ଅନେକ ପ୍ରକାର ଜନ୍ମଗତ ବିକଳାଙ୍ଗତା ପ୍ରକାଶ ପାଇବାର ସମ୍ଭାବନା ଥାଏ । ଏହି ଦୁଇଟି ରୋଗ ପାଇଁ କୌଣସି ସ୍ୱତନ୍ତ୍ର ଚିକିସôା ବ୍ୟବସ୍ଥା ନଥିବାରୁ ଏମ୍ଆର ଟୀକାକରଣ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱପ୍ରଦାନ କରାଯାଉଛି । ପ୍ରତିଷେଧକ ଟୀକାକରଣ ବ୍ୟବସ୍ଥା ସ୍ୱଳ୍ପ ଖର୍ଚ୍ଚରେ ଅତ୍ୟନ୍ତ ପ୍ରଭାବଶାଳୀ ପଦ୍ଧତି ଅଟେ । ଯାହା ପିଲାମାନଙ୍କର ଜୀବନ ଓ ଭବିଷ୍ୟତର ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ।
ଏହି ଅଭିଯାନରେ ପିଲାମାନଙ୍କୁ ମିଜିଲ୍ସ ଓ ରୁବେଲା ଭଳି ୨ଟି ରୋଗରୁ ରକ୍ଷା ପାଇଁ ଗୋଟିଏ ଟୀକା ଦିଆଯିବ । ବର୍ତମାନ ୯ରୁ ୧୨ ମାସ ବୟସରେ ପ୍ରଥମ ଥର ଓ ୧୬ରୁ ୨୪ ମାସ ବୟସରେ ୨ୟ ଥର ପିଲାଙ୍କୁ କେବଳ ମିଳିମିଳା ଟୀକା ଦିଆଯାଉଛି । ଏହି ଅଭିଯାନ ପରେ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ମିଳିମିଳା ଟୀକା ସ୍ଥାନରେ ଏମଆର ଟୀକା ଦିଆଯିବ ।
ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ପଚାଂୟତିରାଜ ବିଭାଗ, ଶ୍ରମ ବିଭାଗ, ଅନୁସୂଚିତ ଜାତି ଜନଜାତି ଉନ୍ନୟନ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, ଗୃହ ଓ ସହରାଚଂଳ ବିକାଶ ବିଭାଗଗୁଡିକର ସକ୍ରିୟ ସହଯୋଗ କରିବା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ୟୁନିସେଫ୍, ୟୁଏନ୍ଡିପି, ଭାରତୀୟ ଶିଶୁ ରୋଗ ବିଶେଷଜ୍ଞ ସଂଘ ଓ ଭାରତୀୟ ଚିକିସôକ ସଂଘ ଏବଂ ଲାୟନ୍ସ ଇଂଟରନାସନାଲ ଭଳି ସଙ୍ଗଠନଗୁଡିକ ମଧ୍ୟ ଏହି ଟୀକାକରଣ ଅଭିଯାନକୁ ମିଳିତ ଭାବେ ସହଯୋଗ କରୁଛନ୍ତି ।
ଆମ ରାଜ୍ୟର ପ୍ରତିଟି ପିଲାଙ୍କୁ ସୁନିଶ୍ଚିତ ଟୀକାକରଣ କରାଇବା ପାଇଁ ପ୍ରତ୍ୟେକ ସ୍ତରରେ ସହଯୋଗ ଅତ୍ୟନ୍ତ ଜରୁରୀ । ଏମ୍ଆର ଟୀକାକରଣ ଅଭିଯାନରେ ଅଂଶଗ୍ରହଣ କରନ୍ତୁ । ନିଜ ପିଲାଙ୍କର ଟୀକାକରଣ ନିଶ୍ଚିତ କରାଇବା ସହିତ ଏକ ସୁସ୍ଥ ଓଡ଼ିଶା ଗଠନ କରିବାରେ ସହଯୋଗ କରନ୍ତୁ ।

Share in top social networks!
Powered By Indic IME