କୃଷି ସଙ୍କଟ ବିରୋଧରେ “କୃଷି ଏବଂ କୃଷକ’ ସୁରକ୍ଷା ପାଇଁ ରାଜ୍ୟସ୍ତରୀୟ କୃଷକ କନ୍ଭେନ୍ସନ୍

PHOTO-CONVENTION-5
ଆମ ଦେଶରେ ପ୍ରଚଳିତ ନବ୍ୟ ଉଦାରବାଦ ଆର୍ଥିକ ନୀତି କୃଷି ସଙ୍କଟକୁ ଆହୁରି ତୀବ୍ରତର କରିଛି । ଏହି ସମୟ ମଧ୍ୟରେ ଭାରତୀୟ ରାଷ୍ଟ୍ର କୃଷି କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ପ୍ରକ୍ରିୟାକୁ ପ୍ରତ୍ୟାହାର କରୁଛି । ପ୍ରକୃତ ଅର୍ଥରେ କୃଷି କ୍ଷେତ୍ରରେ ସରକାରୀ ବିନିଯୋଗ କମିଛି । ଦେଶର ୫୦ ଭାଗରୁ ଉଦ୍ଧ୍ୱର୍ ଲୋକଙ୍କର ବଞ୍ଚôବା ପାଇଁ ଆୟର ମୁଖ୍ୟ ଉତ୍ସ କୃଷି ହୋଇଥିବା ବେଳେ ଅନ୍ୟ ସମସ୍ତ କ୍ଷେତ୍ରଠାରୁ କୃଷିର ମୋଟ ଜାତୀୟ ଉପôାଦନ (ଜି.ଡି.ପି.) କମିଛି ବୋଲି ଆଜି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ଆହ୍ୱାନରେ ଲୋହିଆ ଏକାଡେମୀ, ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ କନ୍ଭେନ୍ସନ୍ରେ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି ।
ଗ୍ରାମାଞ୍ଚଳରେ କାମ ଏବଂ ରୋଜଗାର ନଥିବା ଯୋଗୁଁ ଗରିବ ଏବଂ ସାଧାରଣ ମଣିଷ ଦାଦନ ଶ୍ରମିକ ହେବାକୁ ବାଧ୍ୟ ହେଉଛି । ଆର୍ଥିକ ଉଦାରୀକରଣ ନୀତି ଯୋଗୁଁ କୃଷକମାନଙ୍କୁ ବ୍ୟାଙ୍କ ଏବଂ ସମବାୟ ସଂସ୍ଥାମାନଙ୍କରୁ ଋଣ ମିଳୁନାହିଁ । ଏହା ଫଳରେ ସାହୁକାର ଏବଂ ମହାଜନୀ ଋଣ ଉପରେ ସାଧାରଣ କୃଷକମାନେ ନିର୍ଭରଶୀଳ ହେଉଛନ୍ତି ଏବଂ ସେମାନଙ୍କର ଉପôାଦିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକି୍ର କରି ନପାରି ଆତ୍ମହତ୍ୟାର ରାସ୍ତା ବାଛି ନେବାକୁ ବାଧ୍ୟ ହେଉଛନ୍ତି ବୋଲି କୃଷକ ନେତୃବୃନ୍ଦ ଅଭିଯୋଗ କରିଛନ୍ତି । ଭାରତ ସରକାର କୃଷିର ବିକାଶ କ୍ଷେତ୍ରରୁ ଓହରିବା ପ୍ରକ୍ରିୟା ଜାରି ରହିବା ସହିତ ଦେଶୀୟ ପୁଞ୍ଜିପତି ଏବଂ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସହ ସହଯୋଗୀତା ବୃଦ୍ଧି ପାଇଛି । କୃଷି ଏବଂ ଖୁଚୁରା ବ୍ୟବସାୟ କ୍ଷେତ୍ରରେ ବିଦେଶୀ ବହୁଜାତିକ ପୁଞ୍ଜି ବିନିଯୋଗ ପାଇଁ ସମସ୍ତ ପ୍ରକାର ପ୍ରୋତ୍ସାହନ ଦିଆଯାଉଛି । କର୍ପୋରେଟ୍ କୃଷିକୁ ଯଥେଷ୍ଟ ପ୍ରୋତ୍ସାହନ ଦିଆଯାଇ “କୃଷି-କୃଷକ”ଙ୍କୁ ଜଳାଞ୍ଜଳି ଦିଆଯାଉଛି । ବିଶ୍ୱବାଣିଜ୍ୟ ସଙ୍ଗଠନ ସହିତ ଚୁକ୍ତି ଅନୁଯାୟୀ କୃଷିଜାତ ଦ୍ରବ୍ୟର ଆମଦାନୀ ଉପରେ କଟକଣା ହଟାଇ ଦିଆଯାଇ ଥିବାରୁ କନ୍ଭେନ୍ସନ୍ରେ ତାର ତୀବ୍ର ନିନ୍ଦା କରାଯାଇଛି ।
ଏହି କନ୍ଭେନ୍ସନ୍ର ପ୍ରଥମ ଅଧିବେଶନକୁ ସୁରେଶ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଦ୍ୱିତୀୟ ଅଧିବେଶନକୁ ନରେନ୍ଦ୍ର ମହାନ୍ତି ସଂଯୋଜନା କରିଥିଲେ । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଜାତୀୟ ନେତା ଡଃ ସୁନୀଲମ୍ ଜାତୀୟ ଆନେ୍ଦାଳନର ପୃÂଭୂମି ସମ୍ପର୍କରେ ସୂଚନା ଦେଇଥିବା ବେଳେ ନାରୀ ନେତ୍ରୀ କବିତା କୁରୁଗାଣ୍ଠି ଗତ ୨୦ ନଭେମ୍ବର, ୨୦୧୭ରେ କୃଷକ ସଂସଦରେ ଗୃହୀତ ଦୁଇଟି ବିଲ୍ ଯଥା, ଚାଷୀକୁ ଋଣମୁକ୍ତ କରିବା ଏବଂ କୃଷି ଉପôାଦନର ସୁନିଶ୍ଚିତ ସର୍ବନିମ୍ନ ଲାଭକାରୀ ମୂଲ୍ୟ ବିଲ୍ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ଆଶିଷ କାନୁନ୍ଗୋ ରାଜ୍ୟର କୃଷି ସଙ୍କଟ ପ୍ରସଙ୍ଗରେ ଆଲୋଚନା ଉପସ୍ଥାପନା କରିଥିବା ବେଳେ ଭାଗଚାଷୀ ସୁରକ୍ଷା ସମ୍ପର୍କରେ ଶ୍ରୀକାନ୍ତ ମହାନ୍ତି ଆଲୋଚନା କରିଥିଲେ । ସେହିପରି ମହାନଦୀ ଟି୍ରବୁ୍ୟନାଲ୍ ଗଠନ ସମ୍ପର୍କରେ ଅଶୋକ ପ୍ରଧାନ ପ୍ରସ୍ତାବ ଆଗତ କରିଥିବା ବେଳେ ଓଡ଼ିଶାର ଚାଷୀ ସମସ୍ୟା ପ୍ରସଙ୍ଗରେ ଶଙ୍କର ସାହୁ ପ୍ରସ୍ତାବ ଆଗତ କରିଥିଲେ । ସାମଗ୍ରିକ ପ୍ରସ୍ତାବ ସମର୍ଥନରେ ସର୍ବଶ୍ରୀ ଲିଙ୍ଗରାଜ, ଜାତୀୟ କୃଷକ ଆନେ୍ଦାଳନର ନେତା କାର୍ତ୍ତିକ ପାଲ୍, ବାସୁ ଆଚାର୍ଯ୍ୟ, ବିଜୁ କି୍ରଷ୍ଣନ୍ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଦିଲ୍ଳୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ମନୋରଞ୍ଜନ ମହାନ୍ତି ମଧ୍ୟ କନ୍ଭେନସନ୍ର ଆଗତ ପ୍ରସ୍ତାବ ସମର୍ଥନରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଲିଙ୍ଗରାଜ ଆଜାଦ୍, କିଶୋର ଦାସ, ପି. ହରେକୃଷ୍ଣ ରେଡ଼ି, ରାଧାକାନ୍ତ ସେଠୀ, ବିଜୟ ସ୍ୱାଇଁ, ଦେବପ୍ରସାଦ ରାୟ, ଉଦୟ ସିଂ ଠାକୁର, ବାଳକୃଷ୍ଣ ଷଣ୍ଢ, ବଟକୃଷ୍ଣ ସ୍ୱାଇଁ, ରମେଶ ମହାପାତ୍ର, ପ୍ରଦୀପ ପ୍ରଧାନ, ଭୀମସେନ ସ୍ୱାଇଁ, ତପନ ପାଢ଼ୀ, ସାଲ ମାର୍ଣ୍ଡି, ରାଜେଶ ଜାନି, କିଶାନ ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ମହାନ୍ତି, ଅରୁଣ ଜେନା ପ୍ରମୁଖ ଚାଷୀମାନଙ୍କର ବହୁବିଧ ସମସ୍ୟା ଓ ବିକଳ୍ପ ବିଲ୍ ସମ୍ପର୍କରେ ସେମାନଙ୍କର ମତ ବ୍ୟକ୍ତ କରିଥିଲେ ।
ନବ୍ୟ ଉଦାରବାଦ ଆର୍ଥିକ ନୀତି ଯୋଗୁଁ ଭୂ-ସଂସ୍କାର ପ୍ରକ୍ରିୟା ବିପରୀତ ଦିଗରେ ଚାଲିଛି । ଜମିହୀନମାନଙ୍କୁ ଜମି ବଣ୍ଟନ ପରିବର୍ତ୍ତେ କର୍ପୋରେଟ ଏବଂ କମ୍ପାନୀମାନଙ୍କୁ ବ୍ୟାପକ କୃଷିଜମି ସେମାନଙ୍କ ସ୍ୱାର୍ଥ ସାଧନ ପାଇଁ କମ୍ ମୂଲ୍ୟରେ ଦିଆଯାଉଛି । ୨୦୧୨-୧୩ ଜାତୀୟ ନମୁନା ସର୍ଭେ ସଂଗଠନ (ଏନ୍.ଏସ୍.ଏସ୍.ଓ.)ର ରିପୋର୍ଟ ଅନୁଯାୟୀ ଦେଶର ୪୯ ଭାଗ ଲୋକଙ୍କ ହାତରେ ମାତ୍ର ୦.୦୧ ହେକ୍ଟର ଜମି ରହିଛି । ଦେଶର ୧୦ ଭାଗ ଲୋକଙ୍କ ହାତରେ ୫୦.୨ ଭାଗ ଜମି ରହିଛି । ସାଧାରଣ କୃଷକମାନେ ଏହି ପ୍ରକ୍ରିୟାରେ ଜମିହରା ହୋଇଯାଉଛନ୍ତି ଓ ଭୂମିହୀନଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଠାବାଡ଼ି ବ୍ୟବସାୟ, ଖଣି ଉତ୍ତୋଳନ, ଶିଳ୍ପ, ସହରୀକରଣ, ଶିଳ୍ପ କରିଡର, ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଝଋତ) ପାଇଁ ବହୁ ପରିମାଣରେ କୃଷି ଓ ଜଙ୍ଗଲ ଜମି ଦିଆଯାଉଛି । କୃଷି ପାଇଁ ରିହାତି ପ୍ରତ୍ୟାହାର ସାଙ୍ଗକୁ ଚାଷୀ କୌଣସି କୃଷିଜାତ ଦ୍ରବ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ପାଉନାହିଁ । ଏପରିକି ଏମ୍.ଏସ୍. ସ୍ୱାମୀନାଥନ କମିଶନ୍ କରିଥିବା ସୁପାରିଶ୍ (ଉ୨+୫୦%) ମୋଟ ଉପôାଦନ ଖର୍ଚ୍ଚ + ଉପôାଦନ ଖର୍ଚ୍ଚର ୫୦% = ସର୍ବନିମ୍ନ ସହାୟକ ମୂଲ୍ୟ (ଗଝଚ) କାର୍ଯ୍ୟକାରୀ ହେଉନାହିଁ, ଯାହା କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିର ପରିଚୟ ବୋଲି କନ୍ଭେନ୍ସନ୍ ଘୋଷଣା କରିଛି ।
ଏହିଭଳି କୃଷକ ବିରୋଧୀ କୃଷି ନୀତିରେ ସମସ୍ୟା ଜର୍ଜରିତ ଚାଷୀ ଚାଷ ଛାଡ଼ୁଛି । ଋଣଭାରରେ କୃଷକ ବୁଡ଼ିଯିବା, କୃଷିଜାତ ଦ୍ରବ୍ୟର ମୂଲ୍ୟ ନ ପାଇବା, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିପୂରଣ ନ ମିଳିବା, ଜମିର ଲୁଣ୍ଠନ, ମନରେଗା ଯୋଜନାରେ ଅନୁଦାନ କମିବା ଯୋଗୁଁ ଗ୍ରାମାଞ୍ଚଳରେ କାମ ନ ମିଳିବା, ଜଙ୍ଗଲ ଜମି ଅଧିକାର ଉପରେ ଆକ୍ରମଣ, ପ୍ରାକୃତିକ ସମ୍ପଦ ଲୁଣ୍ଠନ, ଭାଗଚାଷୀମଙ୍କୁ ଅଧିକାର ନ ଦେବା, ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରି ଗୋ-ବ୍ୟବସାୟ ଉପରେ କଟକଣା, ବିମୁଦ୍ରାକରଣ, ସାମଗ୍ରୀ ଓ ସେବାକର (ଏଝଞ), ପରିବେଶ ଜନିତ ସମସ୍ୟା ଯୋଗୁଁ ଜଳବାୟୁରେ ଅସନ୍ତୁଳନ ଇତ୍ୟାଦିରେ “କୃଷି ଓ କୃଷକ” ସଙ୍କଟ ତୀବ୍ରତର ହୋଇଛି । ସାମଗ୍ରିକ ଭାବେ କୃଷକ ବିରୋଧୀ ସରକାରୀ ନୀତି, ପ୍ରାକୃତିକ ବିପର୍ଯ୍ୟୟ ଏବଂ ନିୟନ୍ତ୍ରଣହୀନ ବଜାର ବ୍ୟବସ୍ଥା ଯୋଗୁ କୃଷକମାନେ ହତାଶ ହେଉଛନ୍ତି । ଏହି ସମୟ ମଧ୍ୟରେ ଦେଶର ପ୍ରମୁଖ ସଙ୍କଟ ଭାବେ କୃଷି ଓ କୃଷକ ପ୍ରସଙ୍ଗ ଜାତୀୟ ପ୍ରସଙ୍ଗ ହୋଇ ଠିଆ ହୋଇଛି ।
ଚାଷୀକୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ଧାର୍ଯ୍ୟ ହୋଇଥିବା କ୍ୱିଣ୍ଟାଲ ପ୍ରତି ୧୫୫୦ ଟଙ୍କାକୁ ସୁନିଶ୍ଚିତ କରିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ୍ ପ୍ରଦାନ, କୃଷକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଋଣମୁକ୍ତ କରିବା, ବ୍ୟାଙ୍କ, ସମବାୟ ସଂସ୍ଥାରୁ ବିନା ସୁଧରେ ନୂତନ କୃଷିଋଣ ଯୋଗାଇବା, ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେବା ଓ ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ କରିବା, ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା, ସମସ୍ତ ବାସହୀନଙ୍କୁ ଘରଡିହ ପଟ୍ଟା ଓ ଭୂମିହୀନଙ୍କୁ ଚାଷ ଜମି ବଣ୍ଟନ କରିବା, ସମସ୍ତ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ପ୍ରଦାନ କରିବା, କୃଷକମାନଙ୍କୁ ବଞ୍ଚôବା ଯୋଗ୍ୟ ମାସିକ ପେନ୍ସନ୍, ଗୋ-ବ୍ୟବସାୟ ଉପର କଟକଣା ହଟାଇବା, “ମନରେଗା” ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାମ ଦେବା ଏବଂ ମଜୁରୀ ବୃଦ୍ଧି କରିବା, କେନ୍ଦ୍ର ସରକାର ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏନ୍.ଡି.ଆର୍.ଏଫ୍.)ର ଗାଇଡ୍ ଲାଇନ୍ ପରିବର୍ତ୍ତନ କରି ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ କ୍ଷତିପୂରଣ ସହାୟତା ପାଣ୍ଠିର ପରିମାଣ ବୃଦ୍ଧି କରିବା, ସୁପି୍ରମ୍ କୋର୍ଟ ନିଦେ୍ର୍ଧଶ ଅନୁଯାୟୀ ମହାନଦୀ ଜଳ ବିବାଦର ସମାଧାନ ପାଇଁ ତୁରନ୍ତ ଟି୍ରବୁନାଲ୍ ଗଠନ କରିବା ପାଇଁ କନ୍ଭେନ୍ସନ୍ରେ ଦାବି କରାଯାଇଥିଲା ।
ଶେଷରେ ପ୍ରଫୁଲ୍ଲ ସାମନ୍ତରା ସମସ୍ତ କୃଷକ ସଙ୍ଗଠନ ସମ୍ମିଳିତ ଭାବରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ନୀତି ବିରୋଧରେ ଏକ ଜନବାଦୀ କୃଷି ନୀତି ପ୍ରଣୟନ ପାଇଁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ ଏବଂ ସୁରେଶ ପାଣିଗ୍ରାହୀ କନ୍ଭେନ୍ସନ୍ ଦ୍ୱାରା ଗୃହୀତ ଆଗାମୀ କାର୍ଯ୍ୟକ୍ରମ ଭାବରେ ଜିଲ୍ଲାସ୍ତରୀୟ ଗଣ କନ୍ଭେନ୍ସନ୍ ବିକଳ୍ପ କୃଷି ନୀତି ବିଲ୍ ପାଇଁ ଦସ୍ତଖତ ସଂଗ୍ରହ ଓ ବିଧାନସଭା ସମ୍ମୁଖରେ ୧୫ ଦିନିଆ ଗଣଧାରଣା ପାଇଁ ଘୋଷଣା କରିଥିଲେ ।

Share in top social networks!
Powered By Indic IME