ରାଜ୍ୟପାଳଙ୍କ ବିରୋଧରେ କଳିଙ୍ଗସେନାର ଗୁରୁତର ଅଭିଯୋଗ

IMG_20180131_114350
ନିଜ ପଦ ଓ ଗାରିମାର ଅପବ୍ୟବହାର କରୁଛନ୍ତି ରାଜ୍ୟପାଳ ଡ. ଏସ.ସି.ଜମିର । ଓଡ଼ିଶା ରାଜକୋଷକୁ ନିଜ ରାଜ୍ୟ ପାଇଁ ଅପବ୍ୟବହାର କରୁଛନ୍ତି । ଯେଉଁ ରାଜ୍ୟର ପ୍ରଥମ ନାଗରିକ ପଦରେ ଅଧିÂିତ ସେହି ରାଜ୍ୟବାସୀଙ୍କୁ ଅଣଦେଖା କରି ନାଗାଲାଣ୍ଡର ଖାତା ଖତିଆନ୍ ନଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ରାଜ୍ୟପାଳ ସହାୟତା ପାଣ୍ଠିରୁ ଟେକି ଦେଉଛନ୍ତି ଅର୍ଥ । ରକ୍ତକର୍କଟ ରୋଗରେ ପୀଡ଼ିତ ଓଡ଼ିଶାର ଗରିବ ଲୋକଟି ରାଜ୍ୟପାଳଙ୍କ ସହାୟତା ଲୋଡ଼ି ନିରାଶ ହେଉଥିବା ବେଳେ ରାଜ୍ୟପାଳ ତାଙ୍କ ନାଗାଲାଣ୍ଡବାସୀଙ୍କ ପାଇଁ ବଦାନ୍ୟତା ଦେଖାଉଛନ୍ତି । ଏହି ସାଂଘାତିକ କାରନାମାର ଗୁମର ଖୋଲିଛି ଆଜି କଳିଙ୍ଗ ସେନା ।
ଆଜି ଖୋଦ୍ ରାଜଭବନ ସମ୍ମୁଖରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ ଏ ସଂକ୍ରାନ୍ତୀୟ ଦସ୍ତାବିଜ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ଅସହାୟ ଓ ଗରିବ ରୋଗୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲଫ୍ ପାଣ୍ଠି ଭଳି ରାଜ୍ୟପାଳଙ୍କ ପାଣ୍ଠିରୁ ସହାୟତା ପାଇବାର ବ୍ୟବସ୍ଥା ଅଛି । ୨୦୧୪ ମସିହା ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ରାଜ୍ୟର ୩ ଜଣ ଗରିବ ରକ୍ତକର୍କଟ ରୋଗୀ ଓ ଜଣେ ହୃଦରୋଗୀ ଚିକିତ୍ସା ପାଇଁ ରାଜ୍ୟପାଳଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଲୋଡ଼ିଥିଲେ । ଦୋ÷ଡ଼ି ଦୋ÷ଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଟଙ୍କାଟିଏ ବି ମିଳିଲା ନାହିଁ । ଅନ୍ୟପକ୍ଷରେ ସେହି ୨୦୧୪ ମସିହାରେ ରାଜ୍ୟପାଳଙ୍କ ନିଜ ରାଜ୍ୟ ନାଗାଲାଣ୍ଡର କିଛି କ୍ଲବ୍, ଅନୁÂାନ ଓ ବ୍ୟକ୍ତିବିଶେଷ ବିଭିନ୍ନ କାର୍ଯ୍ୟ ଲାଗି ଏହି ପାଣ୍ଠିରୁ ଉପକୃତ ହୋଇଛନ୍ତି । ରାଜ୍ୟପାଳ ହାତଖୋଲି ସେମାନଙ୍କୁ ସହାୟତା ଦେଇଛନ୍ତି ।
ଓଡ଼ିଶାର ରାଜ୍ୟପାଳଙ୍କଠାରୁ ଆର୍ଥିକ ସହାୟତା ନେଇଥିବା ନାଗାଲାଣ୍ଡ ସଂସ୍ଥାଗୁଡ଼ିକ ମଧ୍ୟରେ ମୋକୋ କୁଚଙ୍ଗ ଭିଲେଜ କାଉନସିଲ୍ ୨୦ ହଜାର ଟଙ୍କା ନେଇଥିବା ବେଳେ ଆଉ ଏକ କ୍ଲବ୍ ୧୦ ହଜାର ଟଙ୍କା ନେଇଛି । ସେହିଭଳି ମିଆଙ୍ଗ ନାମଧାରୀ ଜଣେ ବ୍ୟକ୍ତି ଚିକିତ୍ସାଲାଗି ୨୫ ହଜାର ଟଙ୍କା ନେଇଛନ୍ତି । ୨୦୧୫ ମସିହାରେ ପୁସରମ୍ ନଗଡେ଼ ନାମକ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦିଆଯାଇଥିବା ବେଳେ ସେ କ’ଣ ପାଇଁ ଅର୍ଥ ନେଇଛନ୍ତି ତାହା କାଗଜପତ୍ରରେ ଉଲ୍ଲେଖ ନାହିଁ । ଚିକିସôା ପାଇଁ ଟଲି ନାମଧାରୀ କେହି ଜଣେ ୩୦ ହଜାର ଟଙ୍କା ହାତେଇ ନେଇଛନ୍ତି । ତାଙ୍କର ରୋଗ କିମ୍ବା ଦରଖାସ୍ତ ଆବେଦନର ତାରିଖ କି ଠିକଣା ନାହିଁ । ଏହି ଟଲି କିଏ ବୋଲି ପ୍ରଶ୍ନ କରିଛି କଳିଙ୍ଗ ସେନା ।
ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟପାଳଙ୍କର ରାଜ୍ୟବାସୀଙ୍କ ପ୍ରତି ଏଭଳି ମନୋଭାବ ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ରଥ କହିଛନ୍ତି । ଯେଉଁ ରାଜ୍ୟର ଟିକସ ପଇସାରେ ରାଜ୍ୟପାଳ ଦରମା ନେଉଛନ୍ତି ଓ ରାଜଭବନ ଚାଲୁଛି ସେହି ଲୋକଙ୍କୁ ରାଜ୍ୟପାଳଙ୍କର ହୀନଦୃଷ୍ଟିଭଙ୍ଗୀ ରାଜ୍ୟପାଳ ପଦବୀର ଗାରିମା କ୍ଷୂର୍ଣ୍ଣ କରୁଛି । ସାମ୍ବିଧାନିକ ପଦମର୍ଯ୍ୟାଦାର ଉଲ୍ଲଘଂନ କରି ଡ. ଜମିର ଆଇନ ଆଖିରେ ଅପରାଧୀ ହୋଇଛନ୍ତି । ନୈତିକତା ଦୃଷ୍ଟିରୁ ରାଜ୍ୟପାଳ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍ ରାଷ୍ଟ୍ରପତି ତାଙ୍କୁ ବହିଷ୍କାର କରନ୍ତୁ ବୋଲି କଳିଙ୍ଗସେନା ପକ୍ଷରୁ ଶ୍ରୀ ରଥ ସମେତ ସେନାର ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ଗୌରାଙ୍ଗ ପ୍ରଧାନ, ଜଗବନ୍ଧୁ ମହାନ୍ତ, ସମ୍ପାଦକ ହୃଷିକେଷ ସେନାପତି, ଶିବାଶିଷ ଦାଶ, ଅଜୟ ନାୟକ, ସୁଶାନ୍ତ ସାହୁ, ସ୍ମାରକ ରଞ୍ଜନ ସାମଲ, ସୁଭଦ୍ରା ମିଶ୍ର, ରମେଶ କୁମାର ପଣ୍ଡା, ଅବ୍ଦୁଲ କୟୁମ୍ ଖାନ୍ ପ୍ରମୁଖ ଆଜି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ନଚେତ୍ କଳିଙ୍ଗସେନା ଆନେ୍ଦାଳନକୁ ଓହ୍ଲାଇବ ବୋଲି ଶ୍ରୀ ରଥ ଚେତାବନୀ ଦେଇଛନ୍ତି ।

Share in top social networks!
Powered By Indic IME